ସମୟ ନିର୍ଘଣ୍ଟ ସମ୍ପାଦନା

IRC ବିବରଣୀ: Channel: #Wikimedia-or
Date: ଅଗଷ୍ଟ ୨୦, ୨୦୧୪ (ବୁଧବାର)
Time: ରାତି ୮ - ୯ ଘଟିକା

ଯୋଗଦାନକାରୀ ସମ୍ପାଦନା

ଆଲୋଚନାର ବିଷୟ ସମ୍ପାଦନା

  1. ଉଇକିଆଳିଙ୍କର ଅନୁଭୂତି ବଖାଣ
  2. ଓଡ଼ିଶାରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଯୋଜନା

ଆଲୋଚନାର ସାରାଂଶ ସମ୍ପାଦନା

  1. ଭୁବନେଶ୍ୱରରେ ଦଳବଦ୍ଧ ହୋଇ କାମ କରିବା ପାଇଁ ଏକ ସ୍ଥାନୀୟ ଦଳ "ଉଇକି ଟୁଙ୍ଗି"ର ପ୍ରତିଷ୍ଠା ହେବ । ଏହାର ପ୍ରାରମ୍ଭିକ ଟିକେ ଭିନ୍ନ ଢଙ୍ଗରେ ହେବ । ଏକ ଉଇକି-ବଣଭୋଜି କରି ନୂଆ-ପୁରୁଣା ସଦସ୍ୟ ମାନେ ଏକ୍ୟୁଟ ହେବେ ଓ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଏହା ବାବଦରେ ଆଲୋଚନା ସଭାରେ ଆଲୋଚନା କରି ସଭିଙ୍କ ମତ ନିଆଯିବା ପରେ ଏହା ସେପ୍ଟେମ୍ବର ମାସରେ ପାଳିତ ହେବ ।
  2. ଉଇକିଆଳିମାନେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସରେ ଗତ ବର୍ଷ ହୋଇଥିବା ଦୁଇଟି କର୍ମଶାଳାରୁ କିଛି ଆଶାନୁରୂପ ଫଳ ପାଇ ନ ଥିବାରୁ ଏ ବର୍ଷ ସେଠାରେ ଆଉ କର୍ମଶାଳା ନ କରିବାକୁ ମତ ଦେଇଥିଲେ । ତେବେ ଏ ଥର ସେମାନେ ଉଇକିପିଡ଼ିଆ ବଦଳରେ ଉଇକି-ପାଠାଗାରରେ କେବଳ ପୁରୁଣା ବହିସବୁ ଟାଇପ କରି ତାହାର ଇ-ବହି ତିଆରି କରିବାର କରିବା ବାବଦରେ ମତ ସମସ୍ତେ ଗ୍ରହଣ କରିଥିଲେ । ତେବେ ଦୁଇ-ତିନିମାସ ଧରି ପିଲାଙ୍କ ଦେଇ ବହିର ଟାଇପ କରାଇ ପରେ ତାହାର ଅନୁଶୀଳନ କରିବା ଠିକ ହେବ ବୋଲି ଯୋଗଦାନକାରୀ ଉଇକିଆଳିଗଣ ମତ ଦେଇଥିଲେ । ଏ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପିଲାଙ୍କୁ ନେଇ ତାଙ୍କ ଶିକ୍ଷକଙ୍କ ତତ୍ୱାବଧାନତାରେ ଉଇକି-ପାଠାଗାର ପାଇଁ ୧୧ ଟି ଓଡ଼ିଆ ବହିର (ଓଡ଼ିଶା ଦିବସରେ ବିତରିତ) ଡିଜିଟାଇଜେସନ ହେବ । ଗତ ବର୍ଷ ହୋଇଥିବା କର୍ମଶାଳାଆଦିର ଫଳାଫଳ ବିଷୟରେ ଏକ ବିବରଣୀର ଆବଶ୍ୟକତା ରହିଛି ବୋଲି ଜଣେ ସଦସ୍ୟ ମତ ପ୍ରକାଶ କରିଥିଲେ ।
  3. ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ଏ ବର୍ଷ ଯୋଗଦେଉଥିବା ପିଲାଙ୍କ ଭିତରେ କିଛି ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କାର ଦେଇ ଅଧିକ ଉତ୍ସାହିତ କରିବା ପାଇଁ ଉଇକିଆଳିମାନେ ମତ ଦେଇଥିଲେ ।
  4. ଉଇକିଆଳିମାନେ ଉଭୟ କିସ ଓ ଆଇଆଇଏମସିରେ ନିୟମିତ (ସାପ୍ତାହିକ ବା ମାସରେ ଦୁଇଥର) ମୁଖ୍ୟ କର୍ମଶାଳା କରିବା ଆଉ ପିଲାଙ୍କୁ କିଛି କାମ ଦେବା ଓ ସବୁଠାରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳିଙ୍କୁ ପୁରସ୍କୃତ କରିବା ପାଇଁ ମତ ଦେଇଥିଲେ ।
  5. ଆମର ଫେସବୁକ ଗୋଠଟି ଟିକେ ଶିଥିଳ ହୋଇଯାଉଛି । ସବୁଦିନ ଅତି କମରେ ଗୋଟେ ଯୋଡ଼େ ଆଲୋଚନା କରିବା ପାଇଁ ମତ ଆସିଥିଲା । ଘଟୁଥିବା ନାନାଦି ଘଟଣା ବାବଦରେ ଲେଖି ଲୋକଙ୍କୁ ଆକୃଷ୍ଟ କରିବା ଓ ସେମାନଙ୍କ ଭିତରୁ କିଛି ପାଠକ, ପ୍ରଚାରକ ଓ ସମ୍ପାଦକ ବାହାର କରିବା କାମ ଉଇକିଆଳିମାନେ ମିଳି ମିଶି କରିବେ ।
  6. ମାସରେ ଅତିକମରେ ୨ ଥର IRC ଆଲୋଚନା କରି ବିଗତ କାମର ଅନୁଶୀଳନ ଓ ଆଗାମୀ କାମ ପାଇଁ ଯୋଜନା କରିବା ବାବଦରେ ସଭିଏଁ ଏକମତ ହୋଇଥିଲେ । ଏ ବାବଦରେ ଘୋଷଣା କରିବା କାମ କେହି ଜଣେ ଯେମିତି ହେଲେ ଆରମ୍ଭ କରିପାରିବ ତଥା ମାସର ୧ମ ଓ ୩ୟ କିମ୍ବା ୨ୟ ଓ୪ର୍ଥ ସପ୍ତାହ ହେଲେ ଭଲ ହେବ ବୋଲି ଉଇକିଆଳିମାନେ ମତ ଦେଇଥିଲେ ।

ସମ୍ପୂର୍ଣ୍ଣ ବିବରଣୀ ସମ୍ପାଦନା

[20:04] <psubhashish> ଆଦିତ୍ୟ ଭାଇ ଜୁହାର
[20:05] <psubhashish> Aadie: ଭାଇ କଣ ଶୁଭିଛି ନାଁ ନାଇଁ ବା?
[20:05] <Aadie> ଭାଇ ଜୁହାର, ଆଉ କେହି ଆସି ନାହାନ୍ତି :(
[20:05] <psubhashish> ଆସୁଛନ୍ତି ଧୀରେ ଧୀରେ, ସାର ଆଉ ପ୍ରିତି ଭାଇ ଏଇ ଲାଗେ ଆସିଯିବେ
[20:06] == subas [1b30c3d1@gateway/web/freenode/ip.27.48.195.209] has joined #wikipedia-or
[20:06] <psubhashish> ଆଜି ମନୋରଞ୍ଜନ ମଲ୍ଲିକ ଭାଇଙ୍କ ଝିଅ ଜନ୍ମଦିନ, କର ଭାଇ ଟିକେ ବିଳମ୍ବରେ ଆସିବେ
[20:06] <Aadie> ହଉ ହଉ.. ଆଉ ମୃତ୍ୟୁଞ୍ଜୟ ଭାଇ .. ?
[20:06] <psubhashish> ହେଇ ସାର ଆସିଗଲେ, subas: ସାର ନମସ୍କାର
[20:07] <psubhashish> କର ଭାଇ ହେଲେ ମୃତ୍ୟୁଞ୍ଜୟ କର :)
[20:07] <subas> ନମସ୍କାର
[20:07] <Aadie> :)
[20:07] <psubhashish> ଅଂଶୁମାନ ମୋବାଇଲରେ ନେଟ କରୁଛି, ସିଏ ଆସିପାରିବନି
[20:08] <psubhashish> ଆଉ ସାର ଚାହା-ଜଳଖିଆ ହେଲାଣି? ଆଦିତ୍ୟ ବୋଧେ ଅଫିସରୁ ଆସିଲ ଏବେ?
[20:08] <psubhashish> ଆଦିତ୍ୟ ଭାଇ*
[20:08] <Aadie> ହଁ, ମୁଁ ଏବେ ଅଫିସରୁ ଆସିଲି..
[20:09] <psubhashish> ଆଛା, ପାଗ ଭଲ ସେଠି ଏବେ?
