ଉଷା ଦେବୀ
ଉଷା ଦେବୀ (ଜନ୍ମ: ୨୫ ଫେବୃଆରୀ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳ ରାଜନୈତିକ ଦଳ ସହ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୧] ସେ ୧୯୯୦ ମସିହାରେ ଚକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ପାଇଁ ଜଣେ ବିଧାୟିକା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହାପରେ ସେ ୨୦୦୦ ମସିହାରୁ ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ଲଗାତାର ୫ ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ପ୍ରଥମେ ୨୦୧୧ ମସିହାରେ ୧୪ଶ ଓଡ଼ିଶା ବିଧାନ ସଭାରେ ସୂଚନା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩]
ଉଷା ଦେବୀ | |
---|---|
ବିଧାୟିକା: ୧୨ଶ, ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୨୪ | |
ପୂର୍ବ ଅଧିକାରୀ | ଚିନ୍ତାମଣି ଦ୍ୟାନ ସାମନ୍ତରା |
ପର ଅଧିକାରୀ | ମନୋରଞ୍ଜନ ଦ୍ୟାନ ସାମନ୍ତରା |
ନିର୍ବାଚନ ମଣ୍ଡଳୀ | ଚିକିଟି |
ବିଧାୟିକା: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଚିନ୍ତାମଣି ଦ୍ୟାନ ସାମନ୍ତରା |
ପର ଅଧିକାରୀ | ଚିନ୍ତାମଣି ଦ୍ୟାନ ସାମନ୍ତରା |
ନିର୍ବାଚନ ମଣ୍ଡଳୀ | ଚିକିଟି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଫେବୃଆରୀ ୧୯୫୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ତ୍ରିଗୁଣତା ଦେବ |
ସନ୍ତାନ | ୧ ପୁଅ, ୧ ଝିଅ |
ବାପା/ବୋଉ | ଚନ୍ଦ୍ର ଚୂଡ଼ାମଣୀ ଦେବ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଉଷା ଦେବୀ ୧୯୫୨ ମସିହାର ଫେବ୍ରୁଆରୀ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଚନ୍ଦ୍ର ଚୂଡ଼ାମଣୀ ଦେବ । ସେ କଳାରେ ସ୍ନାତକ କରିବାପରେ ଇଣ୍ଟେରିଅର ଡିଜାଇନରେ ଶିକ୍ଷାଗ୍ରହଣ କରିଥିଲେ ଏବଂ ପରେ ସେ ଜଣେ ଖବରଦାତା ଷ୍ଟେନୋଗ୍ରାଫି ଶିକ୍ଷାଗ୍ରହଣ କରିଥିଲେ ।[୨] ଉଷା ଦେବୀ ତ୍ରିଗୁଣତା ଦେବଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଉଷା ଦେବୀ ବିବାହ ପରେ ଜଣେ ଗୃହିଣୀ ଭାବରେ କାର୍ଯ୍ୟ କରୁଥିଲେ ।[୪]
ରାଜନୈତିକ ଜୀବନ
ସମ୍ପାଦନାଉଷା ଦେବୀ ପ୍ରଥମ ଜନତା ଦଳ ସହ ମିଶି ଓଡ଼ିଶା ରାଜନୀତିରେ ସକ୍ରିୟ ହୋଇଥିଲେ । ସେ ୧୯୯୦ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ ଉଷା ଦେବୀ ଜନତା ଦଳର ପ୍ରତିନିଧି ଭାବରେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଚକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ; ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ । ଏହାପରେ ଓଡ଼ିଶାରେ ବିଜୁ ଜନତା ଦଳର ଗଠନ ହେବା ପରେ ସେ ସେଥିରେ ଯୋଗ ଦେଲେ ଏବଂ ୨୦୦୦ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସରକାର ଭଙ୍ଗ କରିବାଯାଏଁ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨୦୦୪ ମସିହାରେ, ୨୦୦୯ ମସିହାରେ ଓ ୨୦୧୪ ମସିହାରେ ଯଥାକ୍ରମେ ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ଉଷା ଦେବୀ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କର ୩ୟ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିଲେ ।[୨] ୧୦ ମଇ ୨୦୧୧ରେ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୋଜନା ଓ ସମନ୍ୱୟ[୬], ମହିଳା ଓ ଶିଶୁ ବିକାଶ କଲ୍ୟାଣ, ଦକ୍ଷତା ଓ କାରିଗରି ବିକାଶ ଆଦି ବିଭାଗର ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨][୭]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଚିକିଟି | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଚିକିଟି | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଚିକିଟି | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଚିକିଟି | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଚିକିଟି | ବିଜୁ ଜନତା ଦଳ |
୨୦୧୯ | ୨୦୨୪ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଚିକିଟି | ବିଜୁ ଜନତା ଦଳ |
ଆଧାର
ସମ୍ପାଦନା- ↑ "Usha Devi MLA of CHIKITI Odisha contact address & email". nocorruption.in (in ଇଂରାଜୀ). Retrieved 2019-03-04.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Smt. Usha Devi". odishaassembly.nic.in. Odisha Assembly. Retrieved 4 March 2019.
- ↑ ୩.୦ ୩.୧ "MLA Usha Devi Profile | CHIKITI Constituency". odishahelpline.com. Retrieved 2019-03-04.
- ↑ ୪.୦ ୪.୧ ୪.୨ "MLA Usha Devi Profile | CHIKITI Constituency". naveenpatnaik.com. Archived from the original on 2019-01-13. Retrieved 2019-03-04.
- ↑ "Public Representative | District Ganjam, Government Of Odisha" (in ଆମେରିକୀୟ ଇଂରାଜୀ). Retrieved 2019-03-04.
- ↑ "Corruption rampant in departments where CM leads statutory committees: Opposition". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2018-09-15. Retrieved 2019-03-04.
- ↑ "List of Ministers in Odisha with Portfolios (October 2017)". KalingaTV (in ଆମେରିକୀୟ ଇଂରାଜୀ). 2017-10-07. Retrieved 2019-03-04.