ଗିରିଜା ଭୂଷଣ ପଟ୍ଟନାୟକ
ଗିରିଜା ଭୂଷଣ ପଟ୍ଟନାୟକ (୯ ଫେବୃଆରୀ ୧୯୩୧ - ୩ ଜାନୁଆରୀ ୨୦୧୬), ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ ଓ ସମାଜସେବୀ ଥିଲେ । ସେ ଭାରତ ଛାଡ଼ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ଓ ସୀମା ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଦି ୟୁନିଭର୍ସ"ର ପ୍ରତିଷ୍ଠାତା ସମ୍ପାଦକ ଭାବରେ ସେ ବେଶୀ ପରିଚିତ ଥିଲେ ।[୧]
ଗିରିଜା ଭୂଷଣ ପଟ୍ଟନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୩ ଜାନୁଆରୀ ୨୦୧୬ | (ବୟସ ୮୪)
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ସାହିତ୍ୟିକ ଓ ସମାଜସେବୀ |
ବୈବାହିକ-ସାଥୀ | କମଳ କୁମାରୀ ପଟ୍ଟନାୟକ |
ସନ୍ତାନ | ପ୍ରଜ୍ଞା ଇତି ମିଶ୍ର |
ପିତାମାତା(s) | ଶଶୀଭୂଷଣ ପଟ୍ଟନାୟକ, ପ୍ରତିମା ଦେବୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନୀ
ସମ୍ପାଦନାଗିରିଜା ପଟ୍ଟନାୟକ, ୧୯୩୧ ମସିହା ଫେବୃଆରୀ ୯ ତାରିଖରେ ଅନୁଗୋଳର ବାଘମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶଶୀଭୂଷଣ ପଟ୍ଟନାୟକ ଜଣେ ଜଙ୍ଗଲ ବିଭାଗର କର୍ମଚାରୀ ଓ ମାତା ପ୍ରତିମା ଦେବୀ ଜଣେ ଗୃହିଣୀ ଥିଲେ ।[୨] ପିଲାଦିନରୁ ଦେଶପ୍ରେମରେ ଉଦବୃଦ୍ଧ ହୋଇ, ୧୧ବର୍ଷ ବୟସରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।[୩] ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେ ସାମ୍ୟବାଦୀ ଦର୍ଶନ ପ୍ରତି ଅକୃଷ୍ଟ ହୋଇ ସର୍ବଭାରତୀୟ ଛାତ୍ର ସଂଘରେ ଯୋଗ ଦେଇଥିଲେ । ମନୋଜ ଦାସଙ୍କ ସଂସ୍ପର୍ଶରେ ଆସି ବାମପନ୍ଥୀ ଚିନ୍ତାଧାରାରେ[୪] ପ୍ରଭାବିତ ହୋଇ ବିଭିନ୍ନ ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇଥିଲେ ।[୫] ବିଶେଷ କରି ସୀମା ଆନ୍ଦୋଳନ ସମୟରେ ଷଢ଼େଇଖଳା-ଖରସୁଆଁକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ ହୋଇଥିବା ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ପଦ ଅଳଂକୃତ କରିଥିଲେ । ନିଜେ ସଭାପତି ଥାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ରେଭେନ୍ସା ମହାବିଦ୍ୟାଳୟକୁ ଆମନ୍ତ୍ରିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଆମନ୍ତ୍ରଣକୁ ହେୟଜ୍ଞାନ କରି କହିଥିଲେ : ପ୍ରଧାନମନ୍ତ୍ରୀମାନେ କୌଣସି ମହାବିଦ୍ୟାଳୟକୁ ଯାଆନ୍ତି ନାହିଁ(Prime Ministers do not go to colleges) । ଗିରିଜା ବାବୁ ଉତ୍ତର ଦେଇଥିଲେ : ରେଭେନ୍ସା କେବଳ ଏକ ମହାବିଦ୍ୟାଳୟ ନୁହେଁ(Ravenshaw College is not a college in that sense) । ନେହେରୁ ତାଙ୍କ ଆମନ୍ତ୍ରଣ ରକ୍ଷା କରି, ରେଭେନ୍ସା ମହାବିଦ୍ୟାଳୟକୁ ଆସିଥିଲେ । ସେହି କାର୍ଯ୍ୟକ୍ରମରେ ନେହେରୁ ଅତିଥି ଥିଲେ ଓ ଗିରିଜା ବାବୁ ସଭାପତି ଥିଲେ । ନେହେରୁଙ୍କ ସହିତ ଉଠା ଯାଇଥିବା ସେ ସମୟର ଛବି ଏବେ ମଧ୍ୟ ରେଭେନ୍ସା ମହାବିଦ୍ୟାଳୟରେ ଶୋଭା ପାଉଛି ।[୬]
୧୯୫୮ ମସିହାରେ ଗିରିଜା ବାବୁ ଓକିଲାତି ଆରମ୍ଭ କରିଥିଲେ । ୧୯୭୩ ମସିହାରେ ତାଙ୍କ ପ୍ରଚେଷ୍ଟାରେ ‘ଦି ୟୁନିଭର୍ସ’ ଆରମ୍ଭ ହୋଇଥିଲା । ଦି ୟୁନିଭର୍ସ ମାଧ୍ୟମରେ ସେ କଟକରେ ବିଶ୍ୱ କୁଟୁମ୍ବତା ଭାବକୁ ବିଭିନ୍ନ ସଭା ସମିତି, ସେମିନାର ଓ ସମ୍ମିଳନୀ ମାଧ୍ୟମରେ ଉଦ୍ରେକ କରିବାକୁ ଚେଷ୍ଟା କରିଥିଲେ । କୌଣସି ରାଜନୈତିକ ଅଭିଳାଷ ନଥିଲେ ମଧ୍ୟ ଓଡ଼ିଶାର ସବୁ ରାଜନୈତିକ ଦଳର ତାଙ୍କ ପ୍ରତି ସମ୍ମାନ ରହିଥିଲା ଓ ସବୁ ମୁଖ୍ୟମନ୍ତ୍ରୀମାନଙ୍କର ସେ ପ୍ରିୟ ଥିଲେ । ଏ. ପି. ଜେ. ଅବଦୁଲ କଲାମଙ୍କ ସହିତ ତାଙ୍କର ଘନିଷ୍ଠତା ରହିଥିଲା । ଐତିହାସିକ ସହର କଟକର ହଜାର ବର୍ଷପୂର୍ତ୍ତୀ ଉପଲକ୍ଷେ ହୋଇଥିବା ସମାରୋହର ସେ ଥିଲେ ମୁଖ୍ୟ ବିନ୍ଧାଣୀ ।