[20:10] == Sipun [7113d28f@gateway/web/freenode/ip.113.19.210.143] has joined #wikipedia-or
[20:10] <Aadie> ବହୁତ ଗରମ ହେଉଛି, ଖରାଦିନ ପରି ଲାଗୁଛି
[20:10] <Sipun> ଆମର ଏଠି ବର୍ଷା ହେଇଛି
[20:11] <subas> ଭୁବନେଶ୍ଵରରେ ଗରମ କମ ଅଛି ।
[20:11] <Aadie> ଏ ପାଖେ ପଠେଇ ଦିଅ ବର୍ଷା :)
[20:12] <Sipun> ମୃତ୍ୟୁଞ୍ଜୟ ଭାଇ ?
[20:12] <psubhashish> ଆଜି ମନୋରଞ୍ଜନ ମଲ୍ଲିକ ଭାଇଙ୍କ ଝିଅ ଜନ୍ମଦିନ, କର ଭାଇ ଟିକେ ବିଳମ୍ବରେ ଆସିବେ
[20:12] <Sipun> ହଉ.... ତେବେ ଆଲୋଚନା ଆରମ୍ଭ କରିବା ?
[20:14] <Aadie> ନାଲଲୋ ବାଲା ସବୁ ଆଜି ମିଠା ଖାଇବାକୁ ଯାଇଛନ୍ତି , ଆସିଲେ ଆମକୁ ମଧ୍ୟ ଦେବେ  :)
[20:14] <Sipun> :)
[20:14] <psubhashish> ହା ହା, ପ୍ରିତି ଭାଇ ବି ଆସୁଛନ୍ତି ଅନଲାଇନ ଏଇ ସାଙ୍ଗେ ସାଙ୍ଗେ
[20:14] <psubhashish> ଦୀପ୍ତି ଭାଇ ବୋଧେ ଅଫିସରେ, ଫୋନ ଉଠଉ ନାହାନ୍ତି
[20:15] <Sipun> ଦୀପ୍ତି ଭାଇଙ୍କ ମ୍ୟାନେଜର ବୋଧେ ତାଙ୍କୁ ଆଜି ବି ଛାଡିଲେନି
[20:15] <Sipun> ଆସିଲେ ଗାଳି ଦେବେ
[20:15] <psubhashish> ଗୋଟେ ଶିକ୍ଷା ମିଳିଲା ମୋତେ - ଯେତେ ଯାହା ମେଲ କର, ଫେସବୁକରେ ଲେଖ । ଫୋନ କଲେ କି ଦେଖା କଲେ ହିଁ ପ୍ରକୃତରେ କାମ ହୁଏ :)
[20:16] <Sipun> ହଁ :)
[20:16] <Aadie> ହା ହା .. ଭାତ କୁ ?
[20:16] <psubhashish> ଆଉ ସେମିତି ଯେତେ ଯାହା ଅନଲାଇନ ପ୍ରକଳ୍ପ କର, ଲୋକେ ମୁହାଁ ମୁହିଁ ବସିଲେ ଯାଇକି କିଛି ସଲିଡ଼ କାମ ହୁଏ
[20:17] <psubhashish> ସାର ଆଉ ଆଦିତ୍ୟ ଭାଇଙ୍କ ମତ କଣ
[20:17] <psubhashish> ?
[20:18] <Aadie> ଠିକ କଥା
[20:18] <subas> ମୁଁ ତ ବହୁତ ଆଗରୁ ଏ କଥା କହିଥିଲି ।
[20:19] <subas> ଲେଖା ଲେଖିକୁ କେହି ସିରିୟସ ଭାବେ ନେଉ ନାହାନ୍ତି ।
[20:20] <psubhashish> ଆଉ ସେଇଥି ପାଇଁ ମୁଁ ଆସୁଛି ଓଡ଼ିଶା ଆସନ୍ତା ସପ୍ତାହ, ଆପଣ ମାନଙ୍କ ସାଙ୍ଗେ ବେଶି ମିଶିକି କାମ କରିବା ପାଇଁ :)
[20:21] <subas> ସ୍ଵାଗତଂ
[20:22] <psubhashish> ତେବେ ଶିତିକଣ୍ଠ ଭାଇ ଯେହେତୁ ଭୁବନେଶ୍ୱର ଛାଡ଼ି ଯାଉଛନ୍ତି ଆମେ ଟିକେ ଆଲୋଚନା କରିବା କଥା, କେମିତି ଭୁବନେଶ୍ୱରରେ ଅଧିକ କାର୍ଯ୍ୟକ୍ରମ ସବୁ ଆଗକୁ ବଢ଼ିବ
[20:23] <psubhashish> ଭୁବନେଶ୍ୱର କଟକ ଭଳିଆ ନ ହେଉ
[20:25] <subas> ଭୁବନେଶ୍ଵରରେ ରହୁଥିବା ପୁରୁଣା ଲୋକ ଓ ଢେଙ୍କାନାଳରେ ଟ୍ରେନିଂ ନେଇଥିବା ବ୍ୟକ୍ତିଙ୍କୁ ଧରାଯାଉ ।
[20:26] <psubhashish> ହଁ, ଏଇଟା ଗୋଟେ ସୁଚିନ୍ତିତ ମତାମତ ଦେଲେ ସାର
[20:27] <psubhashish> ତାହେଲେ ଆପଣ, ଜ୍ଞାନ ଓ ଶୈଳେଶ ଆଉ ଢେଙ୍କାନାଳ IIMC ପିଲା
[20:29] <psubhashish> ଏ ସମସ୍ତଙ୍କୁ ନେଇ ଆମେ ଉଇକି ଟୁଙ୍ଗିଟେ ଗଢ଼ିବା ଆଉ ସବୁ ମାସ ଗୋଟେ ଗୋଟେ ଭିନ୍ନ ଧରଣର ମେଳଣ ହେବ
[20:29] <subas> ଜ୍ଞାନ ଓ ଶୈଳେଶର ସମୟ ହେଲେ ହେଲା ।
[20:29] <psubhashish> ଧରାବନ୍ଧା ମେଳଣ କଲାବେଳକୁ ଲୋକେ ଆସିବାକୁ ମଙ୍ଗୁନାହାନ୍ତି
[20:29] <psubhashish> ହଁ, ହେଲେ ସେମାନେ ମାସରେ ଥରେ ଦୁଇଥର ଆସିପାରିବେ ଲାଗୁଛି
[20:30] <psubhashish> Aadie: ଭାଇ ଓ Sipun: ଭାଇ, କଣ ଭାବୁଛ?
[20:31] <subas> ବିନା ପାର୍ଟିରେ ମେଳଣ ଜମିବନି, ଏଣୁ ଆସୁନାହାନ୍ତି ।
[20:32] <Aadie> IIMC ପିଲା ଯଦି ମାସକୁ ଥରଟିଏ ବି ଆସିବେ ତା ହେଲେ ବହୁତ ଭଲ କଥା ।
[20:32] <Sipun> ଆଗ ଥରେ ସମସ୍ତଙ୍କୁ ନେଇ ମେଳଣ କରାଯାଉ....
[20:32] <subas> ମାସକୁ ଥରେ ହେଲେ ଭାବୁଛି ଆସିବେନି, ଆଗେ ଗୋଟିଏ କରି ମତ ନିଆଯାଉ ।
[20:33] <psubhashish> ହଁ । ହେଲେ ସାର ଯେ କହୁଛନ୍ତି ପାର୍ଟି କଥା ଆମେ ଉଇକି-ବଣଭୋଜିଟେ କରିବାକି ଶିଖରଚଣ୍ଡୀ କି ନନ୍ଦନକାନନରେ?
[20:34] <psubhashish> ଖିଆ ପିଆ ପ୍ୟାକ କରି ନେଇ ସେଠି ଏକାଠି ବସି ଆଲୋଚନା କରିବା ଆଉ ଟିକେ ବୁଲା ବୁଲି
[20:34] <subas> ଭଲ ହେବ
[20:35] <psubhashish> ସେପ୍ଟେମ୍ବର ପ୍ରଥମ/ଦ୍ୱିତୀୟ ସପ୍ତାହ ଆଡ଼କୁ ତାହେଲେ ଏ ଯୋଜନା ହେଉ
[20:35] <subas> ଠିକ ଅଛି ।
[20:35] <psubhashish> ସାର ଆପଣ ଦାୟୀତ୍ୱ ନେବେ ଏଇଟି ପରିଚାଳନା ପାଇଁ?
[20:35] == Diptiman [01baec43@gateway/web/freenode/ip.1.186.236.67] has joined #wikipedia-or
[20:36] <subas> ଆପଣଙ୍କ ସାଥିରେ ଆଲୋଚନା କଲା ପରେ ନିଶ୍ଚୟ କରିବା ।
[20:37] <psubhashish> ଠିକ ଅଛି ସାର, ମୁଁ ଯଥାମତେ ସାହାଯ୍ୟ କରିବି । ହେଲେ ଆପଣ ପରିଚାଳନା କଲେ ଭଲ ହେବ
[20:38] <subas> ଗୋଟେ ଥର ଆରମ୍ଭ ହେଉ, ତା ପରେ ସିଦ୍ଧାନ୍ତ ନେବା ।
[20:38] <psubhashish> ଦୀପ୍ତି ଭାଇ ଆସିଗଲେ, ଆମେ ଆଲୋଚନା କରୁଛୁ କେମିତି ଭିନ୍ନ ଢଙ୍ଗରେ ମେଳଣ କରିବା ପାଇଁ । ଭୁବନେଶ୍ୱରରେ ଥିବା IIMC ପିଲାଙ୍କୁ ନେଇ ଗୋଟେ ଉଇକି-ବଣଭୋଜି ବିଷୟରେ ଆଲୋଚନା କରୁଛୁ
[20:38] <psubhashish> ଆଦିତ୍ୟ ଭାଇ ଆଉ ଶିତି ଭାଇ କଣ କହୁଛ?
