କଳିଙ୍ଗ ସ୍ଥାପତ୍ୟ କଳା

କଳିଙ୍ଗ ସ୍ଥାପତ୍ୟ କଳା ଅଧୁନାତନ ଓଡ଼ିଶାଆନ୍ଧ୍ରର ଉତ୍ତରରେ ବ୍ୟାପିଥିବା କଳିଙ୍ଗରେ ଜନ୍ମ ନେଇଥିବା ଏକ ପୁରାତନ ସ୍ଥାପତ୍ୟ କଳା । ଏହି ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ମୁଖ୍ୟତ ରେଖ, ପୀଢ଼ ଓ ଖାକରା ଶୈଳୀର ହୋଇଥାଏ । ରେଖ ଓ ପୀଢ଼ ଶୈଳୀର ମନ୍ଦିର ବିଷ୍ଣୁ, ଶିବସୂର୍ଯ୍ୟ ମନ୍ଦିର ହୋଇଥିବା ବେଳେ ଖାକରା ବା ବଇତାଳ ଶୈଳୀର ମନ୍ଦିର ଚାମୁଣ୍ଡା, ଭୈରବୀଦୁର୍ଗା ଉପାସନା ପୀଠ ହୋଇଥାଏ । ରେଖ ଓ ଖାକରା ଦେଉଳ ମନ୍ଦିରର ମୁଖ୍ୟ ଉପାସନା ସ୍ଥଳ ହୋଇଥିବା ବେଳେ ପୀଢ଼ ଦେଉଳ ନାଟ୍ୟ ଓ ଭୋଗ ନୈବେଦ୍ୟ ନିମନ୍ତେ ଗଢ଼ାହୋଇଥାଏ ।

ଭୁବନେଶ୍ୱରର ବଇତାଳ ମନ୍ଦିରରେ ଅଳସ୍ୟକନ୍ୟାର ମୂର୍ତ୍ତି

କଳିଙ୍ଗରେ ପୁରାତନ ଶାକ୍ତ, ଶୈବ, ତାନ୍ତ୍ରିକ ବୈଷ୍ଣବ, ସୌର ଉପାସନା କାଳରେ ବିଭିନ୍ନ ମୂର୍ତ୍ତିକଳା ପୌରାଣିକ ଯୁଗରେ ପ୍ରଚଳିତ ଥିଲା । ସାଧାରଣ କଳିଙ୍ଗ ସ୍ଥାପତ୍ୟ କଳା ଏହି ମତେ ବିଭକ୍ତ:

ଗଠନ ବା ସ୍ଥାପତ୍ୟ

ସମ୍ପାଦନା

ମନୋନୀତ କାରିଗର

ସମ୍ପାଦନା

ମନ୍ଦିର ନିର୍ମାଣକାର୍ଯ୍ୟକୁ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ମାନବ ପଦକ୍ରମ ବା କର୍ମକର୍ତ୍ତାଙ୍କ ପଦ-ବିବେଚନା ହେବା ନିହାତି ଜରୁରୀ ବୋଲି ମନୁସ୍ମୃତିରେ କୁହାଯାଇଛି ।  ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକେ ଆଦେଶ ଦେବେ ତ କେତେକ ପଥରକାମ କରିବେ, କେତେଜଣ ଖୋଳାଖୋଳି କରିବେ ତ କିଏ କାଠକାମ କରିବେ । ଏହିପରି ମନ୍ଦିର ନିର୍ମାଣ ପ୍ରଣାଳୀରେ ନ୍ୟସ୍ତ ଥିବା କେତେକ ପଦାଧିକାରୀ ହେଲେ : 

କର୍ତ୍ତା : ମୁଖ୍ୟତଃ ରାଜ୍ୟର ରାଜା କର୍ତ୍ତା ହୁଅନ୍ତି । ତାଙ୍କ ନିର୍ଦ୍ଦେଶ କ୍ରମେ ରାଜକୋଷରୁ ମନ୍ଦିର ନିର୍ମାଣ କରିବା ପାଇଁ ଖଜଣା ଧାର୍ଯ୍ୟ କରାଯାଏ । ତେଣୁ ଧାର୍ମିକ ସ୍ଥଳ ହେଲେ ମଧ୍ୟ ଅନେକ ସମୟରେ ମନ୍ଦିର କାନ୍ଥ ଇତ୍ୟାଦିରେ ରାଜାଙ୍କ ଗୁଣଗାନ, ରାଜାଙ୍କ ମହିମା ବର୍ଣ୍ଣନା, ରାଜନୈତିକ ବିଷୟବସ୍ତୁ, ସେହି ସମୟର ସମାଜ ଓ ସଂସ୍କୃତି ସମ୍ପର୍କିତ ବିଷୟାଦି ସ୍ଥାନ ପାଇଥାନ୍ତି । 

