ହରିହର ଭୋଇ
ଓଡ଼ିଆ ରାଜନୀତିଜ୍ଞ
ହରିହର ଭୋଇ (ମୃତ୍ୟୁ: ୧ ଜାନୁଆରୀ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ହରିହର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଲିପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ହରିହର ଭୋଇ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ଗୋପୀନାଥ ଭୋଇ |
ପର ଅଧିକାରୀ | ବସନ୍ତ ବେହେରା |
ନିର୍ବାଚନ ମଣ୍ଡଳୀ | ବାଲିପାଟଣା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ଜାନୁଆରୀ ୧, ୧୯୯୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନ କଂଗ୍ରେସ |
ଜୀବନ ସାଥୀ | ମନୋରମା ଭୋଇ |
ବାପା/ବୋଉ | ଭାଗବତ ଭୋଇ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାହରିହର ଭୋଇଙ୍କ ବାପାଙ୍କ ନାମ ଭାଗବତ ଭୋଇ ଓ ପତ୍ନୀଙ୍କ ନାମ ମନୋରମା ଭୋଇ ।[୧] ହରିହରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ଥିଲା ।[୧]
ରାଜନୈତିକ ଜୀବନ
ସମ୍ପାଦନାହରିହର ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାହରିହର ଭୋଇ ୧୯୯୦ ମସିହାର ଜାନୁଆରୀ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]