ଫ୍ଲୁଡାରାବିନ (ଇଂରାଜୀ ଭାଷାରେ Fludarabine, ବିକ୍ରୟ ନାମ ଫ୍ଲୁଡାରା) ଏକ କେମୋଥେରାପି ଔଷଧ ଯାହା ଲିଉକେମିଆଲିମ୍ଫୋମା ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କ ମଧ୍ୟରେ କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (chronic lymphocytic leukemia), ନନ୍-ହଜକିନସ ଲିମ୍ଫୋମା (non-Hodgkin's lymphoma), ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia) ଓ ଆକ୍ୟୁଟ ଲୋମ୍ଫୋସାଇଟିକ ଲିଉକେମିଆ (acute lymphocytic leukemia) ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ବା ପାଟିରେ ମଧ୍ୟ ଦିଆଯାଇପାରେ । [୧][୨]

ଫ୍ଲୁଡାରାବିନ
Clinical data
Trade namesFludara, others
AHFS/Drugs.commonograph
MedlinePlusa692003
Pregnancy
category
  • D
Routes of
administration
intravenous, by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
Pharmacokinetic data
Bioavailability55%
Protein binding19 to 29%
Elimination half-life20 hours
Excretionkidney
Identifiers
  • [(2R,3R,4S,5R)-5-(6-amino-2-fluoro-purin-9-yl)- 3,4-dihydroxy-oxolan-2-yl]methoxyphosphonic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.123.703 Edit this at Wikidata
Chemical and physical data
FormulaC10H13FN5O7P
Molar mass365.212 g/mol
3D model (JSmol)
  • Fc1nc(c2ncn(c2n1)[C@@H]3O[C@@H]([C@@H](O)[C@@H]3O)CO)N
  • InChI=1S/C10H12FN5O4/c11-10-14-7(12)4-8(15-10)16(2-13-4)9-6(19)5(18)3(1-17)20-9/h2-3,5-6,9,17-19H,1H2,(H2,12,14,15)/t3-,5-,6+,9-/m1/s1 checkY
  • Key:HBUBKKRHXORPQB-FJFJXFQQSA-N checkY
 ☒NcheckY (what is this?)  (verify)

ଫ୍ଲୁଡାରାବିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଜ୍ୱର, ରାସ, ଅଣନିଶ୍ୱାସୀ, କାଲୁଆ ଅନୁଭବ, ଦୃଷ୍ଟି ପରିବର୍ତ୍ତନ ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଏନସେଫାଲୋପାଥି (brain dysfunction), ସ୍ୱଳ୍ପ ରକ୍ତ କଣିକା (low blood cell counts) ଓ ନିମୋନିଆ ଇତ୍ୟାଦି ରୋଗମାନ ହୋଇପାରେ । ଗର୍ଭାବସ୍ଥାରେ ଏହା ଗର୍ଭସ୍ଥ ଶିଶୁର କ୍ଷତି କରେ ।[୧] ଏହା ପ୍ୟୁରିନ ଆନାଲଗ (purine analog ) ଶ୍ରେଣୀର ଏକ ଔଷଧ ଓ ଡିଏନଏ ସଂଶ୍ଳେଷ (duplication of DNA) କାର୍ଯ୍ୟରେ ବାଧା ସୃଷ୍ଟିକରି କାର୍ଯ୍ୟକ୍ଷମ ହୁଏ ।[୧][୩]

ଫ୍ଲୁଡାରାବିନ, ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୧ରେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦ମିଗ୍ରା ଭାଏଲର କ୍ରୟ ମୂଲ୍ୟ ପ୍ରାୟ ୫୪.୦୦ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ଏକ ୫୦ ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ପ୍ରାୟ ୧୫୫.୦୦ ପାଉଣ୍ଡ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Fludarabine Phosphate". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 590. ISBN 9780857111562.
  3. Helms, Richard A.; Quan, David J. (2006). Textbook of Therapeutics: Drug and Disease Management (in ଇଂରାଜୀ). Lippincott Williams & Wilkins. p. 2309. ISBN 9780781757348.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Fludarabine Phosphate". International Drug Price Indicator Guide. Retrieved 8 December 2016.[permanent dead link]