ମୁଖ୍ୟ ସ୍ଥପତି (ଈଂରାଜୀରେ The Chief Architect) : ଶିଳ୍ପଶାସ୍ତ୍ର, ବାସ୍ତୁଶାସ୍ତ୍ର, ଧର୍ମଶାସ୍ତ୍ର, ଅଗ୍ନି ପୁରାଣ, ଗାଣିତିକ ସଂଖ୍ୟାନ ଇତ୍ୟାଦି ବିଷୟରେ ନିପୁଣ ଓ ଅନୁଭବୀ ବ୍ୟକ୍ତିଙ୍କୁ ମୁଖ୍ୟ ସ୍ଥପତି ଭାବେ ନିଯୁକ୍ତ କରାଯାଉଥିଲା । ମୁଖ୍ୟ ସ୍ଥପତି ଜ୍ଞାନୀ ହେବା ସହିତ ଧର୍ମନିଷ୍ଠ ହେବା ନିତାନ୍ତ ଜରୁରୀ । କର୍ତ୍ତାଙ୍କ କଳ୍ପନା ଓ ସ୍ୱପ୍ନରେ ଦେଖାଯାଇଥିବା ଦୃଶ୍ୟ ମୁଖ୍ୟ ସ୍ଥପତିଙ୍କଦ୍ୱାରା ଏକ ପ୍ରକୃତ ଓ ଦୃଶ୍ୟମାନ ନକସାରେ ପରିଣତ ହୁଏ ।  

ସୂତ୍ର ଗ୍ରହଣୀ (ଈଂରାଜୀରେ The Chief Engineer) : ସ୍ଥପତିଙ୍କ ନକସାକୁ ସୂତ୍ର ଗ୍ରହଣୀ ଏକ ଜ୍ୟାମିତିକ ଶରୀର ପ୍ରଦାନ କରନ୍ତି । ପ୍ରାୟତଃ ମୁଖ୍ୟ ସ୍ଥପତିଙ୍କ ବଂଶଜମାନଙ୍କୁ ସୂତ୍ର ଗ୍ରହଣୀର ଭୂମିକାରେ ଦେଖିବାକୁ ମିଳୁଥିଲା । ମୁଖ୍ୟ ସ୍ଥପତିଙ୍କ ପରି ଏମାନେ ମଧ୍ୟ ଅନେକ ବିଷୟର ଜ୍ଞାନ ଆହରଣ କରିବା ଜରୁରୀ ଥିଲା । 

ବିନ୍ଧାଣୀ : ପଥରର ବିନ୍ୟାସ କରିପାରୁଥିବା ମିସ୍ତ୍ରୀ

ତକ୍ଷକ (ଈଂରାଜୀରେ The Sculptor) : ପ୍ରସ୍ତର ଶିଳ୍ପୀମାନଙ୍କୁ ଏହି ଉପାଧି ଦିଆଯାଉଥିଲା । ଏହିମାନଙ୍କ କୁଶଳୀ ହାତର ସ୍ପର୍ଶ  ନିର୍ଜୀବ ନିରସ ପ୍ରସ୍ତର ଜୀବନ୍ତ ହୋଇ ଗୀତ ଗାଉଥିଲା ଓ ଆଜି ପର୍ଯ୍ୟନ୍ତ ଆମମାନଙ୍କୁ ବିସ୍ମିତ କରୁଅଛି । 

ଏପରି କିଛି ମୁଖ୍ୟ ଶ୍ରେଣୀର ପଦାଧିକାରୀଙ୍କ ସହିତ ଆହୁରି ଅନେକ କାରିଗର, ବଢ଼େଈ, ମାହୁନ୍ତ, ଶ୍ରମିକ ମନ୍ଦିର ନିର୍ମାଣକାମରେ ଯୋଗ ଦେଉଥିଲେ ।

