ପୋଟାସିଅମ ଆୟୋଡାଇଡ

ପୋଟାସିଅମ ଆୟୋଡାଇଡ (Potassium iodide) ଏକ ରାସାୟନିକ ଯୌଗିକ ପଦାର୍ଥ (chemical compound), ଔଷଧ (medication) ଓ ଖାଦ୍ୟ ପରିପୂରକ (dietary supplement) । [୧][୨] ଔଷଧ ହିସାବରେ ଏହା ହାଇପରଥାଇରଏଡିଜ୍ମ (hyperthyroidism) ଓ କେତେକ ଔଷଧ (radiopharmaceutical) ଯୋଗୁ ରାଡିଏସନ ଏମରଜେନ୍ସି (radiation emergencies) ଉତ୍ପନ୍ନ ହେଉଥିବାରୁ ଥାଇରଏଡ ଗ୍ରନ୍ଥିର (thyroid gland) ସୁରକ୍ଷା ନିମନ୍ତେ ବ୍ୟବ‌ହାର କରାଯାଏ ।[୩] ବିକାଶଶୀଳ ଦେଶମାନଙ୍କରେ ଚର୍ମ ରୋଗ ସ୍ପୋରୋଟ୍ରାକୋସିସ (sporotrichosis) ଓ ଫାଇକୋମାଇକୋସିସ (phycomycosis) ରୋଗରେ ଦିଆଯାଏ । [୩][୪] ଯେଉଁ ସ୍ଥାନରେ ଖାଦ୍ୟରେ ଆୟୋଡିନ (iodine) ଅଭାବ ଥାଏ ସେଠାରେ ଏହା ପରିପୂରକ ଭାବରେ ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୩]

ପୋଟାସିଅମ ଆୟୋଡାଇଡ
Potassium iodide.jpg
Potassium-iodide-3D-ionic.png
Clinical data
Trade namesiOSAT, SSKI, ThyroSafe, ThyroShield, others
AHFS/Drugs.commonograph
Pregnancy
category
  • US: D (Evidence of risk)
ATC code
Legal status
Legal status
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.028.782 Edit this at Wikidata
Chemical and physical data
FormulaKI
Molar mass166.0028
3D model (JSmol)
Melting point681 °C (1,258 °F)
Boiling point1,330 °C (2,430 °F)
Solubility in water1280 mg/mL (0 °C (32 °F))
1400 mg/mL (20 °C (68 °F))
1760 mg/mL (60 °C (140 °F))
2060 mg/mL (100 °C (212 °F))

ପୋଟାସିଅମ ଆୟୋଡାଇଡର ସାଧାରଣ ପ୍ରତିକ୍ରିୟାର ବାନ୍ତି, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ରାସ୍ ଓ ଲାଳ ଗ୍ରନ୍ଥି (salivary gland) ଫୁଲିବା ଦେଖାଯାଏ ।[୩] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି ପ୍ରତିକ୍ରିୟା, ମୁଣ୍ଡବଥା, ଗଏଟର (goitre) ଓ ଅବସାଦ (depression) ହୋଇପାରେ ।[୪] ଗର୍ଭାବସ୍ଥାରେ ଏହା ଶିଶୁପ୍ରତି କ୍ଷତିକାରକ ହେଲେ ମଧ୍ୟ ରାଡିଏସନ ଏମରଜେନ୍‌ସିରେ ଦିଆଯାଏ ।[୩] ପୋଟାସିଅମ ଆୟୋଡାଇଡର ରାସାୟନିକ ଫର୍ମୁଲା chemical formula ହେଲା କେଆଇ KI[୫] ପୋଟାସିଅମ ହାଇଡ୍ରକ୍ସାଇଡ (potassium hydroxide) ସ‌ହିତ ଆୟୋଡିନ ମିଶେଇ ବ୍ୟବସାୟୀକ ଭିତ୍ତିରେ ପୋଟାସିଅମ ଆୟୋଡାଇଡ ତିଆରି କରାଯାଏ ।[୬]

ସନ ୧୮୨୦ରୁ ଚିକିତ୍ସା କ୍ଷେତ୍ରରେ ପୋଟାସିଅମ ଆୟୋଡାଇଡ ବ୍ୟବ‌ହାର ହୋଇଆସୁଛି ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷ ବାବଦ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[୯] ଲୁଣରେ ଏହା ମିଶେଇ (iodization of salt) ପୋଟାସିମ ଆୟୋଡାଇଡ କରିବା ନିମନ୍ତେ ମଧ୍ୟ ବ୍ୟବ‌ହାର ହୁଏ । [୨]

ଆଧାରସମ୍ପାଦନ କରନ୍ତୁ

  1. Council, National Research; Studies, Division on Earth and Life; Research, Board on Radiation Effects; Incident, Committee to Assess the Distribution and Administration of Potassium Iodide in the Event of a Nuclear (2004). Distribution and Administration of Potassium Iodide in the Event of a Nuclear Incident (in ଇଂରାଜୀ). National Academies Press. p. 10. ISBN 9780309090988.
  2. ୨.୦ ୨.୧ ୨.୨ Stwertka, Albert (2002). A Guide to the Elements (in ଇଂରାଜୀ). Oxford University Press, USA. p. 137. ISBN 9780195150261.
  3. ୩.୦ ୩.୧ ୩.୨ ୩.୩ ୩.୪ "Potassium Iodide". The American Society of Health-System Pharmacists. Retrieved 8 January 2017.
  4. ୪.୦ ୪.୧ WHO Model Formulary 2008 (PDF). World Health Organization. 2009. p. 390. ISBN 9789241547659. Retrieved 8 January 2017.
  5. Ensminger, Marion Eugene; Ensminger, Audrey H. (1993). Foods & Nutrition Encyclopedia, Two Volume Set (in ଇଂରାଜୀ) (s ed.). CRC Press. p. 16. ISBN 9780849389801.
  6. Kaiho, Tatsuo (2014). Iodine Chemistry and Applications (in ଇଂରାଜୀ). John Wiley & Sons. p. 57. ISBN 9781118878651.
  7. Oriel, J. David (2012). The Scars of Venus: A History of Venereology (in ଇଂରାଜୀ). Springer Science & Business Media. p. 87. ISBN 9781447120681.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 224. ISBN 9781284057560.