[20:38] <Aadie> ହଉ ତା ହେଲେ ଭଲ ହେବ. ..
[20:39] <Diptiman> ଭଲ ହବ
[20:40] <subas> ଦୀପ୍ତିମାନ ମାସରେ ଥରେ ଘରକୁ ଆସୁଛନ୍ତି କି ?
[20:40] <Sipun> ଭଲ ହେବ ଭାବୁଛି କିନ୍ତୁ ପରିଚାଳନା ଯିଏ କରିବ ତା'ର ବାର ବାଯିବ :P
[20:40] <Diptiman> ଏମିତି ଗୋଟେ ଜାଗା କୁ ଯିବା ହେଉ...ଯାହା ଉପରେ ଉଇକିପିଡିଆ ରେ ଲେଖା ନାହିଁ
[20:41] <Diptiman> ସେମିତି ଜାଗା ମିଳିଲେ ବଣଭୋଜି ବି ହେଇଯିବ ଆଉ ଲେଖା ପାଇଁ କିଛି ଛବି ବ ମିଳିଯିବ ଆଉ କିଛି ତଥ୍ୟ ବ ମିଳିଯାଇପାରେ
[20:41] <psubhashish> ହା ହା, ଆରେ ନାଁ, ଏଇଟା ସେତେ ବଡ଼ ହେବନି । ଆମେ ଚେଷ୍ଟା କରିବା କେମିତି ସାରଙ୍କ ଉପରେ ବେଶି ଭାରୀ କାମ ନ ପଡ଼େ
[20:41] <psubhashish> ହଁ, ଦୀପ୍ତିଭାଇଙ୍କ ସାଙ୍ଗରେ ଏକମତ
[20:42] == hellohappy [7aa33f10@gateway/web/freenode/ip.122.163.63.16] has joined #wikipedia-or
[20:43] <psubhashish> ଆଛା ଆଉ ଏଥର କିସରେ କି କି କାମ ହେବାକୁ ଯାଉଛି ସେ ବିଷୟରେ ସଂକ୍ଷେପରେ କହିବି?
[20:43] <Diptiman> କୁହ ଭାଇ
[20:43] <psubhashish> hellohappy ପ୍ରିତି ଭାଇ ଜୁହାର
[20:43] <hellohappy> samastanku namaskar
[20:43] <subas> ସେ ବୋଧହୁଏ ସବୁବେଳେ ହାପି !
[20:44] <psubhashish> :)
[20:44] <hellohappy> deri re aasithibaru aau english re lekhuthibaru kshama karibe
[20:44] <psubhashish> ପ୍ରିତି ଭାଇ, ଆମେ ଗୋଟେ ବିଷୟରେ ଆଲୋଚନା ଏବେ ସାରିଲୁ । ଭୁବନେଶ୍ୱରରେ ଅନେକ IIMC ପିଲା ଅଛନ୍ତି । ଆମେ ଟିକେ ଭିନ୍ନ ଢଙ୍ଗରେ ଗୋଟେ ମେଳଣ କରିବା ବାବଦରେ କଥା ହେଉଛୁ ।
[20:45] <Aadie> ପ୍ରଥମେ ଆଲୋଚନା ସଭାରେ ଗୋଟିଏ ଆଲୋଚନା ହୋଇ ସମସ୍ତଙ୍କ ମତ ନିଆଯାଉ, ଆଉ ଏ ମେଳଣରେ ଯେମିତି କିଛି ଆଖି ଦୃଷ୍ଟିଆ କାମ ହେଉ
[20:45] <hellohappy> achha
[20:46] <subas> ଆଲୋଚନା ସଭାକୁ ଅଧିକାଂଶ ପଢୁ ନାହାନ୍ତି ।
[20:46] <psubhashish> ଖାଲି ଭେଟି ଆଲୋଚନା କରିବା ବଦଳରେ ଗୋଟେ ଉଇକି-ବଣଭୋଜି କରି ପିଲାଙ୍କୁ ନେଇ ଗୋଟେ ଜାଗାରେ ଭେଟି ଗୋଟେ ମେଳଣ କରିବା ଆଉ ସେଠାରୁ ଯେମିତି କିଛି ଆହରଣ ହୁଏ - ପ୍ରସଙ୍ଗ ହେଉ, ଫଟୋ ହେଉ ବା ଉ କିଛି
[20:46] <psubhashish> ତେବେ ବି ଆମେ ଆଲୋଚନା ସଭାରେ ଏ ସବୁ ଆଲୋଚନା କରିବା, ତା'ର ଆଉ କିଛି ବିକଳ୍ପ ନାହିଁ
[20:47] <Aadie> @subas sir ଯେଉଁ ମାନେ ସକ୍ରିୟ ସେମାନେ ନିଶ୍ଚୟ ପଢି ମତ ଦେବେ :)
[20:47] <psubhashish> ଆଲୋଚନା କରିଦେବା, ସମସ୍ତେ ଏଠି ତ ଆଲୋଚନା କଲୁ, ସେଠି କେବଳ ଆଉ ଥରେ ନିଜ ନିଜ ମତ ଦେଇଦେବେ
[20:47] <subas> ହଉ, ଗୋଟିଏ ଥର ଆରମ୍ଭ ହେଉ ।
[20:48] <psubhashish> ଆଛା, ଏଥର କିସ ବାବଦରେ ଯେଉଁ କହୁଥିଲି ଟିକେ ସମସ୍ତଙ୍କୁ ଜଣାଇଦିଏ କଣ କଣ ଯୋଜନା ହୋଇଛି, ବାକି ଆପଣମାନେ ନିଜର ମତ ଦିଅନ୍ତୁ
[20:49] <psubhashish> ୧୪ ଟି ବହି ଓଡ଼ିଶା ଦିବସରେ ପୁନ-ଲାଇସେନ୍ସ କରାଗଲା CC-BY-SA 3.0 ଲାଇସେନ୍ସରେ
[20:49] <subas> ଶିତି; ଭୁବନେଶ୍ଵରକୁ ଆସିବା କଥା କିଛି ହେଲା କି ?
[20:49] <Aadie> ଦୁଖଃର ସହିତ କହିବାକୁ ପଡୁଛି, ଆଉ ଆଗକୁ KISS ରେ କୈଣସି ପ୍ରକଳ୍ପ ନ କରିବା ହିଁ ଆମ ପାଇଁ ଭଲ ହେବ ।
[20:50] <psubhashish> ଭାଇ ପୁରା ଶୁଣି ସାର :(
[20:50] <Aadie> ତା ଅପେକ୍ଷା ଭୁବନେଶ୍ଵରର ଅନ୍ୟ କୈଣସି ଯାଗା କିମ୍ବା ଅନ୍ୟ ସହରରେ କର୍ମଶାଳା କିମ୍ବା ପ୍ରକଳ୍ପ ଆରମ୍ଭ କଲେ ଭଲ ହେବ ।
[20:50] <Aadie> ହଉ  :)
[20:50] <psubhashish> ମୁଁ ଭୁବନେଶ୍ୱରରେ ରହିବି, ଆଉ ସେ ସମୟରେ ଆମେ ଏକାଧିକ ଜାଗାରେ କରିବା କର୍ମଶାଳା । ହେଲେ ମୁଁ ଆଗେ ବାକ୍ୟଟି ସାରେ
[20:52] <psubhashish> ସେ ୧୪ ବହିରୁ ଗୋଟିଏ ଇଂରାଜୀ, ୨ ଟି ବହିର ଡିଟିପି କରା ଟେକ୍ସଟ ଆମକୁ ମିଳିବ ଯାହାକୁ ଆମ ଫଣ୍ଟ କନଭର୍ଟରରେ କନଭର୍ଟ କରି ଉଇକି-ପାଠାଗାରରେ ସିଧା ରଖାଯାଇପାରିବ
[20:52] == gyan [3b5abbcf@gateway/web/freenode/ip.59.90.187.207] has joined #wikipedia-or
[20:52] <psubhashish> ଶିତି ଭାଇ ଭୁବନେଶ୍ୱର ଛାଡ଼ିବା ଆଗରୁ ସୁବ୍ରତ ପୃଷ୍ଟିଙ୍କୁ ଏତକ ଶିଖାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି
[20:53] <psubhashish> ଜ୍ଞାନ ଭାଇ ଆସିଗଲେ, ଆଜି ଗୋଟେ ପ୍ରକାର ହା ଉସଫୁଲ! gyan: ଭାଇ ଜୁହାର । ଆମେ କିସ ଆଉ ଢେଙ୍କାନାଳରେ କଣ କଣ କରାଯିବ ସେ ଯୋଜନା କରୁଛୁ
[20:54] <Sipun> @subas ସାର, ଏଥର ଆପଣ ରାଉରକେଲା ଆସିବେ ସେଠି ଟୁଙ୍ଗି କରିବା
[20:54] <gyan> :)
[20:54] <Sipun> କିସ ରେ ଜ୍ଞାନ ଭାଇ ମୁଖ୍ୟ ଲୋକ
[20:54] <psubhashish> ବାକି ଯେଉଁ ୧୧ ଟି ବହି ରହିଲା ସେ ବହିକୁ ଟାଇପ କରିବେ କିସର ଅଣ୍ଡରଗ୍ରାଜୁଏଟ ଆଉ ପିଜି ପିଲା - ୫/୬ ଜଣ ଶିକ୍ଷକଙ୍କ ତ୍ତ୍ୱାବଧାନରେ
[20:54] <subas> ହଉ, ଭଲ କଥା ।
[20:55] <psubhashish> ତତ୍ତ୍ୱାବଧାନରେ । ଆଉ ଉଇକିପିଡ଼ିଆରେ ଲେଖିବା/ସମ୍ପାଦନା କରିବା ଟିକେ କଠିନ , ବହିରୁ ଦେଖି ଟାଇପ କରିବାଟା ସେମାନେ ପାରିବେ ବୋଲି ଆଶା କରିବେ କାମ ଆରମ୍ଭ କରିବା
[20:55] <Sipun> ଶୁଭ ଭାଇ ସେମାନେ ଖରା ଛୁଟି ରୁ ଆସିଲେ କାମ କରିବେ ବୋଲି ତାଙ୍କ ସାର କହିଥିଲେ । ସେମାନେ କଣ ସତରେ ଆଗ୍ରହୀ ନା ପିଲାଙ୍କ ଉପରେ କାମ ଲଦି ଦିଆ ଯାଉଛି
[20:56] <psubhashish> ସେଇଟା ପିଲାଙ୍କା ସାଙ୍ଗେ କଥାବାର୍ତ୍ତା କଲେ ଯାଇ ଜାଣିହେବ
[20:56] <subas> ୧୧ ବହି ନିମନ୍ତେ ସମୟ ଦେଇ ପାରିବେ ତ ।
[20:56] <psubhashish> ୨ ମାସ ଭିତରେ ଦେଖିବା କେତେ କାମ ଆଗଉଛି । ୧୧ରୁ ୫-୬ ହେଲେ ବି କିଛି କମ ନୁହେଁ ।
[20:56] <Sipun> ସେଗୁଡିକ ବିଶେଷ ବଡ ବହି ନୁହେଁ
[20:56] <Sipun> ହଁ
[20:56] <psubhashish> ନାଁ ନାଁ, କେବଳ ୩-୪ ଟି ଟିକେ ବଡ଼
[20:57] <psubhashish> ତେବେ ଜଣେ ପିଲା ପ୍ରତି ମାସକୁ କେତେ ପୃଷ୍ଠା ହେଲେ ଭଲ ବୋଲି ଆପଣମାନେ ଭାବୁଛନ୍ତି?