ମନୋନୀତ ସାମଗ୍ରୀ

ସମ୍ପାଦନା

ମୁଖ୍ୟତଃ କେତେକ ଶ୍ରେଣୀର /ବର୍ଗର ପଥର ଅନୁକୂଳ ପାଇଁ ବିଚାରକୁ ନିଆଯାଏ କଳିଙ୍ଗର ଦେଉଳ(ମନ୍ଦିର)ନିର୍ମାଣ ପାଇଁ।ଶିଳ୍ପ ଚନ୍ଦ୍ରିକା, ଅତୀତର ନିର୍ମାଣ ସମନ୍ଧ୍ୱୟ ବହି ଯଉଥିରେ ନିଦ୍ଧିଷ୍ଟ ସାତ ପ୍ରକାରର ପଥରର ପରିକଳ୍ପନା ଏବଂ ନିଦ୍ଧିଷ୍ଟ କେତେକ ପ୍ରକାରର ମନ୍ଦିରର ଅଂଶ;

  • ସାହାଣ
  • ଚିତ୍ତ ସାହାଣ
  • ବଡ଼ ପଗଡ
  • ଧୋବା କୁଣ୍ଡ
  • ରସ ଛିଣ୍ଡା
  • ନୀଳ କୁଶାଣ

ଇଟାଦ୍ୱାରା ମନ୍ଦିର ନିର୍ମାଣ କଳିଙ୍ଗରେ ବିରଳ ଏବଂ ଏଠାରେ ଅଧିକାଂଶ ମନ୍ଦିର ପଥରଦ୍ୱାରା ନିର୍ମିତ।

ସ୍ଥାନ ନିରୂପଣ

ସମ୍ପାଦନା

ବିଭିନ୍ନ ଦୃଷ୍ଟିକୋଣରୁ ସମଗୁଣ ପ୍ରକାରର ମୃତ୍ତିକା,ଖୁଦ୍ର ଆକାରର ଜମି,ନିଦ୍ଧିଷ୍ଟ ଜମି,ସହଜରେ ପ୍ରାପ୍ତ ଓ ଜାଗା, ଭୂତଳ ଜଳ ଇତ୍ୟାଦି ସବୁ ବିଚାରକୁ ନିଆଯାଏ ଯେତେବେଳେ ସ୍ଥାନ ନିରୂପଣ କରାଯାଏ।ରଙ୍ଗ, ଘନତ୍ୱ/ସାଂଦ୍ରତା,ମିଶ୍ରଣ,ମୃତ୍ତିକାରଆଦ୍ରତା,ମୃତ୍ତିକା ସ୍ତର ମଧ୍ୟରେ ପ୍ରଭେଦ ଏବଂ ଖରାପ ମୃତ୍ତିକା। Vastu Shastra ଉପରେ ଆଧାରିତ ଆୟତକାର, ବର୍ଗକାର, ବୃତ୍ତାକାର, ଦୀର୍ଘବୃତ୍ତାକାର ଜମି ଚିହ୍ନଟ କରିଅଧିଗ୍ରହଣ କରିବା।

ନାଗ ବାନ୍ଧେଣୀ ବା ନାଗବନ୍ଦୀ

ସମ୍ପାଦନା

ଶିଳ୍ପଶାସ୍ତ୍ରରେ ଏହି ପ୍ରାଚୀନ ପଦ୍ଧତି ବିଷୟରେ ଉଲ୍ଲେଖ କରାଯାଇଛି । ଏହି ପଦ୍ଧତିଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ କେଉଁ ଦିଗରୁ ଓ କେଉଁ ସମୟରେ ଆରମ୍ଭ ହେବ ତାହା ନିଶ୍ଚିତ କରାଯାଉଥିଲା । ବର୍ତ୍ତମାନ ଦିନର [[ଭୂତତ୍ତ୍ୱ ବିଜ୍ଞାନ]], ଭୂମିକମ୍ପ ବିଜ୍ଞାନ, ସଂସିତ ବିଜ୍ଞାନ ଇତ୍ୟାଦି। ସମ୍ଭବତଃ ପ୍ରାଚୀନ କାଳରେ ପ୍ରାକୃତିକ ଶକ୍ତିମାନଙ୍କର ଅନୁଶୀଳନ କରାଯାଇ ଏହି ବୈଜ୍ଞାନିକ ପଦ୍ଧତି ଓ ନିୟମାବଳୀର ରଚନା କରାଯାଇଥିଲା ।  

