ଖ୍ରୀଷ୍ଟୋଫର ଏକ୍କା

ଓଡ଼ିଆ ରାଜନୀତିଜ୍ଞ

ଖ୍ରୀଷ୍ଟୋଫର ଏକ୍କା (୨୭ ଜୁଲାଇ ୧୯୪୩ - ୧୮ ଅକ୍ଟୋବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବଂ ଲୋକ ସଭାରେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଖ୍ରୀଷ୍ଟୋଫର ଏକ୍କା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଇଗ୍ନେସ ମାଝୀ
ପର ଅଧିକାରୀବ୍ରଜମୋହନ କିଷାନ
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ସାଂସଦ: ୭ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୪
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1943-07-27)୨୭ ଜୁଲାଇ ୧୯୪୩
ମୃତ୍ୟୁ୧୮ ଅକ୍ଟୋବର ୨୦୦୮(2008-10-18) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସେବସ୍ତିଆନା ଏକ୍କା
ବାପା/ବୋଉପାସ୍‌କାଲ୍ ଏକ୍କା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଖ୍ରୀଷ୍ଟୋଫର ଏକ୍କା ୧୯୪୩ ମସିହାର ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପାସ୍‌କାଲ୍ ଏକ୍କା ଓ ପତ୍ନୀଙ୍କ ନାମ ସେବସ୍ତିଆନା ଏକ୍କା ।[୨] ତାଙ୍କ ପୁଅ ରାଜେନ ଏକ୍କା ମଧ୍ୟ ଜଣେ ରାଜନୀତିଜ୍ଞ ।[୩]

ରାଜନୈତିକ ଜୀବନ ସମ୍ପାଦନା

ଖ୍ରୀଷ୍ଟୋଫର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସଦସ୍ୟ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ଖ୍ରିଷ୍ଟୋଫର ୨୦୦୮ ମସିହାର ଅକ୍ଟୋବର ମାସ ୧୮ ତାରିଖରେ ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ ୨.୨ "Shri Christopher Ekka". odishaassembly.nic.in. Odisha Assembly. Retrieved 26 October 2020.
  3. "ରାଜଗାଙ୍ଗପୁର ବିଧାନ ସଭା ମଣ୍ଡଳୀ; ସବୁ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା". Samaja Live. 14 March 2019. Retrieved 26 October 2020.