[20:58] <psubhashish> ଏପାଖରେ ବହିର ସ୍କାନ ଛବି ଥିବ, ତାକୁ ଦେଖି ଜଣେ ପିଲା ଟାଇପ କରିବ । ଏତିକି ହେଉଛି କାମ
[20:58] <Diptiman> ଦିନ କୁ ଗୋଟେ ପୃଷ୍ଠା ହଉ
[20:58] <hellohappy> pilankara labha kan hauchhi ethire !
[20:59] <psubhashish> hellohappy: ଭାଇ ସେମାନେ କମ୍ପ୍ୟୁଟରରେ ଓଡ଼ିଆ ଟାଇପ କରିବା ଶିଖିବେ ଆଉ ସେମାନଙ୍କର କମ୍ପୁଟର ଦକ୍ଷତା ବଢ଼ିବ,
[21:01] <hellohappy> aau kichhi achhi !
[21:02] <psubhashish> ଅନେକ ପିଲା ସେଠୁ ବାହାରି ଶିକ୍ଷକ ଚାକିରୀ କରୁଛନ୍ତି, ତାଙ୍କୁ ସାହାଯ୍ୟ କରିବ ନିଜ ଛାତ୍ରମାନଙ୍କୁ ପଢ଼ାଇବା ପାଇଁ । ତା' ଛଡ଼ା ସ୍କୁଲ ତରଫରୁ ବିଶେଷ କିଛି ଶିଖାଯାଉନଥିବାରୁ ସେମାନଙ୍କ ଚାକିରିଈ ପାଇବାର ବାଟ ସେତେ ପ୍ରଶସ୍ତ ନୁହେଁ କେବଳ ବହିପାଠକୁ ନେଇ
[21:02] <hellohappy> kahibara artha, sikhiba pain pilamane 1/2 page lekhibe, ta pare aau kahinki lekhibe !
[21:03] <hellohappy> wikipedian mane jeun adarsha rakhi wikipediare lekhuchhanti, se adarsha kan chhota pilanku abhibhuta kari pariba !
[21:03] <psubhashish> PRACTICE MAKES A MAN PERFECT! :) ଯେତେ ଲେଖିବେ ସେତେ ଶିଖିବେ, ଆଉ ଆମେ ମଝିରେ ମଝିରେ ତାଙ୍କୁ ଉଇକିପାଠାଗାର ବାହାରେ ଅନ୍ୟାନ୍ୟ ଜିନିଷ ଶିଖାଇବା ଯାହା ତାଙ୍କ କାମରେ ଲାଗିବ ଜୀବନରେ
[21:05] <psubhashish> ଏ ପିଲାମାନେ ଛୋଟ ନୁହଁନ୍ତି, ବିଏ/ବିକମ/ବିଏସସି ଆଉ ପିଜି ପିଲା । ଆଉ ସେମାନେ ନିଜ ଆଦିବାସୀ ସମ୍ପ୍ରଦାୟର ଅନେକ ଜିନିଷ ଉଇକିପିଡ଼ିଆରେ ବି ଲେଖିପାରିବେ ।
[21:05] <Aadie> ପ୍ରିତି ଭାଇ ଠିକ କଥା କହିଛନ୍ତି , ସବୁ କିଛି ଭାବିକି କରିଲେ ଭଲ ..
[21:05] <psubhashish> ହେଲେ ଉଇକି-ପାଠାଗାରେ ବହିର ଡିଜିଟାଇଜେସନ ହେବ ସେମାନଙ୍କ ମୁଖ୍ୟ କାମ
[21:06] <hellohappy> na gata 2 barsha bhitare mu jaha dekhichhi, bahut loke account kholuchhanti, kichhi loke lekhiba aarambha karuchhanti kintu kehi rahu nahanti
[21:07] <psubhashish> ହଁ, ଉଭୟ ପ୍ରିତି ଭାଇ, ଆଦିତ୍ୟ ଭାଇ ଓ ସୁବାସ ସାର ଆଗରୁ କହିଥିବା ବିଷୟରେ ଏକମତ । ହେଲେ ଆକାଉଣ୍ଟ ଖୋଲୁଥିବା ଲୋକଙ୍କୁ ଆମେ କେବଳ ଅନଲାଇନରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ।
[21:07] <hellohappy> bada mane jadi lekhu paru nahanti, pila mananku kichhi gote bada asha kariba ta kete dura thik !
[21:07] <psubhashish> ଏଠି ଆମେ ପିଲାଙ୍କ ଶିକ୍ଷକମାନଙ୍କୁ ବି ଶିଖାଇବୁ । ଆଉ ଅସୁବିଧା ହେଲେ ସେମାନେ ନିଜ ଶିକ୍ଷକଙ୍କୁ ପଚାରିବେ
[21:07] <Aadie> ମୁଁ ମନା କରୁନି ଭାଇ ମାନେ କିନ୍ତୁ ଆମ ସମସ୍ତଙ୍କ ଏତେ ପରିଶ୍ରମର ଫଳ କିଛି ମିଳୁନି, ତେଣୁ ଦୁଖଃ ଲାଗୁଛି.. ହଉ ଏ ଥର ଭଗବାନ କରନ୍ତୁ କିଛି ସୁଫଳ ମିଳୁ KISS ରେ ।
[21:07] <psubhashish> ଆଉ ସବୁଠୁ ବଡ଼ କଥା ହେଲା ଏଇଟା ଉଇକି-ପାଠାଗାର, ଉଇକିପିଡ଼ିଆ ନୁହେଁ
[21:08] <subas> କୌତୁହଳୀ ହୋଇ ଅନେକ ଲେଖା ଆରମ୍ଭ କରନ୍ତି, କିନ୍ତୁ ଆଗକୁ ଯିବାକୁ ଇଚ୍ଛା ନ ଥାଏ ।
[21:08] <Aadie> ମୋ କହିବା ହୁଏତ ଖରାପ ଲାଗିପାରେ କିନ୍ତୁ KISS ର ପୂର୍ବ ସବୁ କର୍ମଶାଳା ଦେଖି ଲାଗୁନି କିଛି କାମ ହେବ ବୋଲି :(
[21:08] <psubhashish> ଏଥିରେ ଉଇକିପିଡ଼ିଆ ଭଳି ଜଣକୁ ଓଡ଼ିଆରେ ଲେଖିବାରେ ପାରଙ୍ଗମ ହେବା ଲୋଡ଼ା ନାହିଁ
[21:09] <subas> ଉଇକି ପାଠାଗାରରେ ଲେଖିବା ସହଜ ।
[21:09] == gyan [3b5abbcf@gateway/web/freenode/ip.59.90.187.207] has quit [Quit: Page closed]
[21:10] <psubhashish> ଆଦିତ୍ୟ ଭାଇ, ଏ କଥା ଟିକେ ଭାବିକି ଦେଖ - କିସରେ ଦୁଇଟି କର୍ମଶାଳା ହୋଇଥିଲା - ଆଉ ମାସକର ବ୍ୟବଧାନ ଥିଲା । ନିୟମିତ ପାଣି ନ ଦେଲେ ଗଛଟିଏ ଉଧଉନି । ଏଠି ପରା ମଣିଷଙ୍କୁ ଗଢ଼ିବା କାମ । ଥରେ ହେଲାନି ବୋଲି ଆମେ କଣ ଛାଡ଼ିଦେବା ପୂରା ଗୋତେ ଅନୁଷ୍ଠାନକୁ?
