ଏକା ତୁ ଏକା ମୁଁ

୨୦୨୨ ଓଡ଼ିଆ କଥାଚିତ୍ର

ଏକା ତୁ ଏକା ମୁଁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୨] ସଙ୍ଗୀତକାର ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏକା ତୁ ଏକା ମୁଁ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ପ୍ରଦ୍ୟୁମ୍ନ ଲେଙ୍କା
ଭୂପତି ତ୍ରିପାଠୀ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ।[୨] ପ୍ରଦ୍ୟୁମ୍ନ ଲେଙ୍କା, ଭୂପତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୪ ତାରିଖରେ ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲା ମନ୍ମଥ ମିଶ୍ର[୨] ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନମିତା ଅଗ୍ରୱାଲ, ସୌରଭ ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ମନ ମୋର ଗାର୍ଡ଼େନ୍ ଗାର୍ଡ଼େନ୍"ହ୍ୟୁମାନ ସାଗର, ନମିତା ଅଗ୍ରୱାଲ୦୪:୨୩
2."ଏକା ଏକା ମୁଁ"ହ୍ୟୁମାନ ସାଗର୦୫:୪୩
3."ଏ ଜୀବନ କେବେ ଶିବ ରଂଜନି"ସୌରଭ ନାୟକ୦୪:୩୯
4."ସମୟ ସୁଅ ମୁହେଁ ପତର"ସୌରଭ ନାୟକ୦୧:୧୪

ଆଧାର ସମ୍ପାଦନା

  1. ୧.୦ ୧.୧ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ ୨.୨ "ଏକା ତୁ ଏକା ମୁଁ". ସମାଜ (ରବିବାର). 29 May 2022. Archived from the original on 16 June 2022. Retrieved 16 June 2022.

ବାହାର ଆଧାର ସମ୍ପାଦନା