ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ଓଡ଼ିଶାରେ ଭୁବନେଶ୍ୱରରେ ଅବସ୍ଥିତ ଏକ ଆଦିବାସୀ ଆବାସିକ ଶିକ୍ଷାନୁଷ୍ଠାନ । ଏଠାରେ ଆଗରୁ, ୨୦୧୪ ମସିହା ଜାନୁଆରୀ ୧୧ ତାରିଖରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ଓ ସମ୍ପାଦକ ସମୂହ୍ମାନଙ୍କର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା "ସେଣ୍ଟର ଫର ଇଣ୍ଟରନେଟ ସୋସାଇଟି"ର "ଆକସେସ ଟୁ ନଲେଜ" (CIS-A2K) ତରଫରୁ ଏକ ସହବନ୍ଧନ ସ୍ଥାପିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ବିଭିନ୍ନ ଉଇକିମିଡ଼ିଆ ପ୍ରକଳ୍ପରେ ସମ୍ପାଦନା ଆଦି କାମର ଯୋଜନା କରାଯାଇଥିଲା । ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାର ତଥା ଆଦିବାସୀ ଭାଷାରେ ଉଇକିମିଡ଼ିଆ ପ୍ରକଳ୍ପର ବିକାଶ ଏହି ସହବନ୍ଧନର ମୂଳ ଲକ୍ଷ । ଓଡ଼ିଆ ଉଇକି-ସମୂହ ସହ ଆଲୋଚନା ମାଧ୍ୟମରେ ଏଠାରେ "ଓଡ଼ିଶା ଦିବସ ୨୦୧୪" ଦିନ CC-BY-SA 3.0 ଲାଇସେନ୍ସରେ ବିତରିତ ହୋଇଥିବା ବହିସବୁକୁ ଡିଜିଟାଇଜ କରିବା ନିମନ୍ତେ ଏକ ପ୍ରକଳ୍ପର ଆରମ୍ଭ ବାବଦରେ ଆଲୋଚିତ ହୋଇଥିଲା ।

ମୁଖ୍ୟ କାମ ସମ୍ପାଦନା

  • ଶିକ୍ଷକ ଓ ଛାତ୍ରମାନଙ୍କୁ ଓଡ଼ିଆ ଉଇକିଅଭିଧାନ ବାବଦରେ ତାଲିମ
  • ଓଡ଼ିଆ ଉଇକିଅଭିଧାନରେ ଓଡ଼ିଶା ଦିବସରେ ବିତରିତ ବହିମାନଙ୍କର ଡିଜିଟାଇଜେସନ

ପରିଚାଳନା ସମ୍ପାଦନା

  • ଏଥିରେ ଭୁବନେଶ୍ୱରରେ ଥିବା ବରିଷ୍ଠ ଓଡ଼ିଆ ଉଇକିଆଳିଗଣ ଭାଗ ନେଇ ଶିକ୍ଷକ ଓ ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରିବେ
  • CIS-A2K ତରଫରୁ ସୁଭାସିସ ପାଣିଗାହି ୩ ମାସ ଓଡ଼ିଶାରେ ଅବସ୍ଥାପିତ ହୋଇ ଏହାର ପରିଚାଳନା କରିବେ
  • କିସ ତରଫରୁ ଏକ କାର୍ଯ୍ୟକାରୀ ଦଳ ଏହାର ସ୍ଥାନୀୟ ପରିଚାଳନା ଭାର ନେବେ । ଏହାର ସଭ୍ୟମାନେ ହେଲେ:
  1. ପ୍ରୀତିନନ୍ଦା ରାୟ - ପରିଚାଳକ
  2. ମହତ ଶତପଥୀ
  3. ଲୁସି ପ୍ରିୟଦର୍ଶନୀ ନାୟକ
  4. ସର୍ବେଶ୍ବର ବେହେରା
  5. ଲୁସିନା ପ୍ରିୟଦର୍ଶିନୀ ରାଉତ
  6. ଶାସ୍ୱତi ଜେନା
  7. ମାନସୀ ଚନ୍ଦ୍ର ନାୟକ
  8. ନୀଳିମା ସାମନ୍ତ
  9. ଡ. ସାଗରିକା ପରିଡ଼ା

କର୍ମଶାଳା ସମ୍ପାଦନା