କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ
କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (ସିଏଲଏଲ) ହେଉଛି ଏକ ପ୍ରକାର କର୍କଟ ରୋଗ ଯେଉଁଥିରେ ଅସ୍ଥି ମଜ୍ଜା ଅତ୍ୟଧିକ ସଂଖ୍ୟକ ଲିମ୍ଫୋସାଇଟ (lymphocytes), ଏକ ପ୍ରକାରର ଶ୍ୱେତ ରକ୍ତ କଣିକା (white blood cell), ତିଆରି କରିଥାଏ । ପ୍ରଥମେ ପ୍ରଥମେ ଏହି ରୋଗଟିର କିଛି ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ପରେ ବିଭିନ୍ନ ଲକ୍ଷଣ ଯଥା କୌଣସି କଷ୍ଟ ନହୋଇ ଲିମ୍ଫ ନୋଡ ଫୁଲିଯିବା, ଥକ୍କା ଲାଗିବା, ଜ୍ୱର ହେବା, ବିନା କୌଣସି କାରଣବଶତଃ ଓଜନ ହ୍ରାସ ଘଟିବା ହୋଇପାରେ ।[୨] ପ୍ଲୀହାର ଆକାର ବଢ଼ିଯିବା (Enlargement of the spleen) ଓ ଆନିମିଆ ମଧ୍ୟ ହୋଇପାରେ ।[୨][୪] ସମୟକ୍ରମେ ସ୍ୱାସ୍ଥ୍ୟ ଖରାପ ହୋଇଚାଲେ ।[୨]
କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ | |
---|---|
ବି-ସେଲ କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (ବି-ସିଏଲଏଲ)[୧] | |
ବିଭାଗ | Hematology) ଓ oncology |
ଲକ୍ଷଣ | ଆରମ୍ଭରୁ: କିଛି ନାହିଁ [୨] ପରେ: କଷ୍ଟହୀନ ଲିମ୍ଫ ନୋଡ ଫୁଲିଯିବା, ଥକା ଲାଗିବା, ଜ୍ୱର ହେବା, ବିନା କୌଣସି କାରଣବଶତଃ ଓଜନ ହ୍ରାସ ଘଟିବା[୨] |
ଆକ୍ରାନ୍ତ ସମୟ | ୫୦ ଦିନରୁ ଅଧିକ[୩] |
ବିପଦ କାରକ | ପାରିବାରିକ ଇତିହାସ, ଏଜେଣ୍ଟ ଅରେଞ୍ଜ, କିଛି କୀଟନାଶକ[୨][୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା[୫] |
ସଠିକ ରୋଗ ନିର୍ଣ୍ଣୟ | ମନୋନ୍ୟୂକ୍ଳେଓସିସ, ହେୟାରୀ କୋଷ ଲିଉକେମିଆ, ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ନଛୋଡବନ୍ଧା ପଲିକ୍ଳୋନାଲ ବି-ସେଲ ଲିମ୍ଫୋସାଇଟୋସିସ[୫] |
ଚିକିତ୍ସା | ସଜାଗ ଅପେକ୍ଷା, କେମୋଥେରାପି, ଇମ୍ମ୍ୟୁନୋଥେରାପି[୪][୫] |
Prognosis | ପାଞ୍ଚ ବର୍ଷ ବଞ୍ଚିବା ହାର ~୮୩% (US)[୩] |
ପୁନଃପୌନିକ | ୯,୦୪,୦୦୦ (୨୦୧୫)[୬] |
ମୃତ୍ୟୁ ସାନ୍ଦ୍ରତା | ୬୦,୭୦୦ (୨୦୧୫)[୭] |
ଏହି ରୋଗର ପାରିବାରିକ ଇତିହାସ ଥିଲେ ରୋଗ ସଙ୍କଟ ରହିବା ।[୨] ଏଜେଣ୍ଟ ଅରେଞ୍ଜ (Agent Orange) ଓ କେତେକ କୀଟ ନାଶକ (insecticides) ଦ୍ରବ୍ୟ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ସଙ୍କଟ ରହିବ ।[୪] ଏହି ରୋଗ ଫଳରେ ଅସ୍ଥି ମଜ୍ଜା (bone marrow), ଲସିକା ଗ୍ରନ୍ଥି (lymph nodes) ଓ ରକ୍ତରେ ଅଧିକ ବି ସେଲ (B cell) ଲିମ୍ଫୋସାଇଟ ତିଆରି ହୋଇଯାଏ ।[୪] ଏହି ଲିମ୍ଫୋସାଇଟ ଗୁଡ଼ିକ ଅନ୍ୟାନ୍ୟ ସୁସ୍ଥ ରକ୍ତ ଜୀବକୋଷମାନଙ୍କୁ (blood cells) ସ୍ଥାନଚ୍ୟୁତ କରିଦିଏ ।[୨] ସିଏଲଏଲ ଦୁଇ ପ୍ରକାର ଥାଏ ଯଥା:- ବିନା ମ୍ୟୁଟେସନରେ ଓ ମ୍ୟୁଟେସନ ସହିତ ଆଇଜିଏଚଭି (IGHV ।[୪] ରକ୍ତ ପରୀକ୍ଷାରେ (blood test) ଅତ୍ୟଧିକ ସଂଖ୍ୟକ ଲିମ୍ଫୋସାଇଟ ଓ ସ୍ମଜ ସେଲ ଦେଖାଯାଏ । [୫]
