ଜୟକୃଷ୍ଣ ମହାନ୍ତି

ଓଡ଼ିଆ ରାଜନୀତିଜ୍ଞ

ଜୟକୃଷ୍ଣ ମହାନ୍ତି (୩ ସେପ୍ଟେମ୍ବର ୧୯୧୬ - ୨୫ ଅଗଷ୍ଟ ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଜୟକୃଷ୍ଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ୨ୟ ଓଡ଼ିଶା ବିଧାନ ସଭାରେ ପୂର୍ବ ପୁରୀ ସଦରରୁ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧] ସ୍ୱାଧୀନତା ପରେ ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜୟକୃଷ୍ଣ ମହାନ୍ତି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀପୂର୍ବ ପୁରୀ ସଦର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀରାମଚନ୍ଦ୍ର ପଟ୍ଟନାୟକ, ଗୋପୀନାଥ ଭୋଇ
ନିର୍ବାଚନ ମଣ୍ଡଳୀପିପିଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-09-03)ସେପ୍ଟେମ୍ବର ୩, ୧୯୧୬
ମୃତ୍ୟୁ୨୫ ଅଗଷ୍ଟ ୨୦୦୮(2008-08-25) (ବୟସ ୯୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକିରଣଲେଖା ମହାନ୍ତି
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଜୟକୃଷ୍ଣ ମହାନ୍ତି ୧୯୧୬ ମସିହାର ସେପ୍ଟେମ୍ବର ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ପତ୍ନୀଙ୍କ ନାମ କିରଣଲେଖା ମହାନ୍ତି ।[୧]

ରାଜନୈତିକ ଜୀବନ ସମ୍ପାଦନା

ଜୟକୃଷ୍ଣ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଜୟକୃଷ୍ଣ ମହାନ୍ତି ୨୦୦୮ ମସିହାର ଅଗଷ୍ଟ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Jayakrushna Mohanty". odishaassembly.nic.in. Odisha Assembly. Retrieved 7 June 2020.