ଓବିନଟଜୁମାବ, ପୂର୍ବରୁ ଆଫୁଟୁଜୁମାବ ଭାବରେ ଜଣାଶୁଣା, ଏକ ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ୍ ଲିଉକେମିଆ (CLL) ଏବଂ ଫୋଲିକୁଲାର୍ ଲିମ୍ଫୋମା (FL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଯେତେବେଳେ ଫ୍ଲୁଡାରାବିନ୍ ବ୍ୟବହାର ହୋଇପାରିବ ନାହିଁ ସେତେବେଳେ ସିଏଲଏଲ (CLL) ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ | [୨]

ଓବିନଟଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD20
Clinical data
Trade namesGazyva, Gazyvaro
SynonymsAfutuzumab, GA101
AHFS/Drugs.commonograph
data
Pregnancy
category
  • AU: C
  • US: N (Not classified yet)
Routes of
administration
Intravenous infusion
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
Elimination half-life28.4 days
Chemical and physical data
FormulaC6512H10060N1712O2020S44
Molar mass୧,୪୬,୦୬୪.୭୨ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ନିମୋନିଆ, ମୂତ୍ରାଙ୍ଗ ସଂକ୍ରମଣ, ହର୍ପିସ ଜୋସ୍ଟର, ତରଲ ଝାଡ଼ା, ଯନ୍ତ୍ରଣା, ଶୋଇବାରେ ଅସୁବିଧା, କେଶ ଝଡ଼ିବା, ଜ୍ୱର, କମ୍ ପ୍ଲାଟେଲେଟ୍ ସ୍ତର ଏବଂ କମ୍ ଶ୍ୱେତ ରକ୍ତ କଣିକା ସ୍ତର ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି ଏବଂ ହେପାଟାଇଟିସ ବି ପୁନଃ ସକ୍ରିୟ ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୨୦ (CD20) ସହିତ ସଂଲଗ୍ନ ହୁଏ ଏବଂ ସେଠାରେ ପ୍ରତିରକ୍ଷା ପ୍ରଣାଳୀକୁ ନିର୍ଦ୍ଦେଶ ଦେଇଥାଏ । [୨]

୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓବିନଟଜୁମାବ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧ଗ୍ରାମ ବିଶିଷ୍ଟ ଭାଏଲର ମୂଲ୍ୟ ୩,୩୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭,୨୦୦ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Obinutuzumab Monograph for Professionals". Drugs.com (in ଇଂରାଜୀ). Archived from the original on 7 October 2021. Retrieved 6 November 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Gazyvaro". Archived from the original on 2 March 2021. Retrieved 6 November 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 922. ISBN 978-0857114105.
  4. "Gazyva Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 6 November 2021.