ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ/୨
ଏହି କର୍ମଶାଳାଟି "କାର୍ଯ୍ୟକାରୀ ଦଳ"ର ସଦସ୍ୟମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ । ଏଥିରେ ଭାଗ ନେଇ ସେମାନେ ଓଡ଼ିଆ ଉଇକିପାଠାଗାରରେ କିପରି ବହିମାନ ଡିଜିଟାଇଜ କରାଯାଏ ତାହା ଶିଖିବେ ଓ ପରୀକ୍ଷାମୂଳକ ଭାବେ ନିଜେ ଗୋଟେ ଗୋଟେ ପୃଷ୍ଠା ଟାଇପ କରିବେ ।
ପରିଚାଳନା
ସମ୍ପାଦନା- ପ୍ରୀତିନନ୍ଦା ରାୟ - ପରିଚାଳକ
- ସୁଭାସିସ ପାଣିଗାହି
ଅଂଶଗ୍ରହଣ
ସମ୍ପାଦନାବିବରଣୀ
ସମ୍ପାଦନା- ଏଥିରେ ୯ ଜଣ ଶିକ୍ଷକ ଯୋଗଦେଇ ଓଡ଼ିଆ ଉଇକିପାଠାଗରରେ କିପରି ବହିଟିଏ ବାଛି ତାହାର ପୃଷ୍ଠା ପରେ ପୃଷ୍ଠା ଟାଇପ କରାଯିବ ତାହା ଶିଖାଯାଇଥିଲା ।
- ସେମାନେ ସମସ୍ତେ ମିଶି "ଆମରି ଜାତିର ଆଗୁଆ ନେତା" ବହିର୧୨ ଗୋଟି ପୃଷ୍ଠା ଟାଇପ କରିଥିଲେ । ଏଥି ମଧ୍ୟରୁ୨ଟି ପୃଷ୍ଠାରେ କେବଳ ଛବି ରହିଛି, କିଛି ପୃଷ୍ଠା ଆଂଶିକ ଓ କିଛି ସମ୍ପୂର୍ଣ୍ଣ ରୂପେ ଟାଇପ କରାଯାଇଛି ।
- ଶିକ୍ଷକମାନେ ଆଉ ଏକ ତାଲିମ କର୍ମଶାଳା ପାଇଁ ଅନୁରୋଧ କରିଥିଲେ ଯାହା ଅଳ୍ପ ଦିନ ମଧ୍ୟରେ ଅନୁଷ୍ଠିତ ହେବ ।
- ଏଥିରେ ଉଇକିଆଳି ଡା. ସୁବାସ ଚନ୍ଦ୍ର ରାଉତ ଆସିବାର ଯୋଜନା ଥିଲେ ମଧ୍ୟ ପାରିବାରିକ ବ୍ୟସ୍ତ୍ତା ହେତୁ ଯୋଗ ଦେଇପାରି ନଥିଲେ ।
ବୈଷୟିକ ଅସୁବିଧା ଓ ସମାଧାନ
ସମ୍ପାଦନା- କଲେଜ ଲ୍ୟାବରେ କେବଳ ଉଇଣ୍ଡୋଜ ଏକ୍ସପି ଥିବା ବେଳେ ଓଡ଼ିଆ ୱେବଫଣ୍ଟ କେବଳ ଇଣ୍ଟରଫେସ ପାଇଁ ଲୋଡ଼ ହୋଇ ସମ୍ପାଦନା ଘର ଭିତରେ ଲୋଡ଼ ହେଉନଥିଲା । ଏହା ଯୋଗୁ ସେମାନଙ୍କୁ ଯୁକ୍ତାକ୍ଷର ସବୁ ଭାଙ୍ଗି ଭାଙ୍ଗି ଦିଶୁଥିଲା ଯାହା ବୁଝିବା ପାଇଁ ସେମାନେ ଅଧିକ ସମୟ ବ୍ୟୟ କରୁଥିଲେ । ଏହା କୁ ସୁଧାରିବା ପାଇଁ ଏକ ବଗ ରିପୋର୍ଟ କରାଯାଇଛି ।
- ଏଥି ସହିତ ଲ୍ୟାବର ସବୁ କମ୍ପୁଟରରେ ଲୋହିତ ଓଡ଼ିଆ ଫଣ୍ଟ ଇନଷ୍ଟଲ କରିବା ପାଇଁ ଲ୍ୟାବ କୋର୍ଡ଼ିନେଟରଙ୍କୁ ଅନୁରୋଧ କରାଯାଇଛି ।
- ଓଡ଼ିଆରେ ଟାଇପ କରିବାରେ ସହାୟତା ପାଇଁ ଏକ ପୃଷ୍ଠା ଥିଲେ ମଧ୍ୟ ଏକ ଛପା ମାନୁଆଲ ଥିଲେ ଲେଖାଲେଖିରେ ଅଧିକ ସୁବିଧା ହୁଅନ୍ତା ବୋଲି ଶିକ୍ଷକମାନେ ମତ ଦେଇଥିଲେ । ଏଥିରେ ଓଡ଼ିଆ ଉଇକିପାଠାଗାରରେ ନୂଆ ଖାତାଟିଏ ଖୋଲିବାଠାରୁ ଆରମ୍ଭ କରି, ବହିଟିଏରୁ ପୃଷ୍ଠା ବାଛିବା, ଟାଇପ କରି ଲେଖିବା ଓ ସଂଶୋଧନ କରିବା ଆଦି ବାବଦରେ ସଂକ୍ଷେପରେ ରଖି ଏକ ମାନୁଆଲ ତିଆରି କରିବାର ଯୋଜନା ସୁଭାସିସ ହାତକୁ ନେବେ ।