[21:11] <Aadie> ନିଶ୍ଚିନ୍ତ ଭାବେ ସତ କଥା ..
[21:11] <psubhashish> ଆମେ ଅଧିକ ଦିନର ବ୍ୟବଧାନ ନ ଦେଇ ସାପ୍ତାହିକ କର୍ମଶାଳା କରିବା ଆଉ ପିଲାଙ୍କୁ କାମ ଦେବା ନିଜେ ଲେଖିବା ପାଇଁ । ସେମାନଙ୍କୁ କିଛି ପୁରସ୍କାର ବି ଦେବା ଯାହା ତାଙ୍କୁ ଉତ୍ସାହିତ କରିବ
[21:12] <psubhashish> କିସ ହେଉକି ଢେଙ୍କାନାଳ - ଆଜିଯାଏ କିଛି ବି ନିୟମିତ ହେଇପାରିନି । ତାକୁ ଆମେ ଆମ ପରିଶ୍ରମର ବିଫଳତା କହିବାଟା ନିଜର ଅପମାନ ହେବ । ଏଇଟା ମୋର ବ୍ୟକ୍ତିଗତ ମତ ।
[21:12] <Aadie> ସେମାନଙ୍କ ଆଗ୍ରହ ଜମାରୁ ନାହିଁ, କର୍ମଶାଳା ଦିନ ବ୍ୟତୀତ ସେମାନେ କେବେ ଉଇକିକୁ ମନେ ବି ପକାଉ ନାହାନ୍ତି.. ତେଣୁ ବିଶ୍ଵାସ ଲାଗୁନି
[21:14] <psubhashish> ଆମ ଦେଶରେ ୨୦୦ ବର୍ଷ ତଳେ କେତେ ଲକ୍ଷ ଲୋକଙ୍କ ଭିତରୁ ସ୍ୱାଧୀନତା ସଂଗ୍ରାମରେ କେବଳ କେଇ ହଜାର ଲୋକ କେବଳ ଭାଗ ନେଇଥିଲେ । ସେ ପୁଣି ଥିଲା ଜୀବନ ସଂଗ୍ରାମ । ଆଉ ଆମେ ଯଦି ଅନିୟମିତ ଭାବେ ହୋଇଥିବା ଗୋଟେ ପ୍ରକଳ୍ପର ବିଫଳତାକୁ ଚିରକାଳର ବିଫଳତା ବୋଲି ମାନିନେବା, ନୂଆ ଲୋକଙ୍କ ପାଖରେ ପହଞ୍ଚିବା ନାହିଁ ତାହେଲେ ଆମେ ୧୦ରୁ ଆଉ ଗୋଟେ ଅଧିକ ଲୋକ ବି ଆଣିପାରିବା ନାହିଁ
[21:15] <Aadie> ନିଜର ପ୍ରକୃତ ବିଫଳତାକୁ ଗ୍ରହଣ କରି ସଫଳତା ପାଇଁ ନୂଆ ରାସ୍ତା ଖୋଜିବା ହିଁ ଠିକ
[21:15] <psubhashish> ଥରେ ଭାବି ଦେଖ ଟିକେ ଅଲଗା ଦିଗରୁ, ଆଉ ସେ ବିଫଳତାରୁ ଆମେ ଯଥେଷ୍ଟ ଶିଖିଛେ
[21:16] <psubhashish> ପ୍ରଥମ କଥା - କାହାକୁ ଶିଖାଇବା ଆଗରୁ ତା ସାଙ୍ଗରେ ବନ୍ଧୁ ବାନ୍ଧି ତାର ବିଶ୍ୱାସୀ ହେବାକୁ ପଡ଼ିବ । ଆଉ ନିୟମିତ ସେ ଲୋକ ସାଙ୍ଗେ ସମ୍ପର୍କ ରଖିବାକୁ ପଡ଼ିବ
[21:16] <psubhashish> ଆସ ନିଜକୁ ପଚାରି ଦେଖିବା, ଆମେ କେତେ କରିଛେ ଆଉ କେତେ ଅଧିକ କରିପାରିବା
[21:17] <Aadie> :)
[21:17] <Aadie> ପୂର୍ବରୁ ଦୁଇ ବର୍ଷ ଭିତରେ KISS ରେ କେତେଥର କେଉଁ କେଉଁ କର୍ମଶାଳା ହୋଇଛି, ସମସ୍ତେ ମିଶି ସେ ସବୁର ଗୋଟିଏ ବିସ୍ତୃତ ବିବରଣୀ କରାଯାଉ.. ଆଉ ସେ ସବୁର ଫଳ ସ୍ଵରୂପ ଆମକୁ କଣ ମିଳିଛି ତାହା ସେଠାରେ ଉଲ୍ଲେଖ à
[21:17] <psubhashish> ଠିକ ଅଛି, ସେ କାମ ମୋର । ମୁଁ ନିଶ୍ଚେ ଲେଖିବି
[21:18] <psubhashish> ଆଲୋଚନା ସଭାରେ
[21:18] <Aadie> ହଉ ଆଉ ଏ ତିନି ମାସ ଭିତରେ ଆମେ ଭଲ ଭାବରେ ଚେଷ୍ଟା କରିବା ..
[21:19] <Aadie> ଯଦି କିଛି ଆଖି ଦୃଷ୍ଟିଆ କାମ ହେବ ନିଶ୍ଚିନ୍ତ ସମସ୍ତ ଖୁସି ହେବା ..
[21:20] <psubhashish> ଚୁମ୍ବକରେ ଖାଲି କହିଦେଉଛି -୨ ଟି କର୍ମଶାଳା ହୋଇଥିଲା ମାସକର ବ୍ୟବଧାନ ଭିତରେ । ଆଉ ପିଲା ନୂଆ ନୂଆ କମ୍ପୁଟରରେ ଓଡ଼ିଆ ଲେଖୁଥିଲେ । ବାଟ ନଥିଲା ତାଙ୍କ ସାଙ୍ଗେ ଯୋଗାଯୋଗ କରିବାର । ଏଥର କିଛି ବେସିକ କମ୍ପୁଟର ତାଲିମ ଦେଇ ଆଗେ ମେଲ ବ୍ୟବହାର କରିବ ଆଦି ଶିଖାଇବା
[21:21] <psubhashish> ତେବେ ମୁଁ ସବିଶେଷରେ ଲେଖିବି
[21:21] <subas> ଆଉ କିଛି ଆଲୋଚନା ଅଛି ନା ଯିବା ।
[21:21] <psubhashish> ଢେଙ୍କାନାଳ କଥା ଆଲୋଚନା କରିବା
[21:22] <Diptiman> ସବୁ ହବ...ଧୀରେ ଧୀରେ ହବ
[21:22] <Diptiman> ଧୀର ପାଣି ପଥର କାଟେ
[21:22] <psubhashish> ହଁ
[21:22] <Sipun> :)
[21:22] <Diptiman> ଧୈର୍ଯ୍ୟ ଧରିଲେ ହେଲା
[21:23] <Sipun> ଧୈର୍ଯ୍ୟ ରହିଲେ ହେଲା :P
[21:23] <Diptiman> ଦୁଇଟା ଯାକ
[21:23] <psubhashish> ହା ହା, ହବ ହବ ସବୁ ହବ
[21:23] <Sipun> ସମ୍ବାଦ / ଆଉ ଉସ ପାଢୀଙ୍କ ସହ କିଛି ଆଲୋଚନା ହେଇଥିଲା ?
[21:23] <Aadie> ଛଅ ମାଣ ଘିଅ ହେବ ନା ରାଧା ନାଚିବ :P
[21:24] <psubhashish> ଆଦିତ୍ୟ ଭାଇ, ତମେ ବାହା ହେଇଯାଅ
[21:24] <psubhashish> ଭାରି ନେଗେଟିଭ ଲୋକ ତମେ :ପ
[21:24] <psubhashish> :p
[21:24] <Sipun> ମୋ ମତରେ ଦ୍ଵିତୀୟ ଆଇଆଇଏମସି ପ୍ରକଳ୍ପ କିଛି ସଫଳ ହେଇଛି.... କେତେଟା ବଡ ବଡ ଲେଖା ସେମାନେ ଲେଖି ପକେଇଛନ୍ତି
[21:25] <Aadie> ହା ହା ;)
[21:25] <Diptiman> ଫେସବୁକ ଅନୁବାଦ ରେ ଶୁଭ ଭାଇ ତାଙ୍କ ନାଁ ଲୁଚେଇଦେଇଛନ୍ତି
[21:26] <psubhashish> ତେବେ IIMC ରେ ଏବର୍ଷ ଆମେ କିଛି ନୂଆ ଜିନିଷ କରିବା - କଣ କଣ ଆଉ କଲେ ସେମାନଙ୍କ ପାଇଁ ମଜାଦାର ହେବ ଆପଣମାନେ ଆଗେ କହନ୍ତୁ
[21:26] <Aadie> IIMC ରେ ଚେଷ୍ଟା କଲେ ହୁଏତ କିଛି ଫଳ ମିଳିପାରେ.. ତାଙ୍କର ଯେଉଁ ପ୍ରତିଦିନ ଖବର କାଗଜ ବାହରୁଛି ତାହା ବାହାରକୁ ଯାଉଛି କି ?