ସମାନୁପାତିକ ନକସା

ସମ୍ପାଦନା

ମୁଖ୍ୟ ସ୍ଥପତି କର୍ତ୍ତାଙ୍କ ଆଦେଶାନୁସାରେ ମନ୍ଦିରର ଏକ ଆନୁମାନିକ ଓ ଆନୁପାତିକ ନକସା ପ୍ରସ୍ତୁତ କରୁଥିଲେ । ଏହି ନକସା ପାରମ୍ପାରିକ ଗାଣିତିକ ଓ ଜ୍ୟାମିତିକ ନିୟମର ବ୍ୟବହାର କରି ପ୍ରସ୍ତୁତ କରାଯାଉଥିଲା । କେତେକ ମନ୍ଦିରରେ ତାହାର ଏକ ଛୋଟ ନକସା କାନ୍ଥ ବା ମନ୍ଦିର ପ୍ରାଙ୍ଗଣରେ ରଖା ଯାଇଥାଏ । 

ପୋତା ଏବଂ ପୀଠ

ପୋତା ଓ ପୀଠ ପ୍ରଣାଳୀ ବିଷୟରେ ଗବେଷଣା କରି ଓ ପାରମ୍ପାରିକ ପ୍ରସ୍ତର ବିନ୍ୟାସର ଅନୁଧ୍ୟାନ କଲେ ମନ୍ଦିରର ଭିତ୍ତି କିପରି ପ୍ରସ୍ତୁତ ହୁଏ ସେ ବିଷୟରେ ଅନେକ ତଥ୍ୟ ମିଳେ । 

ଏକ ବର୍ଗାକାର ବା ଆୟତାକାର କ୍ଷେତ୍ର ନିରୂପିତ ହୋଇ ଖନନ ଆରମ୍ଭ କରାଯାଏ । ଏହି କ୍ଷେତ୍ରର ମଧ୍ୟଭାଗରେ ନାଗ ବନ୍ଧନୀର ସ୍ଥାନ । ଏହି ପୋତାର ଗଭୀରତା ପ୍ରାୟ ସମତଳ ଭୂମିରେ ମନ୍ଦିରର ଉଚ୍ଚତାର ଏକ ତୃତୀୟାଂଶ । ଏହି ଗର୍ତ୍ତ ବା ପୋତାର ପ୍ରସ୍ଥ ମନ୍ଦିରର ବ୍ୟାସଠାରୁ ଅଧିକ । ପୋତାରେ ସବୁଠାରୁ ତଳେ ଟାଣ ପଥରର ଏକ ସ୍ତର ତିଆରି କରାଯାଏ । ତା’ପରେ ସମାନୁପାତରେ କଟା ହୋଇଥିବା ଟାଣ ପଥରଦ୍ୱାରା ପୋତାର କାନ୍ଥ ନିର୍ମିତ ହୁଏ । ଏହି କାନ୍ଥ ଓ ଖୋଳା ଯାଇଥିବା ଗର୍ତ୍ତ ମଧ୍ୟର ଖାଲି ସ୍ଥାନକୁ ମାଟିରେ ଭଲଭାବେ ପୋତି ଦିଆଯାଏ । 

ଅଷ୍ଟଦଳ ପଦ୍ମ ଚକଡ଼ା ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହୁଏ । ଗର୍ତ୍ତର ମଧ୍ୟଭାଗରେ ବର୍ଗାକାର କିମ୍ବା ଆୟତାକାର ପ୍ରସ୍ତର ସଜ୍ଜାରେ ଏହି ୮ଟି ପଦ୍ମ ପାଖୁଡ଼ା ଖୋଦିତ ହୁଏ । ପାଖୁଡ଼ାଗୁଡିକ ଉତ୍ତର, ଉତ୍ତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗ ସହିତ ଏକ ରେଖରେ ଥାଆନ୍ତି । ଅଷ୍ଟଦଳ ପଦ୍ମ ଚକଡ଼ା ପ୍ରତି ୯୦ ଡିଗ୍ରୀରେ ଥିବା ଅକ୍ଷକୁ ରେଖ ବା ମେରୁ କୁହାଯାଏ । ପାରମ୍ପରିକ ଭାବେ ଏପରି ବିନ୍ୟାସକୁ ସଙ୍କୁ କୁହନ୍ତି । ତା’ପରେ ପୋତାଟିକୁ ବଡ଼ ପଥର ଓ ମାଟି ପକାଇ ହାତୀ ସହାୟତାରେ ଦଳି/ଦବା ଯାଉଥିଲା ।  ତା’ ଉପରେ ଆଉ ଗୋଟିଏ ପଥର ସ୍ତର ପକାଇ ତା’ ଉପରେ ପୀଠ ତିଆରି ହୁଏ । ଏହାହିଁ ମନ୍ଦିରର ଭିତ୍ତି । 

