କବି ପ୍ରସାଦ ମିଶ୍ର
କବି ପ୍ରସାଦ ମିଶ୍ର ଜଣେ ଭାରତୀୟ ବକ୍ତା, ଲେଖକ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ।
କବି ପ୍ରସାଦ ମିଶ୍ର | |
---|---|
ଜନ୍ମ |
| ୧୦ ଅଗଷ୍ଟ ୧୯୩୮
ମୃତ୍ୟୁ | ୧୫ ମାର୍ଚ୍ଚ ୨୦୧୪ କଟକ | (ବୟସ ୭୫)
ମୃତ୍ୟୁର କାରଣ | ହୃଦଘାତ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଚିକିତ୍ସା ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ,ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଚିକିତ୍ସକ,ଲେଖକ,ଜଗନ୍ନାଥ ସଂସ୍କୃତିର ପ୍ରଚାରକ |
ବୈବାହିକ-ସାଥୀ | ଆରତିପ୍ରୀତି ମିଶ୍ର |
ସନ୍ତାନ | ବିକାଶ, ବିବେକ |
ପିତାମାତା(s) | ପୂର୍ଣଚନ୍ଦ୍ର ମିଶ୍ର, ଭବାନୀ ଦେବୀ |
ବାଲ୍ୟ ଜୀବନ ଓ ଶିକ୍ଷା
ସମ୍ପାଦନାକବି ପ୍ରସାଦ ୧୯୩୮ ମସିହାର ରାକ୍ଷୀ ପୂର୍ଣ୍ଣିମା ତିଥିରେ କଟକର କାଜୀବଜାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପୂର୍ଣଚନ୍ଦ୍ର ମିଶ୍ର ଓ ମାତାଙ୍କ ନାମ ଭବାନୀ ଦେବୀ । ଅବସର ପ୍ରାପ୍ତ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରବୀନ୍ଦ୍ର ନାରାୟଣ ଓ ନାଲକୋର ବରିଷ୍ଠ ଅଧିକାରୀ ଦେବୀପ୍ରସାଦ ତାଙ୍କର ଅନ୍ୟ ଦୁଇ ଭ୍ରାତା ଅଟନ୍ତି । ସେ କଟକର ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚଣ୍ଡୀଗଡ଼ରୁ ଭେଷଜ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭକରିଥିଲେ । ସ୍ୱର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କର ଶିଷ୍ୟ ଭାଗରେ, ପିଲାଟିଦିନରୁ ଉତ୍କଳୀୟ ଓ ଭାରତୀୟ କଳା, ସଂସ୍କୃତି, ଧର୍ମ ଓ ସାହିତ୍ୟରେ ତାଙ୍କର ଅନୁରାଗ ରହିଥିଲା ।
ସାମାଜିକ ଓ ବୃତିଗତ ଜୀବନ
ସମ୍ପାଦନାକବି ପ୍ରସାଦ ମିଶ୍ର ଚଣ୍ଡୀଗଡ଼, ଦିଲ୍ଲୀ ଓ ଆମେରିକା ଆଦି ବହୁସ୍ଥାନରେ ଶିକ୍ଷା ଓ ଗବେଷଣାରେ ଲିପ୍ତରହି, ବହୁ ମୌଳିକ ପ୍ରବନ୍ଧ ରଚନା କରି, ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ରାଉରକେଲାର ଇସ୍ପାତ ଜେନେରାଲ ହାସପାତାଲ, ଚେନ୍ନାଇର ଆପୋଲୋ ତଥା ଭୁବନେଶ୍ୱରର ଆପୋଲୋ ଓ କଳିଙ୍ଗ ହାସପାତାଲରେ ବହୁ ବର୍ଷ ଧରି ଜଣେ ହୃଦରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କଲାପରେ, ସେ କିଛି ବର୍ଷ ହେଲା, ଭୁବନେଶ୍ୱରରେ ମାଗଣାରେ ଚିକିତ୍ସା ପ୍ରଦାନ କରିଆସୁଥିଲେ ।
ସେ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ପ୍ରତିଷ୍ଠା ଲାଭକରିଥିଲେ । ବିଶେଷକରି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ବଳିଷ୍ଠ ଭୂମିକା ରହିଆସିଛି । ଚେନ୍ନାଇଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସେ, ରୋଟାରୀ କ୍ଳବ ଓ ମଦର ଟେରେସାଙ୍କ ଅନୁଷ୍ଠାନ ଆଦି ସହ ଜଡ଼ିତ ରହି ବହୁ ସେବାମୂଳକ କାମରେ ଅଂଶଗ୍ରହଣ କରିଥିଲେ । ଚିକିତ୍ସା ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ସେ ବହୁ ପୁସ୍ତକ ରଚନା କରିଯାଇଛନ୍ତି ।
ରଚନାବଳୀ
ସମ୍ପାଦନା- ବାଇଶି ପାହାଚ
- ହୃଦରୋଗର କାରଣ ଓ ନିରାକରଣ
- ଭଗବାନ ଶ୍ରୀ ରମଣ ମହର୍ଷି
- ମୁଁ କିଏ
- ତିନିଟି ପୃଥିବୀ [୨]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ- ୨୦୧୨[୩]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-03-18.
{{cite web}}
: Cite has empty unknown parameter:|1=
(help) - ↑ ସମାଜ, ୧୬/୦୩/୨୦୧୪ ପୃଷ୍ଠା ୧ ଓ ୪ ଏବଂ ସମ୍ବାଦ ୧୬/୦୩/୨୦୧୪ ପୃଷ୍ଠା ୩ ଓ ୯
- ↑ "ଆର୍କାଇଭ୍ କପି". Archived from the original on 2022-01-21. Retrieved 2014-03-18.
{{cite web}}
: Cite has empty unknown parameter:|1=
(help)