ଉତ୍କଳ ଗ୍ରାମୀଣ ବ୍ୟାଙ୍କ

(ଉତ୍କଳ ଗ୍ରାମୀଣ ବେଙ୍କରୁ ଲେଉଟି ଆସିଛି)

ଉତ୍କଳ ଗ୍ରାମୀଣ ବ୍ୟାଙ୍କ(English: Utkal Grameen Bank), ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମ୍ୟ ବ୍ୟାଙ୍କ ଗୁଡିକର ସମ୍ମିଶ୍ରିତ କରି ଗଢ଼ା ଯାଇଥିବା ଏକ ଆଞ୍ଚଳିକ ଗ୍ରାମ୍ୟ ଭିତ୍ତିକ ବ୍ୟାଙ୍କ । ଏହା ୧ ନଭେମ୍ବର ୨୦୧୨ରେ ଗଠନ କରାଯାଇଥିଲା ।[୧] ସରକାରଙ୍କ ପ୍ରଣିତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଆଇନ ୧୯୭୬ର ବ୍ୟବସ୍ଥା ଅନୁଯାୟୀ ଏହା ପରିଗଠିତ । ଏହି ବ୍ୟାଙ୍କ ଭରତ ସରକାରଙ୍କ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଓଫ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ପ୍ରଯୋଜନା ସହିତ ପରିଚାଳିତ । 

ଉତ୍କଳ ଗ୍ରାମୀଣ ବ୍ୟାଙ୍କ‌
ପ୍ରତିଷ୍ଠିତ ସ୍ଥାନ୨୦୧୨
ମୁଖ୍ୟ କାର୍ଯ୍ୟାଳୟବଲାଙ୍ଗୀର, ଭାରତ
Area served
ଓଡ଼ିଶା
ପ୍ରମୁଖ ବ୍ୟକ୍ତି
ରଞ୍ଜିତ କୁମାର ମିଶ୍ର
(ଅଧ୍ୟକ୍ଷ)
ୱେବ୍‌ସାଇଟ୍www.utkalgrameenbank.co.in

ଏହି ବ୍ୟାଙ୍କରେ ୫୦% ଅଂଶଧନ ଭାରତ ସରକାରଙ୍କ, ୩୫% ଷ୍ଟେଟ ବ୍ୟାଙ୍କ ଓଫ ଇଣ୍ଡିଆର ଓ ବାକି ୧୫% ଓଡ଼ିଶା ସରକାରଙ୍କ । ଏହି ବ୍ୟାଙ୍କର ମୁଖ୍ୟାଳୟ ବଲାଙ୍ଗୀରଠାରେ ଅବସ୍ଥିତ ଓ ରାଜ୍ୟର ୧୭ଟି ଜିଲ୍ଲାରେ ଏହାର ଶାଖା ସବୁ ରହିଛି । ୭ଟି ବିଭିନ୍ନ ଅଞ୍ଚଳରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ରହିଛି ।  

ଇତିହାସ  ସମ୍ପାଦନା

ଋଷିକୁଲ୍ୟ ଗ୍ରାମ୍ୟ ବ୍ୟାଙ୍କ, ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଆଦି ଗ୍ରାମ୍ୟବ୍ୟାଙ୍କ ସମୂହକୁ ସମ୍ମିଶ୍ରଣ ଘଟେଇ ୨୦୧୨ରେ ବୃହତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସୃଷ୍ଟି କରାହେଲା ।[୨] ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏହାର ୪୪୨ଟି ଶାଖା ରହିଛି । ସମ୍ବଲପୁର, ବରଗଡ଼, ରାୟଗଡ଼ା, ଭବାନୀପାଟଣା, ଯାଜପୁର ତଥା ବ୍ରହ୍ମପୁରଠାରେ ଆଞ୍ଚଳିକ ମୁଖ୍ୟାଳୟ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବଲାଙ୍ଗୀରଠାରେ ଅବସ୍ଥିତ କରାଗଲା। 

ବର୍ତ୍ତମାନ ସୁଦ୍ଧା ୧୭ ଜିଲ୍ଲା ସହ ଓଡ଼ିଶାର ୬୩% ଅଚଳ ଓ ୪୮% ଲୋକଙ୍କ ପାଇଁ ସୁବିଧା ଦଉଥିବା ଏହି ବ୍ୟାଙ୍କ ମୁଖ୍ଯତଃ କୃଷି ଓ ଅନନ୍ୟ ଗ୍ରାମୀଣ ଉଦ୍ୟୋଗ ପାଇଁ ଆର୍ଥିକ ରୁଣ ପ୍ରଦାନ ପାଇଁ ପ୍ରାଥମିକତା ଦେଇଥାଏ । 

ନିର୍ଦ୍ଦେଶକ ମଣ୍ଡଳୀ  ସମ୍ପାଦନା

ନିୟମାନୁସାରେ ଗଠିତ ଏକ ପରିଚନା ସମିତିର ତତ୍ତ୍ୱାବଧାନରେ ଏହା ପରିଚାଳିତ ହୁଏ । ଏଥିରେ ଓଡ଼ିଶା ସରକାର, ଭାରତ ସରକାର ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରତିନିଧିମାନେ ରହିଥାଆନ୍ତି । 

ଆଧାର  ସମ୍ପାଦନା

  1. "UGB formed by merger of two RRBs".Business Standard, 28 November 2012
  2. "RGB amalgates with UGB".The Hindu, 7 November 2012