ଭୂ-ନକସା

ସମ୍ପାଦନା

ସଙ୍କୁକୁ ଗର୍ଭଗୃହର କେନ୍ଦ୍ରରେ ରଖି ସ୍ଥପତି ଓ ସୂତ୍ର ଗ୍ରହଣୀ ମନ୍ଦିରର ଭୂ-ନକସା ତିଆରି କରୁଥିଲେ । ପ୍ରାଚୀନ ମନ୍ଦିରମାନଙ୍କରେ ଅନୁପାତ ଅନୁସାରେ ସବୁ ହେଉଥିବାରୁ ଏଥିପାଇଁ ପ୍ରାଚୀନ ଏବଂ ଅତି ଜଟିଳ ଜ୍ୟାମିତିକ ସଂରଚନା କରାଯାଉଥିଲା । ଭୂ-ନକସାର ପ୍ରକୃତ ଲକ୍ଷ୍ୟ ହେଲା ଏକ ଦୀର୍ଘ ସମୟ ରହିପାରୁଥିବା ଏକ ସ୍ଥାୟୀ ମନ୍ଦିର ନିର୍ମାଣ କରିବା ।  ତା’ପରେ ବାର୍ଦ୍ଧଣିକମାନେ ପଥର ରଖିବା ଆରମ୍ଭ କରନ୍ତି ।

ମୂର୍ତ୍ତିକଳା

ସମ୍ପାଦନା

ଓଡ଼ିଶାରେ ମନ୍ଦିର ସ୍ଥାପତ୍ୟ କଳା ଅନେକ ବର୍ଷରେ ବିକାଶ ଲାଭ କରିଥିଲା । ନିର୍ଭୁଲ ଓ ଶୃଙ୍ଖଳିତ ସ୍ଥାପତ୍ୟ ସମ୍ପର୍କୀୟ ନିୟମାବଳୀ ସହିତ କାରିଗରର କଳ୍ପନା ପରିପ୍ରକାଶର ସ୍ୱାଧୀନତା ଏହାକୁ ଅନେକ ପିଢୀ ପର୍ଯ୍ୟନ୍ତ ଉଦ୍ଜୀବିତ କରି ରଖିଲା । ଓଡ଼ିଶାର ମନ୍ଦିରର ଗଠନ ମନୁଷ୍ୟ ଶରୀର ସହ ତୁଳନୀୟ । ମୁଖ୍ୟ ମନ୍ଦିରର ବିଭିନ୍ନ ଅଂଶକୁ ବାଡ଼, ଗଣ୍ଡି ଓ ଚୁଳ (ମସ୍ତକ) – ଏପରି ତିନି ଭାଗରେ ବିଭକ୍ତ କରାଯାଇଛି । 

ଦେଉଳର ବିଭିନ୍ନ ଶ୍ରେଣୀ

ସମ୍ପାଦନା
ରେଖ ଦେଉଳ
ସମ୍ପାଦନା

ପଦ୍ମ ଗର୍ଭ

ରଥ ଯୁକ୍ତ

ମେରୁ ଶୈଳୀ

ପୁରୀର ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ରେଖ ଦେଉଳ ଶ୍ରେଣୀଭୁକ୍ତ । 

ପୀଢ଼ ଦେଉଳ
ସମ୍ପାଦନା

ଦ୍ୱିଚାଲିଆ ପୀଢ଼

ନଚାଲିଆ ପୀଢ଼

କାଠଚାଲିଆ ପୀଢ଼

ଘଣ୍ଟଶ୍ରୀ ମୋହନ

ପୀଢ଼ ମୋହନ

ନଡୁ ମୋହନ

କୋଣାର୍କର ସୂର୍ଯ୍ୟ ମନ୍ଦିର ପୀଢ଼ ଦେଉଳର ଏକ ଉଦାହରଣ । 

ଖାକରା ଦେଉଳ
ସମ୍ପାଦନା

ଭୁବନେଶ୍ୱରର ବଇତାଳ ଦେଉଳ, ଚଉରାଶିର ବରାହୀ ଦେଉଳ ଓ ପୁରୀ ଜିଲ୍ଲା ବୟାଳିଶବାଟିର ଗଙ୍ଗେଶ୍ୱରୀ ମନ୍ଦିର ଏହି ଶୈଳୀର ପ୍ରମୁଖ ଦୃଷ୍ଟାନ୍ତ । 

ବରାହୀ ଦେଉଳ, ଚଉରାଶି
ସମ୍ପାଦନା

ଦୁର୍ଗା ମନ୍ଦିର, ବୃହଦେଶ୍ୱର