କୁଇନ୍ (ଓଡ଼ିଆ କଥାଚିତ୍ର)
କୁଇନ୍, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
କୁଇନ୍ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ବିଜୟ କନ୍ଦୋଇ |
ସଂଳାପ | ବିଜୟ ମଲ୍ଲ |
କାହାଣୀ | ବର୍ଷା ପ୍ରିୟଦର୍ଶିନୀ |
କଳାକାର | ବର୍ଷା ପ୍ରିୟଦର୍ଶିନୀ ଜୟଜିତ ଦାସ ହରିହର ମହାପାତ୍ର ଲିପ୍ସା ମିଶ୍ର ଉଷସୀ ମିଶ୍ର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୫ ଜାନୁଆରୀ ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ, ଜୟଜିତ ଦାସ ଏବଂ ଲିପ୍ସା ମିଶ୍ର ।[୩] ହରିହର ମହାପାତ୍ର, ପପି ସନ୍ତୁକା, ଉଷସୀ ମିଶ୍ର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
ସମ୍ପାଦନା- ବର୍ଷା ପ୍ରିୟଦର୍ଶିନୀ[୪] - ଆରୋହୀ
- ଜୟଜିତ ଦାସ - ଆୟୁଷ
- ହରିହର ମହାପାତ୍ର
- ଲିପ୍ସା ମିଶ୍ର
- ଉଷସୀ ମିଶ୍ର
- ପପି ସନ୍ତୁକା
- ପ୍ରଦୀପ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୫] ଗୀତିକାର ଅରୁଣ ମନ୍ତ୍ରୀ ଓ ଜୟନ୍ତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଇରା ମହାନ୍ତି ଭଳି କଣ୍ଠଶୀଳ୍ପିମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କୁଇନ୍" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ଇରା ମହାନ୍ତି | |
2. | "ତୋର ମୋର ଲଭ୍ ଷ୍ଟୋରୀ" | |||
3. | "ପ୍ରେମ ଏମିତି ମିଠା" |
ଆଧାର
ସମ୍ପାଦନା- ↑ "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
- ↑ ୨.୦ ୨.୧ ୨.୨ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "ଦେଖନ୍ତୁ: 'କୁଇନ୍' ସୁଟିଂ ସେଟର ଭିଡ଼ିଓ ସେୟାର୍ କଲେ ବର୍ଷା ପ୍ରିୟଦର୍ଶିନୀ ! - Odisha Sambad Odia". Dailyhunt (in ଇଂରାଜୀ). ଓଡ଼ିଶା ସମ୍ବାଦ. 16 October 2019. Retrieved 19 January 2020.
- ↑ "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
- ↑ "ଏବେ ସକ୍ରିୟ ହେଲେଣି ଓଲିଉଡର ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ | Sambad". ସମ୍ବାଦ. sambad.in. 29 September 2019. Archived from the original on 29 September 2019. Retrieved 27 December 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କୁଇନ୍