[୭] ୧୯୯୯ ମସିହାର ମହାବାତ୍ୟା ସମୟରେ ନିଆଳିରେ କମ୍ବଳ ବଣ୍ଟନ କରୁଥିବା ସମୟରେ, ତାଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା ଓ ସେ ପକ୍ଷାଘାତର ଶିକାର ହୋଇଥିଲେ ।[୮] ବହୁ ବର୍ଷ ଧରି ଅସୁସ୍ଥ ରହିବା ପରେ, ୨୦୧୬ ଜାନୁଆରୀ ୩ତାରିଖ ଭୋର ୪ଟା ୩୦ମିନିଟରେ ତାଙ୍କର କଟକସ୍ଥିତ ବାସଭବନରେ ପରଲୋକ ଘଟିଥିଲା ।[୯]
ରଚନାବଳୀ
ସମ୍ପାଦନାଗିରିଜା ପଟ୍ଟନାୟକ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୩୦ଟି ପୁସ୍ତକ ରଚନା କରିଥିଲେ ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୨, ଜୀବନର ବାଟେ ଘାଟେ)[୧୩][୧୪]
ଆଧାର
ସମ୍ପାଦନା- ↑ Baidyanath Misra; Universe (Organization); Council of Cultural Growth and Cultural Relations (Orissa, India) (2002). Population stabilisation and development. Council of Cultural Growth & Cultural Relations.
- ↑ "ଆଜି ଜନ୍ମଦିନ". www.sambadepaper.com. ଇଷ୍ଟର୍ଣ୍ଣ ମିଡ଼ିଆ. p. 2. Archived from the original on 9 February 2021. Retrieved 9 February 2021.
- ↑ http://odishasuntimes.com/2016/01/03/eminent-odisha-litterateur-girija-bhusan-patnaik-no-more/
- ↑ Judith Schlehe; Boike Rehbein (January 2008). Religion und die Modernität von Traditionen in Asien: Neukonfigurationen von Götter-, Geister- und Menschenwelten. LIT Verlag Münster. pp. 104–. ISBN 978-3-8258-0656-9.
- ↑ Subas Chandra Hazary (1 December 1987). Student politics in India. Ashish Pub. House. ISBN 978-81-7024-086-0.
- ↑ "ଶେଷ ଇଚ୍ଛା". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୧୨/୦୧/୨୦୧୫ ପୃଷ୍ଠା ୮. Retrieved 12 January 2016.[permanent dead link]
- ↑ http://www.newindianexpress.com/states/odisha/Girija-Patnaik-Passes-Away/2016/01/04/article3210518.ece[permanent dead link]
- ↑ http://sarbasadharana.com/?p=15238[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2016-01-10. Retrieved 2016-01-12.
{{cite web}}
: Cite has empty unknown parameter:|1=
(help) - ↑ Folk Culture: Folk art & craft. Institute of Oriental and Orissan Studies. 1983*.
{{cite book}}
: Check date values in:|date=
(help) - ↑ J. K. Nayak; Subha Chakraborty Dasgupta (2004). Reminiscences: Excerpts from Oriya and Bangla Autobiographies. DSA Publication, Department of Comparative Literature, Jadavpur University.
- ↑ "Eminent litterateur Girija Bhusan Patnaik passes away". Odisha Television Ltd. 3 January 2016. Retrieved 18 August 2020.
- ↑ "ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 9 February 2021.
- ↑ http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf