ମୁଖ୍ୟ ସୂଚୀ ଦେଖିବେ

ହର୍ପିସ୍ ଜୋସ୍ଟର, (ଅନ୍ୟ ନାମ ସିଙ୍ଗଲସ ବା ଜୋସ୍ଟର ବା ଜୋନା ଯଥାକ୍ରମେ ଇଂରାଜୀ ଭାଷାରେ Shingles, also known as zoster, herpes zoster, or zona), ଏକ ଭୁତାଣୁ ରୋଗ ବିଶେଷତା ହେଲା ଏକ ସୀମିତ ଏରିଆରେ ଯନ୍ତ୍ରଣାଦାୟକ ଚର୍ମ ରାସ ବା ଲାଲ ଚକଡ଼ା ଓ ଫୋଟକା ଦେଖାଯାଏ ।[୧][୨] ଏହି ଚକଡ଼ାଗୁଡ଼ିକ ଦେହର ଯେ କୌଣସି ଗୋଟିଏ ପାଖରେ ବା ମୁହଁରେ ଗୋଟିଏ ଧାଡ଼ିରେ ଦେଖାଯାଏ । ଲାଲ ଚକଡ଼ା ବାହାରିବାର ୨/ ୪ ଦିନ ପୂର୍ବରୁ ଚମରେ ଯନ୍ତ୍ରଣା ହୁଏ ଓ ଝିମ ଝିମ ହୁଏ । ଅନ୍ୟଥା ଏହାର ବ‌ହୁତ ଅଳ୍ପ ଲକ୍ଷଣ ଥାଏ । [୩] ଏହି ଚକଡ଼ାଗୁଡ଼ିକ ୨ରୁ ୪ ସପ୍ତାହ ମଧ୍ୟରେ ଶୁଖି ଯାଏ; [୧] କିନ୍ତୁ କେତେକ ଲୋକଙ୍କର ସ୍ନାୟୁ ଯନ୍ତ୍ରଣା ମାସମାସ ବା ବର୍ଷ ବର୍ଷ ଧରି ଲାଗିରହେ ଯାହାକୁ ପୋଷ୍ଟଥର୍ପେଟିକ ନିଉରାଲଜିଆ କୁହାଯାଏ । ଇମ୍ମ୍ୟୁନିଟି ଅଭାବ ଥିଲେ ରାସ ଖେଳେଇହୋଇ ଚାରିଆଡ଼େ ବାହାରେ ଯାହାକୁ ଡିସସେମିନେଟେଡ ସିଙ୍ଗ୍ଲସ କୁହାଯାଏ । [୩] ଆଖିରେ ରାସ ହେଲେ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଏ । [୧]

ହର୍ପିସ୍ ଜୋସ୍ଟର
Herpes zoster neck.png
ବେକ ଓ କାନ୍ଧରେ ହୋଇଥିବା ହର୍ପିସ୍ ଜୋସ୍ଟର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିDermatology
ଆଇସିଡ଼ି-୧୦B02.
ଆଇସିଡ଼ି-୯-ସିଏମ୍053
ରୋଗ ଡାଟାବେସ29119
ମେଡ଼ିସିନ-ପ୍ଲସ000858
ଇ-ମେଡ଼ିସିନmed/1007 derm/180 emerg/823 oph/257 ped/996
Patient UKହର୍ପିସ୍ ଜୋସ୍ଟର

ଶରୀରରେ ଭାରିସେଲା ଜୋସ୍ଟର ଭୁତାଣୁ (ଭିଜେଡଭି) ପୁନଃ କ୍ରିୟାଶୀଳ ହେଲେ ହର୍ପିସ୍ ଜୋସ୍ଟର ରୋଗ ହୁଏ । ଏହି ଭୁତାଣୁର ପ୍ରାରମ୍ଭିକ ସଂକ୍ରମଣ ଯୋଗୁ ହାଡ଼ଫୁଟି ରୋଗ ହୁଏ । ଥରେ ହାଡ଼ଫୁଟି ରୋଗ ଭଲ ହୋଇଗଲେ ସ୍ନାୟୁକୋଷରେ ଭୁତାଣୁ ନିଷ୍କ୍ରିୟ (latent) ହୋଇ ରହିଯାଏ । ଏହି ଭୁତାଣୁ ପୁନଃକ୍ରିୟାଶୀଳ ହେବା ନିମନ୍ତେ ଆବଶ୍ୟକ ହେଉଥିବା ସଙ୍କଟାବସ୍ଥାମାନଙ୍କର ନାମ: ବୃଦ୍ଧ ବୟସ, ଇମ୍ମ୍ୟୁନିଟି ଅଭାବ ଓ ୧୮ ମାସ ବୟସ ପୂର୍ବରୁ ହାଡ଼ଫୁଟି ରୋଗ‌ଗ୍ରସ୍ତ ହେବା ଇତ୍ୟାଦି । ଶରୀର ମଧ୍ୟରେ ଭୁତାଣୁ କିପରି ରହେ ଓ କିପରି ପୁନଃକ୍ରିୟାଶୀଳ ହୁଏ, ଏ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ରହସ୍ୟାବୃତ ହୋଇ ରହିଛି । [୩] ଫୋଟକାରେ ଥିବା ଭୁତାଣୁ ସଂସ୍ପର୍ଶରେ ଆସିଲେ ପ୍ରଥମେ ହାଡ଼ଫୁଟି ହୁଏ, ହର୍ପିସ୍ ଜୋସ୍ଟର ନୁହେଁ ।[୪] ଏହାର ସ୍ୱାଭାବିକ ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୫] ଭାରିସେଲା ସିମ୍ପ୍ଲେକ୍ସ ଭୁତାଣୁ ଓ ହର୍ପିସ୍ ଜୋସ୍ଟର ଭୁତାଣୁ ଦ୍ୱୟ ଭିନ୍ନ ଭିନ୍ନ ଭୁତାଣୁ ଓ ଭୁତାଣୁ ପରିବାରର ସଦସ୍ୟ । [୬]

ସିଙ୍ଗଲସ ଟିକା ନେଲେ ୫୦ରୁ ୮୦ ବର୍ଷ ମଧ୍ୟରେ ଥିବା ଲୋକଙ୍କର ଏହି ରୋଗ ହେବା ସଙ୍କଟ ଅଧା କମିଯାଏ । ପୋଷ୍ଟଥର୍ପେଟିକ ନିଉରାଲଜିଆ ରୋଗ ହାର କମିଯାଏ ଓ ପ୍ରକୋପ କମ ହୁଏ । ୮୦ ବର୍ଷ ବୟସ ପରେ ମଧ୍ୟ ଏହା କ୍ରିୟାଶୀଳ ରହେ କିନ୍ତୁ କିଛି କମ ହୁଏ । ଏହି ଟିକା ଭାରିସେଲା ଟିକା ସ‌ହ ସମାନ କିନ୍ତୁ ମାତ୍ରା ବା ଡୋଜ କିଛି ଅଧିକ । [୩] ସିଙ୍ଗଲସ ରୋଗ ହେଲେ ଏସିକ୍ଲୋଭର ଭଳି ଆଣ୍ଟିଭାଇରାଲ ଔଷଧ ଦେଲେ ରୋଗର ଗମ୍ଭୀରତା ଓ ରୋଗ ଅବଧି କମିଯାଏ କିନ୍ତୁ ଏହା ରାସ ବାହାରିବାର ୭୨ ଘଣ୍ଟା ମଧ୍ୟରେ ଦେବାକୁ ଦରକାର । [୫] ପୋଷ୍ଟଥର୍ପେଟିକ ନିଉରାଲଜିଆ ଉପରେ ଆଣ୍ଟିଭାଇରାଲ ବା ସ୍ଟିରଏଡ ଔଷଧର ଉଲ୍ଲେଖନୀୟ ପ୍ରଭାବର ପ୍ରମାଣ ମିଳିନାହିଁ । [୭][୮] ତୀବ୍ର ଯନ୍ତ୍ରାଣାରେ ପାରାସେଟାମୋଲ, ଏନଏସଆଇଡିଓପିଅଏଡ ଆଦି ଔଷଧ ସାହାଯ୍ୟ କରେ । [୫]