[21:28] <Sipun> ଢେଙ୍କାନାଳ କଲେଜରେ ଏକ କର୍ମଶାଳା କରିବେ ବୋଲି ଜଣେ ଭାଇ କହିଥିଲେ ...
[21:28] <psubhashish> ହଁ ଢେଙ୍କାନାଳ ବଜାରରେ ମିଳୁଛି
[21:28] <Aadie> ଆମ ଉଇକିର ପ୍ରଚାର ଓ ପ୍ରସାର ପାଇଁ ବିଲୁଆ ବିଚାର ଦୁଇ ବର୍ଷ ହେଲା କରୁଛେ, ତାଙ୍କ ମାଧ୍ୟମରେ କିଛି ତ ଗୋଟେ ଆରମ୍ଭ କରାଯାଉ ।
[21:28] <psubhashish> ହଁ ତାଙ୍କୁ ମନେପକେଇବା ପାଇଁ ପଡ଼ିବ
[21:28] <Aadie> ଦୁଇ ବର୍ଷ ପୂର୍ବେ ମାସିକ ପତ୍ରିକା କଥା ଆଲୋଚନା ହେଇଥିଲା, ଅତନ୍ତଃ ଛଅ ମାସିଆ ଗୋଟେ କିଛି ହେଲେ ବି ଲୋକ ଲୋଚନକୁ ଆସନ୍ତା ।
[21:29] <psubhashish> ହଁ, ଏଇଟା ଗୋଟେ ପଜିଟିଭ ଜିନିଷ କହିଲ ଆଦିତ୍ୟ ଭାଇ ଏବେ :)
[21:29] <Sipun> ସୌମ୍ୟ ପଟ୍ଟନାୟକଙ୍କୁ ଥରେ ଚିପ ଗେଷ୍ଟ କରି ନେଇ ଆସ .... ପ୍ରଚାର ହେଇଯିବ
[21:29] <psubhashish> ତେବେ ଆମେ ଆଖିଦୃଶିଆ କାମ କରି ତା'ପରେ ପତ୍ରିକା ବାହାର କରିବା ନାଁ ଏବେ କରିବା?
[21:30] <psubhashish> ଆରେ ଅଗେ ସମ୍ବାଦରୁ ଆମକୁ କିଛି ଭଲ ଜିନିଷ ମିଳୂ :)
[21:30] <psubhashish> ମିଳୂ* ଯଥା: କିଛି ଫଟୋ, କିଛି ପୁରୁଣା ଫିଚର ଲେଖା ଆଦି
[21:31] <Sipun> ହୁଁ
[21:31] <Sipun> ଟିକିଏ ବ୍ରେକ ନେବା କି ?
[21:31] <Sipun> ଘଣ୍ଟାଏ ପାଇଁ ?
[21:32] <psubhashish> ତେବେ ପତ୍ରିକା କଥା ଆମେ ସମସ୍ତେ ଟିକେ ସିରିଅସ ହେଇକି ଭାବିବା
[21:32] <psubhashish> ନାଁ ସାରିଦେବା ତାପରେ ଯିବା ଖାଇବା ପାଇଁ
[21:32] <psubhashish> :)
[21:32] <Sipun> ହଉ
[21:32] <Aadie> ଶିତି ଭାଇ ହୁଁ କଲ ମୁଁ ଜାଣି ପାରିଲି :p
[21:32] <psubhashish> ଢେଙ୍କାନାଳରେ କିଛି ପ୍ରତିଯୋଗିତା କଲେ କେମିତି ହେବ?
[21:33] <Sipun> ହଁ କହିଲି ଯେ ଟିକିଏ ମଜାଳିଆ ଢଙ୍ଗରେ :)
[21:33] <psubhashish> ହୁଁ!
[21:33] <Sipun> କେମିତି କିଆ ପ୍ରତିଯୋଗିତା ?
[21:34] <Diptiman> ଲେମ୍ବୁ ଚାମୁଚ
[21:34] <psubhashish> ଯିଏ ବଡ଼ ଲେଖା ଲେଖିବ ତା ପାଇଁ ଟିସାର୍ଟ
[21:34] <Sipun> :)
[21:34] <psubhashish> (ହା ହା, ଆରେ ଲେମ୍ବୁ ଚାମଚ ଉପରେ ଗୋଟେ ପ୍ରସଙ୍ଗ ତମେ ଲେଖ ଶିତି ଭାଇ)
[21:34] <Diptiman> ଆଉ ଯିଏ ଛୋଟ ଲେଖା ଲେଖିବ ତା ପାଇଁ ବାନିଆନ
[21:34] <Sipun> ହଉ
[21:34] <Diptiman> :P
[21:35] <psubhashish> ଯିଏ ସବୁଠାରୁ ବଡ଼ ଲେଖା ଲେଖିବ ତା'ର ଇଣ୍ଟରଭିଉ ପତ୍ରିକାରେ ବାହାରିବ
[21:35] <psubhashish> ହା ହା, ରୂପା ଗଞ୍ଜି?
[21:35] <Sipun> ଏଇଟା ଭଲ
[21:36] <Diptiman> ଭିଆଇପି
[21:36] <psubhashish> ଆଉ କିଛି ଆଇଡିଆ ଦିଅନ୍ତୁ ସମସ୍ତେ, ମୋତେ ଭୋକ ଲାଗିଲାଣି :)
[21:36] <psubhashish> ପିଲାଙ୍କୁ ନେଇ ପିକନିକ ବି ଯିବା ଥରେ ଖଣ୍ଡେ
[21:36] <Sipun> ସେଇଠି ବସି ଆଲୋଚନା କରିବା
[21:36] <Aadie> Superb Idea (y)
[21:37] <psubhashish> + ଆଉ ଏମିତି ଜାଗାକୁ ଯିବା ସେଠୁ ଯେମିତି କିଛି ତଥ୍ୟ ବି ମିଳିବ ଉଇକିପିଡ଼ିଆ ପାଇଁ
[21:37] <Diptiman> ଯଦି ସମ୍ଭବ ଡିସେମ୍ବର ୭ ରୁ ୧୬ ଭିତରେ କରାଯାଉ
[21:37] <Aadie> ମୋ ମୁଣ୍ଡରେ ଗୋଟେ ଗାଁଉଁଲିଆ ବୁଦ୍ଧି ଆସିଛି : ଗୋଠ ମେସେସ ବକ୍ସରେ ଟିକେ ଆଲୋଚନା କରି ଫେସବୁକରେ ମାସକୁ କେବଳ ଜୋର ସୋର ପ୍ରଚାର ପାଇଁ ୨ ଦିନ ବାଛିବା ।
[21:37] <psubhashish> ହଁ, ବଢ଼ିଆ ଆଇଡିଆ
[21:37] <Diptiman> ମୁଁ ସେତେବେଳେ ଯିବି ଭୁବନେଶ୍ଵର
[21:37] <psubhashish> ହଁ, ବଢ଼ିଆ ଆଇଡିଆ
[21:38] <Diptiman> ଭଲ ଆଇଡିଆ
[21:38] <Sipun> ଟିକେ ଷ୍ଟାଇଲିଆ କରିବା । ଆଉ ଇଣ୍ଡାଇରେକ୍ଟ ହେବା ଦରକାର
[21:38] <Diptiman> ସେଥିପାଇଁ ମୁଁ ରେଡି
[21:38] <psubhashish> ଗାଉଁଲିଆ କଣ ମ! ପ୍ରଚାର ପ୍ରସାର ମୂଳରେ ସବୁ
[21:38] <Aadie> ଆଉ ଗୋଟେ କଥା : ଗୋଠରେ ଯେମିତି ୨ ମାସ ଭିତରେ ୧୦୦୦୦୦ ସଦସ୍ୟ ହେଇ ଯିବେ
[21:38] <psubhashish> ଯିଏ ଯେତେ ପାରୁଛନ୍ତି ଓଡ଼ିଆ ଲୋକ ପାଇଲେ ଯୋଡ଼ନ୍ତୁ!
[21:39] <psubhashish> ଗୋଟେ ମିନିଟ, ଏକାଥରେ ଲକ୍ଷେ? :p
[21:39] <Aadie> ମୋଦୀ ଫେସବୁକ ପ୍ରଚାର କରି ପ୍ରଧାନମନ୍ତ୍ରୀ ଆମେ କଣ ପାରିବାନି ଯେ
[21:39] <Sipun> ଭୁଲ ରେ ବୋଧେ ଗୋଟିଏ ଶୁନ ଅଧିକ ହେଇଗଲା
[21:39] <Diptiman> କିନ୍ତୁ ଶଳା ମୋବାଇଲ ରେ ଓଡିଆ ନାହି, ପୁରୁଣା ମୋବାଇଲ ଟା ଭଲ ଥିଲା...ସଟାସଟ ପ୍ରଚାର ହଉଥିଲା
[21:39] <psubhashish> ସବିତା ଅପାଙ୍କୁ ସେ ଦାୟିତ୍ୱ ଦେବାକି?
[21:39] <Aadie> ହା ହା ହା
[21:39] <Sipun> :P
[21:39] <psubhashish> ଦୀପ୍ତି ଭାଇ, ରେକର୍ଡ଼ ହେଉଛି ସବୁ କଥା!
[21:39] <Sipun> ସବିତା କିଏ ?
[21:40] <Diptiman> ହ ହଉ ହେଲା
[21:41] <Diptiman> ସବିତା ନା ଶ୍ଵେତା ଅପା?