ଚିକିତ୍ସା ଆରମ୍ଭରୁ କେବଳ ସଜାଗ ଅପେକ୍ଷା (en:watchful waiting) କରାଯାଏ ।[୫] ସଂକ୍ରମଣ (Infections) ହେଲେ ତତକ୍ଷଣାତ୍ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୪] ଉଲ୍ଲେଖନୀୟ ଲକ୍ଷଣ ଥିଲେ କେମୋଥେରାପି (chemotherapy) ବା ଇମ୍ମ୍ୟୁନୋଥେରାପି (immunotherapy) ଦିଆଯାଏପାରେ ।[୪] ଅନ୍ୟଥା ସୁସ୍ଥ ଲୋକଙ୍କୁ ଫ୍ଲୁଡାରାବିନ, ସାଇକ୍ଲୋଫସଫାମାଇଡ ବା ରିଟକ୍ସିମାବ ଦିଆଯାଏ ।[୮]
ପୃଥିବୀରେ ସନ ୨୦୧୫ରେ ଏହି ରୋଗରେ ୯୦୪,୦୦୦ ଲୋକ ଆକ୍ରାନ୍ତ ହୋଇଥିଲେ ଓ ୬୦,୭୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୬][୭] ପ୍ରାୟ ୫୦ ବର୍ଷ ବୟସ ପରେ ଏହି ରୋଗ ଆକ୍ରମଣ କରେ ।[୩] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ଏସିଆରେ କମ୍ ଲୋକଙ୍କୁ ଏହି ରୋଗ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ୫ ବର୍ଷ ବଞ୍ଚିବା (Five-year survival) ହାର ପ୍ରାୟ ୮୩% । [୩] ସମୁଦାୟ କର୍କଟ ରୋଗ ମୃତ୍ୟୁର ୧% ଏହି ରୋଗ ଯୋଗୁ ହୁଏ ।[୭]
ଆଧାର
ସମ୍ପାଦନା- ↑ O'Brien, Susan; Gribben, John G. (2008). Chronic Lymphocytic Leukemia (in ଇଂରାଜୀ). CRC Press. p. 19. ISBN 9781420068962.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Chronic Lymphocytic Leukemia Treatment". National Cancer Institute (in ଇଂରାଜୀ). 26 October 2017. Retrieved 19 December 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Chronic Lymphocytic Leukemia - Cancer Stat Facts". seer.cancer.gov (in ଇଂରାଜୀ). Retrieved 20 December 2017.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Kipps, Thomas J.; Stevenson, Freda K.; Wu, Catherine J.; Croce, Carlo M.; Packham, Graham; Wierda, William G.; O'Brien, Susan; Gribben, John; Rai, Kanti (2017-01-19). "Chronic lymphocytic leukaemia". Nature Reviews Disease Primers (in ଇଂରାଜୀ). 3: 16096. doi:10.1038/nrdp.2016.96. ISSN 2056-676X. PMC 5336551. PMID 28102226.
- ↑ ୫.୦ ୫.୧ ୫.୨ ୫.୩ ୫.୪ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 750. ISBN 9780323529570.
- ↑ ୬.୦ ୬.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୭.୦ ୭.୧ ୭.୨ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Hallek, M (September 2017). "Chronic lymphocytic leukemia: 2017 update on diagnosis, risk stratification, and treatment". American journal of hematology. 92 (9): 946–965. doi:10.1002/ajh.24826. PMID 28782884.