ଗୋପୀନାଥ ଦାସ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗୋପୀନାଥ ଦାସ (୧୭ ଜାନୁଆରୀ ୧୯୧୫ - ୧ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଗୋପୀନାଥ ଦାସ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଶୈଳେନ ମହାପାତ୍ର
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1915-01-17)୧୭ ଜାନୁଆରୀ ୧୯୧୫
ମୃତ୍ୟୁ୧ ସେପ୍ଟେମ୍ବର ୧୯୯୪(1994-09-01) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଚନ୍ଦ୍ରମଣି ବିବି
ସନ୍ତାନ୩ ପୁଅ, ୨ ଝିଅ
ବାପା/ବୋଉକୃଷ୍ଣଚନ୍ଦ୍ର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ଗୋପୀନାଥ ଦାସ ୧୯୧୫ ମସିହାର ଜାନୁଆରୀ ମାସ ୧୭ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଥିଲା କୃଷ୍ଣଚନ୍ଦ୍ର ଦାସ ଓ ମାଆଙ୍କ ନାମ ଥିଲା ତୋହଫା ବିବି ।[୨] ଗୋପୀନାଥଙ୍କର ଶିକ୍ଷାଗତ ଯୋତ୍ୟତା ଥିଲା ମାଟ୍ରିକ ।[୩] ସେ ଚନ୍ଦ୍ରମଣି ବିବିଙ୍କୁ ବିବାହ କରିଥିଲେ ।[୧] ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ୨ ଝିଅ ଥିଲେ ।[୩]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରି ସେ ବାଲେଶ୍ୱରସ୍ଥିତ ମିଶନ୍ ହାଇସ୍କୁଲରେ ପଢ଼ିବା ପାଇଁ ଯାଇଥିଲେ । ସେଠାରେ ସେ ନନ୍ଦ କିଶୋର ଦାସ, ବିଶ୍ୱନାଥ ହୋତା, ସରଦାର ସୁରେନ୍ଦ୍ର ନାଥ ଦାସ, ଭୈରବ ଚନ୍ଦ୍ର ମହାପାତ୍ରନୀଳାମ୍ବର ଦାସଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ସବୁ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ବଡ଼ ଭାଇ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।[୪]

୧୯୩୦ ମସିହାରେ ସେ ଲବଣ ସତ୍ୟାଗ୍ରହରେ ଭାଗ ନେଇଥିଲେ ଏବଂ ବାଲେଶ୍ୱରଠାରେ ଗିରଫ ହୋଇଥିଲେ । ଯେହେତୁ ସେତେବେଳେ ସେ ନାବାଳକ ଥିଲେ, ତେଣୁ ତାଙ୍କୁ ମୁକ୍ତ କରି ଦିଆଯାଇଥିଲା । ତାଙ୍କ ମୁକ୍ତି ପରେ ତାଙ୍କ ବାପା ଭଦ୍ରକ ହାଇସ୍କୁଲରେ ତାଙ୍କର ନାମ ଲେଖାଇଥିଲେ, କିନ୍ତୁ ସେ କଂଗ୍ରେସଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଧିକ ଯୋଗ ଦେଇଥିଲେ । ସରକାର ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୧୯୩୩ ମସିହାରେ ଗିରଫ କରାଯାଇ ପାଟଣାସ୍ଥିତ ବନ୍ଦୀଶାଳାକୁ ପଠାଇ ଦିଆଯାଇଥିଲା, ଯେଉଁଠି ତାଙ୍କ ଭାଇ ଓ ଭାଉଜ ପୂର୍ବରୁ ବନ୍ଦୀ ଥିଲେ ।[୪]

୧୯୩୪ ମସିହାରେ କାରାଗାରରୁ ମୁକ୍ତ ହେବା ପରେ ସେ କଟକସ୍ଥିତ ସ୍ୱରାଜ ଭବନରେ ନବକୃଷ୍ଣ ଚୌଧୁରୀମାଳତୀ ଦେବୀଙ୍କ ସହିତ କିଛି ଦିନ କଟାଇଥିଲେ, ଯାହାଙ୍କ ପ୍ରେରଣାରେ ସେ କଂଗ୍ରେସର କିଛି ଗଠନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ବାଲେଶ୍ୱରର କୃଷି ସଂଗଠନ ପାଇଁ କାମ କରିଥିଲେ ।[୪]

ଯଦିଓ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ସେ ସକ୍ରିୟ ଭାବରେ ଯୋଗ ଦେଇନଥିଲେ, କିନ୍ତୁ ହରେକୃଷ୍ଣ ମହତାବଙ୍କ ଗିରଫ ପରେ ସେ ତାଙ୍କଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକୁ ସମ୍ଭାଳି ଥିଲେ । ମହତାବଙ୍କଦ୍ୱାରା ଆରମ୍ଭ କରାଯାଇଥିବା ହାଇସ୍କୁଲ, ଚିକିତ୍ସାଳୟ, ଚରଖ କେନ୍ଦ୍ର ଓ ଗାନ୍ଧୀ କର୍ମ ମନ୍ଦିର ଆଦିର ଦାୟିତ୍ୱ ନେଇଥିଲେ ।[୪]

ରାଜନୈତିକ ଜୀବନ ସମ୍ପାଦନା

ଭାରତ ସ୍ୱାଧୀନ ହେବା ପରେ ୧୯୫୦ ମସିହାରୁ ୧୯୫୬ ମସିହାଯାଏଁ ସେ ଜଣେ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ ।[୩] ଏହାପରେ ୧୯୫୮ ମସିହାରେ ସେ ବଲେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୬୦ ମସିହାଯାଏଁ ସେ ଏହି ପଦବୀରେ ଥିଲେ ।[୫]

୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ଗୋପୀନାଥ ଦାସ ୧୯୯୪ ମସିହାର ସେପ୍ଟେମ୍ବର ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ୧୬ ସେପ୍ଟେମ୍ବର ୧୯୯୪ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "MLA Gopinath Das Profile | SIMULIA Constituency". naveenpatnaik.com. Archived from the original on 28 October 2017. Retrieved 28 April 2019.
  2. Mahotsav, Amrit. "Gopinath Das". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-09-28.{{cite web}}: CS1 maint: unrecognized language (link)
  3. ୩.୦ ୩.୧ ୩.୨ ୩.୩ ୩.୪ "Late Gopinath Das". odishaassembly.nic.in. Odisha Assembly. Retrieved 28 April 2019.
  4. ୪.୦ ୪.୧ ୪.୨ ୪.୩ Mahotsav, Amrit. "Gopinath Das". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-09-28.{{cite web}}: CS1 maint: unrecognized language (link)
  5. "MLA Gopinath Das Profile | SIMULIA Constituency". www.odishahelpline.com. Retrieved 28 April 2019.