[21:41] == hellohappy [7aa33f10@gateway/web/freenode/ip.122.163.63.16] has quit [Ping timeout: 246 seconds]
[21:41] <psubhashish> ସବିତା ଅପା, Odiyas in Facebook ର ଆଡମିନ
[21:42] <subas> ବିଦାୟ
[21:42] <psubhashish> ସୁବାସ ସାର ଜାଣିଛନ୍ତି
[21:42] <psubhashish> ହଉ ସାର, ମେଲାଣି
[21:42] == subas [1b30c3d1@gateway/web/freenode/ip.27.48.195.209] has quit [Quit: Page closed]
[21:43] <psubhashish> ମୁଁ ଯାଇନି । ଆଉ କିଛି ଆଲୋଚନା କରିବାର ଥିଲେ ଆମେ କରିପାରିବା
[21:44] <psubhashish> ଆଉ ଭୁବନେଶ୍ୱର ପାଇଁ ଭାବିଛି ଗୋଟେ ଷ୍ଟାଣ୍ଡି କରିବା । ତାକୁ ଟେକିକି ନେବା ସୁବିଧା । ଆଉ କାନ୍ଥ ନଥିଲେ ବି ଠିଆ କରି ଥୋଇହେବ :)
[21:44] <Aadie> ସମସ୍ତଙ୍କୁ ଅନୁରୋଧ ଯେତେ ପାରୁଛ ଓଡ଼ିଆଙ୍କୁ ଗୋଠରେ ଯୋଡି ଚାଲ .. ଆଉ ଗୋଠ ରେ ଛୋଟ ବଡ଼ କିଛି ଖବର ଆମେ ପ୍ରତିଦିନ ପୋଷ୍ଟ କରି ଚାଲିବା ...
[21:44] <psubhashish> ହଁ, ଏଇଟା ବଢ଼ିଆ ହେବ
[21:44] <psubhashish> ଛୋଟ ହେଉ ପଛେ, କିଛି କିଛି ପୋଷ୍ଟ ହେଉଥାଉ
[21:45] <Aadie> ହଁ
[21:45] <psubhashish> ଆଉ ଏବେ ଘଟୁଥିବା ଖବର ସାଙ୍ଗରେ ଯୋଡ଼ିଲେ ଆହୁରି ଭଲ । ଧର, କିଛି ବଡ଼ ଘଟଣା ଘଟିଲା, ତା ବାବଦରେ କିଛି ଲେଖାଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ିବା ପାଇଁ ଲୋକଙ୍କୁ ଜଣାଇବା
[21:46] <psubhashish> ଆଉ ଆମେ ସବୁବେଳେ ଖାଲି ଆଶା କରିବାନି ଯେ ସମସ୍ତେ ଲେଖିବେ, ସେଇଟା ବେଶି ହେଇଯିବ :) ସମସ୍ତଙ୍କର ଆଗ୍ରହ ସମାନ ନୁହେଁ । କିଛି ପାଠକ ଆଉ ପ୍ରଚାରକ ଭୂମିକା ନିଭାଇଲେ ବି ଭଲ
[21:47] <Aadie> ହଁ ସେମିତି କରିବା.. ଫେସବୁକ ପ୍ରଚାର ପାଇଁ କେବେ ଶୁଭାରମ୍ଭ କରିବା ?
[21:47] <psubhashish> ଆଜି ଏବେ
[21:47] <psubhashish> ଆଉ ତମେ ଆରମ୍ଭ କର, ମୁଁ ନଡ଼ିଆ ଫଟେଇଦେଲି
[21:48] <Aadie> ହଉ.. ମୁଁ ଅନ୍ୟ ମାନଙ୍କ ଦ୍ଵାରା ମଧ୍ୟ ଆରମ୍ଭ କରାଉଛି
[21:49] <psubhashish> ଯାହାକୁ କହ୍ନ୍ତି ଟ୍ରୁ-ଲିଡର
[21:50] <psubhashish> ଆଉ ଶିତି ଭାଇ ଟେକନୋଲୋଜି କାମରେ ସମ୍ଭାଳନ୍ତୁ । ଆଦିତ୍ୟ ଭାଇ ଆଉ ଦୀପ୍ତି ଭାଇ ଏଇ ଅନଲାଇନ ପ୍ରଚାର କାମ ନିଅନ୍ତି
[21:50] <psubhashish> ନିଅନ୍ତୁ*
[21:50] <psubhashish> ମୁଁ ମଝିରେ ମଝିରେ ଖବରକାଗଜରେ ଲେଖା ପାଇଁ ଚେଷ୍ଟା କରୁଛି
[21:50] <Aadie> ହଉ
[21:51] <psubhashish> ତାହେଲେ ଶଙ୍ଖ ପୁଙ୍କିବା ଆଜି ପାଇଁ ନାଁ ଆଉ କିଛି ଆଲୋଚନା ବାକି ରହିଲା?
[21:51] <Diptiman> ମତେ ଭୋକ ଲାଗିଲାଣି
[21:52] <psubhashish> ହେଉ ତେବେ, ଆଜି ସଭା ସାଙ୍ଗ କରିବା ଆଗରୁ ଆଉ ଗୋଟେ କଥା
[21:52] == MKar [75ee4049@gateway/web/freenode/ip.117.238.64.73] has joined #wikipedia-or
[21:52] <Diptiman> ସଭା ବେଗି ସାଙ୍ଗ କର
[21:52] <psubhashish> ମାସରେ ଅତି କମରେ ଯେମିତି ଦୁଇଥର IRC ହେଉ
[21:52] <MKar> ଜୟ ଜଗନ୍ନାଥ ଭାଇମାନେ
[21:52] <Diptiman> ଜୟ ବଳଭଦ୍ର
[21:52] <psubhashish> କର ଭାଇ ଆସିଗଲେ, ଟିକେ ରହିଯା ଦୀପ୍ତି ଭାଇ
[21:52] <Aadie> ଜୟ ଜଗନ୍ନାଥ ଭାଇ
[21:52] <psubhashish> ଭାଇ ଜୟ ଜଗନ୍ନାଥ
[21:53] <MKar> ଏବେ ସମସ୍ତଙ୍କ ପାଇଁ ଭୋଜି ଖାଇ ଫେରୁଛି :)
[21:53] <Diptiman> ରହିଗଲି
[21:53] <psubhashish> ଆଉ IRC କେବଳ ଜଣେ ଲୋକ କାହିଁକି ଆରମ୍ଭ କରିବ, କର ଭାଇ ଭୋଜି ଯାଆନ୍ତୁ କି ମୁଁ ଅନଲାଇନ ନଥାଏ, କିଛି ବିଷୟ ସ୍ଥିର ହେଉ, ସମସ୍ତେ କଥା ବାର୍ତ୍ତା କରନ୍ତୁ IRC ରେ
[21:54] <Aadie> ହଁ
[21:54] <psubhashish> ଆମ ଇତିହାସରେ ପାଇକମେଳିରେ ଦଳପତି ସବୁବେଳେ ଜଣେ ନଥିଲା, ହେଲେ ମେଳି ଯେମିତି ହେଲେ ହେଉଥିଲା
[21:54] <MKar> ନିଶ୍ଚିତ ।
[21:56] <psubhashish> ତେଣୁ ଜଣକର ଅନୁପସ୍ଥିତିରେ କାମ ନ ଅଟକୁ, ବ୍ୟକ୍ତିଗତ, ଚାକିରିଗତ କାରଣରୁ କିଏ କେବେ କାମଟେ ଆରମ୍ଭ ନ କଲେ ବି ମାସର ପ୍ରଥମ-ତୃତୀୟ କିମ୍ବା ଦ୍ୱିତୀୟ-ଚତୁର୍ଥ ସପ୍ତାହର ଗୋଟେ କରି ମାସକରେ ଦି ଥର ସମସ୍ତେ ସମୟ ଦେଇପାରିବେ IRC ପାଇଁ?
[21:56] == hellohappy [7aa33f10@gateway/web/freenode/ip.122.163.63.16] has joined #wikipedia-or
[21:56] <psubhashish> ପ୍ରିତି ଭାଇ, ଖାଇକି ଆସିଗଲେ :)
[21:56] <Diptiman> ୟୋ
[21:56] <MKar> ଆଉ ସେହିଭଳି ଏକାଠି ହେଇ ଯେମିତି କଳିଙ୍ଗ ଯୁଦ୍ଧ କରିଥିଲେ,
[21:56] <MKar> ଆଜି କ'ଣ କ'ଣ ଆଲୋଚନା ହେଇଛି?
[21:57] <psubhashish> ଆଜିର ଆଲୋଚନାର ସାରାଂଶ:
[21:57] <MKar> ଆଉ କେହି ଉପସ୍ଥିତ ଥିଲେ କି?
