ମନମୋହନ ଦାସ

ଓଡ଼ିଆ ରାଜନୀତିଜ୍ଞ

ମନମୋହନ ଦାସ (୨୬ ଜୁନ ୧୯୩୬ - ୨୩ ମଇ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମନମୋହନ ଦାସ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀବୈରାଗୀ ଜେନା
ପର ଅଧିକାରୀଗଙ୍ଗାଧର ଦାସ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଗଙ୍ଗାଧର ଦାସ
ପର ଅଧିକାରୀଗଙ୍ଗାଧର ଦାସ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-06-26)୨୬ ଜୁନ ୧୯୩୬
ମୃତ୍ୟୁ୨୩ ମଇ ୧୯୮୪(1984-05-23) (ବୟସ ୪୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ
ଜୀବନ ସାଥୀରମାମଣି ଦେବୀ
ସନ୍ତାନ୨ ପୁଅ, ୧ ଝିଅ
ବାପା/ବୋଉଉଚ୍ଛବ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ମନମୋହନ ଦାସ ୧୯୩୬ ମସିହାର ଜୁନ ମାସ ୨୬ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଉଚ୍ଛବ ଦାସ । ମନମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ରମାମଣି ଦେବୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ମନମୋହନ ଦାସ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୩]

୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜନ କଂଗ୍ରସର ପ୍ରାର୍ଥୀ ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୬୭ ମସିହାରୁ ୧୯୭୧ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।[୪]

ଏହାପରେ ସେ ୧୯୭୪ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ପୁଣିଥରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ମନମୋହନ ଦାସ ୧୯୮୪ ମସିହାର ମଇ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ୫ ସେପ୍ଟେମ୍ବର ୧୯୮୪ରେ ତାଙ୍କୁ ଓଡ଼ିଶା ବିଧାନ ସଭାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ।

ଆଧାର ସମ୍ପାଦନା

  1. "Late Manmohan Das". odishaassembly.nic.in. Odisha Assembly. Retrieved 15 April 2019.
  2. "MLA Manmohan Das Profile | CHANDABALI Constituency". naveenpatnaik.com. Archived from the original on 2017-10-21. Retrieved 2019-04-15.
  3. "Chandbali Elections Results 2014, Current MLA, Candidate List of Assembly Elections in Chandbali, Orissa". www.elections.in. Retrieved 2019-04-15.
  4. "Orissa Assembly Election Results in 1967". www.elections.in. Retrieved 2019-04-15.
  5. "Orissa Assembly Election Results in 1974". www.elections.in. Retrieved 2019-04-15.
  6. "MLA Manmohan Das Profile | CHANDABALI Constituency". www.odishahelpline.com. Retrieved 2019-04-15.