ଆୟୋଡିନ ଅଭାବ

ଖାଦ୍ୟରେ ଖଣିଜ ଆୟୋଡିନର ଅଭାବ ହୋଇଥାଏ ।

ଆୟୋଡିନ ଅଭାବ ହେଉଛି ଖାଦ୍ୟରେ ଖଣିଜ ଆୟୋଡିନର ଅଭାବ ।[୧] ଏହି ଅଭାବ ଯୋଗୁ ଥାଇରଏଡ ଗଏଟର, କମ୍ ଥାଇରଏଡ୍ ସ୍ତର, ବୌଦ୍ଧିକ ଅକ୍ଷମତା ଏବଂ ଜନ୍ମଗତ ଆୟୋଡିନ୍ ଅଭାବ ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଯୋଗୁ ସ୍ୱତଃ ଗର୍ଭପାତ କିମ୍ବା ଅପରିପକ୍ୱ ଗର୍ଭ ହୋଇପାରେ ।[୧] ଥାଇରଏଡ‌ର ବୃଦ୍ଧି ପାଇଁ କିଛି ମାସ କିମ୍ବା ବର୍ଷ ଲାଗିପାରେ ।[୧]

ଆୟୋଡିନ ଅଭାବ
ଆୟୋଡିନ ବଟିକା
ବିଭାଗEndocrinology
ଲକ୍ଷଣGoiter, low thyroid, intellectual disability, congenital iodine deficiency syndrome[୧]
ବିପଦ କାରକLiving far from the ocean, in mountainous regions, diet high in certain food such as cassava, smoking[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିUrine iodine levels < 100 ug/L (< 150 ug/L if pregnancy)[୧]
ପ୍ରତିକାରIodized salt[୨]
ଚିକିତ୍ସାPotassium iodide, levothyroxine[୧][୨]
ପୁନଃପୌନିକ30% (2 billion people)[୧]

ସମୁଦ୍ରଠାରୁ ବ‌ହୁତ ଦୂରରେ ଏବଂ ପାର୍ବତ୍ୟ ଅଞ୍ଚଳରେ ବାସ କରୁଥିଲେ, କାସାଭା ଭଳି କିଛି ଅଧିକ ଖାଦ୍ୟ ଏବଂ ଧୂମପାନ କରୁଥିଲେ ଏହି ରୋଗ ସଙ୍କଟ ରହିଥାଏ ।[୨] [୧]ସାମୁଦ୍ରିକ ଖାଦ୍ୟରେ ସ୍ୱାଭାବିକ ଭାବରେ ଯଥେଷ୍ଟ ଆୟୋଡିନ ଥାଏ, ଯେତେବେଳେ ଅନ୍ୟ ଉତ୍ସଗୁଡ଼ିକରେ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଚିକେନ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଥାଇରଏଡ୍ ହରମୋନ୍ ଉତ୍ପାଦନ ପାଇଁ ଆୟୋଡିନ୍ ଆବଶ୍ୟକ ହୋଇଥାଏ ।[୨] ୧୦୦ ug/ଲିରୁ ପରିସ୍ରା ଆୟୋଡିନ୍ ସ୍ତର କମ୍ ଥିଲେ କିମ୍ବା ଗର୍ଭଧାରଣ ସମୟରେ ୧୫୦ ug/ଲିରୁ କମ୍ ଥିଲେ ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] [୩] ନବଜାତ ଶିଶୁମାନଙ୍କରେ ଟିଏସଏଚ ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧]

ଜନସଂଖ୍ୟା ସ୍ତରରେ ପ୍ରତିରୋଧ ନିମନ୍ତେ ଟେବୁଲ୍ ଲୁଣରେ ଅଳ୍ପ ପରିମାଣର ଆୟୋଡିନ୍ ମିଶାଯାଏ ।[୧] କାନାଡା ଭଳି ଅନେକ ଦେଶରେ ଏହା ବାଧ୍ୟତାମୂଳକ, କିନ୍ତୁ ଆମେରିକାରେ ଏହା ସ୍ୱେଚ୍ଛାକୃତ ।[୧] ଅନ୍ୟ ଖାଦ୍ୟ ଯେପରିକି ଚିନି ଏବଂ ଉଦ୍ଭିଦ ତେଲ ମଧ୍ୟ କେତେକ ସ୍ଥାନରେ ଏହା ସ‌ହିତ ମିଶ୍ରିତ ହୋଇଛି ।[୧] ପ୍ରତିରୋଧ କିମ୍ବା ଚିକିତ୍ସା ପାଇଁ ପୋଟାସିଅମ୍ ଆୟୋଡାଇଡ ଆକାରରେ ସପ୍ଲିମେଣ୍ଟେସନ୍ ଉପଲବ୍ଧ | [୧] ଲେଭୋଥାଇରକ୍ସିନ୍ ମଧ୍ୟ ବ୍ୟବହାର କରାଯାଇପାରେ ।[୨]

ଆୟୋଡିନ୍ ଅଭାବର କିଛି ପରିମାଣ ପ୍ରାୟ ୩୦% ଲୋକଙ୍କୁ (୨ ବିଲିୟନ) ପ୍ରଭାବିତ କରୁଥିବା ଆକଳନ କରାଯାଇଛି ।[୧] ଆୟୋଡିନ୍ ମିଶ୍ରିତ ଲୁଣ ଥିବା ସ୍ଥାନରେ ଏହା ବିରଳ ଅଟେ ।[୨] ୨୦୧୦ ମସିହାରେ ବିଶ୍ୱରେ ୧୮୭ ନିୟୁତ ଗଏଟର ରୋଗ ଥିଲା ।[୪] ଏହାଦ୍ୱାରା ୧୯୯୦ରେ ୨,୧୦୦ ମୃତ୍ୟୁହୋଇଥିଲା ବେଳେ ୨୦୧୩ ମସିହାରେ ବୃଦ୍ଧି ପାଇ ୨୭୦୦ ମୃତ୍ୟୁ ଘଟିଥିଲା ।[୫]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Iodine". Linus Pauling Institute (in ଇଂରାଜୀ). 23 April 2014. Archived from the original on 8 February 2022. Retrieved 9 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Iodine Deficiency - Nutritional Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 9 February 2022. Retrieved 9 February 2022.
  3. "Iodine deficiency". www.who.int (in ଇଂରାଜୀ). Archived from the original on 9 February 2022. Retrieved 9 February 2022.
  4. Vos, T; Flaxman, A. D.; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, J. A.; Abdalla, S (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMC 6350784. PMID 23245607. {{cite journal}}: Unknown parameter |displayauthors= ignored (|display-authors= suggested) (help)
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first= has generic name (help)CS1 maint: numeric names: authors list (link)