ସମୁଦାୟ ଲୋକସଂଖ୍ୟାର ଏକ ତୃତୀୟାଂଶ ଜୀବନର କୌଣସି ସମୟରେ ଏହି ରୋଗ ଭୋଗ କରନ୍ତି । [୩] ବୟସାଧିକ୍ୟ ଲୋକଙ୍କର ଏ ରୋଗ ସାଧାରଣତଃ ଅଧିକ ହେଲେ ମଧ୍ୟ ପିଲାମାନଙ୍କୁ ମଧ୍ୟ ହୁଏ । [୬] ବାର୍ଷିକ ନୂତନ ରୋଗ ହାର ସୁସ୍ଥ ଲୋକମାନଙ୍କର ପ୍ରତି ୧୦୦୦ରେ ୧.୨-୩.୪ ଜଣଙ୍କର ହୁଏ ଓ ୬୫ ବର୍ଷ ବୟସରୁ ଅଧିକ ଲୋକଙ୍କର ପ୍ରତି ଏକ ହଜାରରେ ୩.୯-୧୧.୮ ହୁଏ । [୯] ୮୫ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ଲୋକଙ୍କୁ ଅତି କମରେ ଥରେ ଏହି ରୋଗ ହୁଏ ଓ ୫ %ରୁ କମ ଲୋକଙ୍କର ଏକାଧିକ ଆକ୍ରମଣ ହୁଏ । [୩][୧୦] ପୁରାକାଳରୁ ଏହି ରୋଗ ଥିବା ଜଣାଯାଏ । [୩] ଆରବ ଦେଶମାନଙ୍କରେ ଏହାର ନାମର ଅର୍ଥ ନିଆଁର ବେଲ୍ଟ , ସ୍ପାନିଶ ଭାଷାରେ ଛୋଟ ସାପ ଓ ହିନ୍ଦି ଭାଷାରେ ବଡ଼ ରାସ୍[୧୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Shingles (Herpes Zoster) Signs & Symptoms". May 1, 2014. Retrieved 26 May 2015.
  2. Shafer's textbook of oral pathology (Seventh ed.). 2014. p. 351. ISBN 9788131238004.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Hamborsky J (2015). Epidemiology and Prevention of Vaccine-Preventable Diseases (PDF) (13 ed.). Washington D.C. Public Health Foundation. pp. 353–374.
  4. "Shingles (Herpes Zoster) Transmission". September 17, 2014. Retrieved 26 May 2015.
  5. ୫.୦ ୫.୧ ୫.୨ Cohen, JI (18 July 2013). "Clinical practice: Herpes zoster". The New England journal of medicine. 369 (3): 255–63. PMID 23863052.
  6. ୬.୦ ୬.୧ "Overview". September 17, 2014. Retrieved 26 May 2015.
  7. Chen, N; Li, Q; Yang, J; Zhou, M; Zhou, D; He, L (6 February 2014). "Antiviral treatment for preventing postherpetic neuralgia". The Cochrane database of systematic reviews. 2: CD006866. PMID 24500927.
  8. Han, Y; Zhang, J; Chen, N; He, L; Zhou, M; Zhu, C (28 March 2013). "Corticosteroids for preventing postherpetic neuralgia". The Cochrane database of systematic reviews. 3: CD005582. PMID 23543541.
  9. Dworkin RH, Johnson RW, Breuer J, et al. (2007). "Recommendations for the management of herpes zoster". Clin. Infect. Dis. 44 Suppl 1: S1–26. doi:10.1086/510206. PMID 17143845.
  10. Honorio T. Benzon (2011). Essentials of Pain Medicine (3rd ed.). London: Elsevier Health Sciences. p. 358. ISBN 9781437735932.
  11. Yawn, BP; Gilden, D (3 September 2013). "The global epidemiology of herpes zoster". Neurology. 81 (10): 928–30. PMID 23999562.