[21:57] <Diptiman> ତାହେଲେ ମୁଁ ବି ଖାଇକି ଆସୁଛି
[21:57] <Sipun> ସବୁ ଥିଲେ
[21:57] <MKar> :)
[21:57] <Sipun> ତୁମକୁ ଖୋଜା ପଡିଥିଲା
[21:57] <psubhashish> ୧ - ଭୁବନେଶ୍ୱରରେ ଉଇକି ଟୁଙ୍ଗିର ପ୍ରତିଷ୍ଠା ହେବ ଟିକେ ଭିନ୍ନ ଢଙ୍ଗରେ - ଉଇକି-ବଣଭୋଜି କରି
[21:57] <psubhashish> ଆଲୋଚନା ସଭାରେ ଆଲୋଚନା କରି ସଭିଙ୍କ ମତ ନିଆଯିବ
[21:58] <psubhashish> ଦୀପ୍ତି ଭାଇ, ଟିକେ ରହିଯା :)
[21:59] <psubhashish> ୨ - ଯଦିଓ ଆମେ କିସରୁ କିଛି ଆଶାନୁରୂପ ଫଳ ପାଇନାହୁଁ, ଏ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପିଲାଙ୍କୁ ନେଇ ତାଙ୍କ ଶିକ୍ଷକଙ୍କ ତତ୍ୱାବଧାନତାରେ ଉଇକି-ପାଠାଗାର ପାଇଁ ୧୧ ଟି ଓଡ଼ିଆ ବହିର (ଓଡ଼ିଶା ଦିବସରେ ବିତରିତ) ଡିଜିଟାଇଜେସନ
[22:00] <psubhashish> ୩ - ଢେଙ୍କାନାଳରେ କିଛି ପ୍ରତିଯୋଗିତା ଆଦି ଦ୍ୱାରା ପିଲାଙ୍କୁ ଅଧିକ ଉତ୍ସାହିତ କରିବା
[22:00] <Sipun> ଆଚ୍ଛା ଶୁଭ ଭାଇ ପୁରୁଣା ଲୋକଙ୍କୁ ଫୋନ କରି ଥରେ irc କୁ ଆଣନ୍ତନି
[22:01] <Sipun> ଭେଟ ହୁଅନ୍ତା
[22:01] <psubhashish> ୪ - ଉଭୟ କିସ ଓ ଆଇଆଇଏମସିରେ ନିୟମିତ (ସାପ୍ତାହିକ ବା ମାସରେ ଦୁଇଥର) ମୁଖ୍ୟ କର୍ମଶାଳା କରିବା ଆଉ ପିଲାଙ୍କୁ କିଛି କାମ ଦେବା । ପିଲାଙ୍କୁ ପୁରସ୍କାର ଦେବା
[22:01] <psubhashish> ଶିତି ଭାଇ, ଆର ଥରକୁ କରିବା ସେକାମ
[22:01] <Sipun> :)
[22:02] <psubhashish> ୫ - ଆମ ଫେସବୁକ ଟିକେ ଶିଥିଳ ହୋଇଯାଉଛି । । ସବୁଦିନ ଅତି କମରେ ଗୋଟେ ଯୋଡ଼େ ଆଲୋଚନା କରିବା । ଘଟୁଥିବା ଘଟଣା ବାବଦରେ ଲେଖି ଲୋକଙ୍କୁ ଯୋଡ଼ିବା ଓ ସେମାନଙ୍କ ଭିତରୁ କିଛି ପାଠକ, ପ୍ରଚାରକ ଓ ସମ୍ପାଦକ ବାହାର କରିବା
[22:03] == Diptiman [01baec43@gateway/web/freenode/ip.1.186.236.67] has quit [Ping timeout: 246 seconds]
[22:03] <hellohappy> kiss re 100 pilaru jadi gotie pila lekhuchhi, taku kichhi puraskar dia jai pariba ki !
[22:03] <hellohappy> se puraskar dekhi anyamane irshanwita o akarshita huante
[22:04] <psubhashish> ୬ - ମାସରେ ଯେମିତି ହେଉ ୨ ଥର IRC ଆଲୋଚନା କରିବା । ଏ କାମ ଆମ ମାନଙ୍କ ଭିତରୁ କେହି ଜଣେ ଯେମିତି ହେଲେ ଆରମ୍ଭ କରିବ । ମାସର ୧ମ-୩ୟ କିମ୍ବା ୨ୟ-୪ର୍ଥ ସପ୍ତାହ ହେଲେ ଭଲ
[22:04] <psubhashish> ମୁଁ hellohappy: ପ୍ରିତି ଭାଇଙ୍କ ସହ ପୂରା ଏକମତ
[22:04] <psubhashish> ବାକି ମାନେ କଣ ଭାବୁଛନ୍ତି>
[22:06] <Aadie> ଏକମତ
[22:06] <MKar> ସମର୍ଥନ ।
[22:07] <psubhashish> ପ୍ରତିଯୋଗିତା ଆଉ ପୁରସ୍କାର, ଏ ଦୁଇଟି ଜିନିଷ ଆମେ ଆଉ ଟିକେ ଅଧିକ କରିବା ଦୁଇଟି ଜାଗାରେ । ଆଉ ଦେଖିବା କେତେ କାମ କରୁଛି
[22:08] == Diptiman [01baec43@gateway/web/freenode/ip.1.186.236.67] has joined #wikipedia-or
[22:08] <hellohappy> haan puraskar ta pratijogita pare milu
[22:08] <Diptiman> ନେଟ କଟିଯାଇଥିଲା
[22:09] <hellohappy> semiti kichhi anya nua wikipedians'nka pain bhi karagale bhala huanta
[22:10] <psubhashish> ହଁ, ପ୍ରତିଯୋଗିତା ରେ ଯେ ଜିତିବ ତାକୁ ଇ ତ ମିଳିବ ପୁରସ୍କାର :)
[22:10] == MKar [75ee4049@gateway/web/freenode/ip.117.238.64.73] has quit [Ping timeout: 246 seconds]
[22:11] <psubhashish> ହେଲେ ଯେଉଁମାନଙ୍କୁ ଆମେ ଫେସବୁକ ଆଦିରୁ ଧରିପାରୁଛୁ ତାଙ୍କୁ ଦେଇହେବ । ହେଲେ ସେମାନେ ଅତି କମରେ ଦୁଇମାସ ପାଖାପାଖି ସମ୍ପାଦନା ଜାରୀ ରଖିଲେ
[22:12] <hellohappy> haan semiti kichhi kale
[22:12] <hellohappy> fb re gote barnstar bhali kichhi kariparile bhala heba
[22:12] <psubhashish> ଏବେ କେହି ଅଛନ୍ତି ସେମିତି?
[22:13] <psubhashish> ସେଇଟା କରିଦେବି, ଆଇଡିଆ ଦିଅ କଣ କଣ କରାଗଲେ ଭଲ ହେବ । ଡିଜାଇନ କାମ ମୋର
[22:15] <hellohappy> barnstar style re gote chhabi odia wikipedia logo sahita, chhotia lekhatie
[22:15] <psubhashish> ହେଇଯିବ ଛାମୁ :)
[22:16] <psubhashish> ଲେଖାଟା କଣ ହେବ ଟିକେ ବତେଇଦିଅ, ବା ମୁଁ ଗୋଟେ ସାମ୍ପୁଲ ଫେସବୁକ ରେ ସେଆର କରିଦେବି । ହଁ ମାରିଦେଲେ ଦିଆଯିବ ପୁରସ୍କାର
[22:16] <hellohappy> kintu certificate re jemiti lekha heithila, seita tike besi laguthila
[22:16] <psubhashish> ନାଁ ନାଁ, ଫେସବୁକରେ ଯେଉଁ ପୋଷ୍ଟର ଥିଲା ସେଟା ଦେଖ
[22:17] <psubhashish> ଛୋଟ ଥିଲା
[22:17] <hellohappy> sarala sundara chhotia message te lekha
[22:18] <Aadie> ଆଉ କିଛି ଆଲୋଚନା କରିବା ନା ଆଜି ପାଇଁ ଏତିକି
[22:18] <psubhashish> ହଁ ପ୍ରିତି ଭାଇ, ସେଇ କାମ କରିଦେବି ଶୀଘ୍ର
[22:18] <Sipun> ବିଜୟ ବାବୁ କିଏ କହିଲ ? ଯିଏ iimc ରେ ଦେଖା ହେଇଥିଲେ ?
[22:18] <psubhashish> ହଁ, ଆଜି ପାଇଁ ଏତିକି ଥାଉ । ବାକି ଆଲୋଚନା ସଭାରେ :)‌
[22:19] <psubhashish> ନାଇଁ ତ, ସେଠି କେହି ବିଜୟ ବାବୁ ନାହାନ୍ତି
[22:19] <Sipun> ହଉ :)
[22:19] <psubhashish> ଜ୍ୟୋତିପ୍ରକାଶ ମହାପାତ୍ର ଭାଇ ଅଛନ୍ତି
[22:19] <Sipun> ସେ ଟୋପି ପିନ୍ଧି ଥିଲେ
[22:19] <Sipun> ଓଃ ସେ ସମ୍ପଦ ମହାପାତ୍ର ... ଭୁଲ ହେଇଗଲା
[22:20] <Diptiman> ଭୋକ ଲାଗିଲାଣି
[22:20] <Diptiman> ଏତିକି ଏତିକି
[22:20] <Sipun> ହଉ ହଉ ଯାଅ କ୍ଷୟବ
[22:20] <Sipun> ଖାଇବ
[22:20] <hellohappy> ha ha
[22:20] <Sipun> ଶୁଭ ରାତ୍ରି :)
[22:20] <psubhashish> :) ମେଲାଣି ସଭିଙ୍କୁ । ଜଗନ୍ନାଥ ଘଣ୍ଟ ଘୋଡ଼େଇଥାନ୍ତୁ!
[22:21] <Diptiman> ଶୁଭ ଭାଇ ଆସ୍ତିକ ହେଇଗଲେ ରେ
[22:21] <Sipun> :P
[22:21] <hellohappy> bhalare tha bhaimane..Namaskar