କିସ୍ ମିସ୍

୨୦୨୨ ଓଡ଼ିଆ କଥାଚିତ୍ର

କିସ୍ ମିସ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୧] ସଞ୍ଜୀବ ରଥ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

କିସ୍ ମିସ୍
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକଝିଲିକ୍ ଭଟ୍ଟାଚାର୍ଯ୍ୟ
ସଂଳାପସଞ୍ଜୀବ ରଥ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସୁଶାନ୍ତ ମଣି
କଳାକାରସ୍ୱରାଜ ବାରିକ
ଶିବାନୀ ସଙ୍ଗୀତା
ପୃଥ୍ୱୀରାଜ ନାୟକ
ନୀତୁ ସିଂହ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣକୁହୁ ମଲ୍ଲ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୩୧ ଅଗଷ୍ଟ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ବିଭିନ୍ନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଓ ଶିବାନୀ ସଙ୍ଗୀତା ।[୩] ପୃଥ୍ୱୀରାଜ ନାୟକ, ନୀତୁ ସିଂହ, ସୋମେନ ପୂଜାରୀ, ଧରିତ୍ରୀ ଖଣ୍ଡୁଆଳ, ମାମୁନି ନନ୍ଦ, ବର୍ଷା, ଲିଙ୍କନ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୩୧ ତାରିଖରେ ଗଣେଶ ପୂଜା ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୫] ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର, ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ସବୁ ଲଭ୍ ଷ୍ଟୋରୀ"ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ 
2."ବୋଲ ବୋଲ ରାଣୀ"ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ 
3."ତୋ ପ୍ରେମ ଜାଲରେ"ଅମ୍ରିତା ନାୟକ, ଶଶାଙ୍କ ଶେଖର 
4."ନ ଶୁଣିଲେ ନାହିଁ ଯା"ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର 

ଆଧାର ସମ୍ପାଦନା

  1. "ପ୍ରେମ କାହାଣୀକୁ ନେଇ ନୂଆ ଓଡ଼ିଆ ଚଳଚ୍ଚିତ୍ର 'କିସ୍‌ମିସ୍‌'ର ଶୁଭ ମହୁରତ". Sambad. 1 Mar 2022. Archived from the original on 8 December 2022. Retrieved 8 December 2022.
  2. ୨.୦ ୨.୧ ୨.୨ "ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'କିସ୍ ମିସ୍'... ପ୍ରିମିୟରରେ ଯୋଗଦେଲେ ଓଲିଉଡ କଳାକାର". News18 Odia. ଭୁବନେଶ୍ୱର. 1 September 2022. Archived from the original on 8 December 2022. Retrieved 8 December 2022.
  3. "ଗଣେଶ ପୂଜାରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'କିସ୍‌ ମିସ୍‌', ଓଡ଼ିଶାର ୩୩ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". KNews Odisha. କଟକ. 31 August 2022. Archived from the original on 8 December 2022. Retrieved 8 December 2022.
  4. "ଗଣେଶ ପୂଜାରେ ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'କିସ୍ ମିସ୍‌'". Sambad. ଭୁବନେଶ୍ୱର. 16 August 2022. Archived from the original on 8 December 2022. Retrieved 8 December 2022.
  5. "ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'କିସ୍ ମିସ୍‌'". Sambad. 4 September 2022. Archived from the original on 8 December 2022. Retrieved 8 December 2022.

ବାହାର ଆଧାର ସମ୍ପାଦନା