ଗଏଟର
ଗଏଟର (ଅନ୍ୟ ନାମ ଗଣ୍ଡମଳା, ଗଳଗଣ୍ଡ, ଇଂରାଜୀ ଭାଷାରେ Goitre) ରୋଗ ଥାଇରଏଡ୍ ଗ୍ରନ୍ଥିର ଏକ ପ୍ରକାର ଫୁଲାକୁ କୁହାଯାଏ | [୨] ଏହା ଯୋଗୁ ବେକର ସମ୍ମୁଖ ଭାଗ ଫୁଲିଯାଏ | [୬] ରୋଗ ବୃଦ୍ଧି ହେଲେ କାଶ, କର୍କଶ ସ୍ୱର, ଗିଳିବାରେ ଅସୁବିଧା କିମ୍ବା ଅଣନିଶ୍ୱାସ ହୋଇପାରେ।[୬] ଏହା ସାଧାରଣ, ନିମ୍ନ କିମ୍ବା ଉଚ୍ଚ ଥାଇରଏଡ୍ କାର୍ଯ୍ୟ ସହିତ ହୋଇପାରେ | [୨]
Goitre | |
---|---|
Goiter | |
ବିଭାଗ | Endocrinology |
ଲକ୍ଷଣ | Swelling of front of the neck[୧] |
କାରଣ | Iodine deficiency, Grave disease, toxic nodular goiter, thyroid cancer, autoimmune thyroiditis, postpartum thyroiditis, silent thyroiditis, radiation thyroiditis, subacute thyroiditis, suppurative thyroiditis[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination, medical imaging[୨] |
ସଠିକ ରୋଗ ନିର୍ଣ୍ଣୟ | Lymphadenopathy, pseudogoiter, branchial cleft cyst, thyroglossal duct cyst, parathyroid adenoma[୩] |
ଚିକିତ୍ସା | Watchful waiting, iodine supplements, radioactive iodine, surgery[୪] |
ପୁନଃପୌନିକ | 16% (2004)[୫] |
ସାଧାରଣତଃ ଏହି ରୋଗ ଆୟୋଡିନ ଅଭାବ ଯୋଗୁ ହୁଏ ।[୨] ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରେଭସ ରୋଗ, ବିଷାକ୍ତ ନୋଡୁଲାର ଗଏଟର, ଥାଇରଏଡ୍ କର୍କଟ, ଅଟୋଇମ୍ମୁନ ଥାଇରଏଡାଇଟିସ, ପୋଷ୍ଟପାର୍ଟମ ଥାଇରଏଡାଇଟିସ, ନିରବ ଥାଇରଏଡାଇଟିସ, ରାଡିଏସନ ଥାଇରଏଡାଇଟିସ, ସବଆକ୍ୟୁଟ ଥାଇରଏଡାଇଟିସ, ସପ୍ୟୁରେଟିଭ ଥାଇରଏଡାଇଟିସ, ସାର୍କୋଏଡୋସିସ୍ ଏବଂ ଏମିଓଡାରୋନ୍ ଭଳି କେତେକ ଔଷଧ ଯୋଗୁ ହୋଇପାରେ ।[୨] [୭] ବେକକୁ ଦେଖିବା, ବେକ ସ୍ପର୍ଶ କରିବା କିମ୍ବା ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]
ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | [୬] ସତର୍କ ପ୍ରତୀକ୍ଷା, ଆୟୋଡିନ୍ ପରିପୂରକ, ରେଡିଓଆକ୍ଟିଭ ଆୟୋଡିନ କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଇପାରେ | [୪] ୨୦୦୪ ମସିହା ସୁଦ୍ଧା ବିଶ୍ୱସ୍ତରରେ ଗଏଟର ହାର ପ୍ରାୟ ୧୬% ଅଟେ।[୫] ପୁରୁଷଙ୍କ ତୁଳନାରେ ମହିଳାମାନେ ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[୨] ଆଫ୍ରିକା ଓ ଭୂମଧ୍ୟସାଗର ଅଞ୍ଚଳରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଆମେରିକାରେ କମ୍ ଦେଖାଯାଏ।[୫] ଚୀନରେ ପ୍ରାୟ ଖ୍ରୀଷ୍ଟପୂର୍ବ ୨,୭୦୦ରେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା।[୮] ଏହି ଗଏଟର ଶବ୍ଦଟି ଲାଟିନ ଭାଷାର ଗୁଟ୍ଟୁରରୁ ଆସିଛି, ଯାହାର ଅର୍ଥ ଗଳା | [୯]
ଆଧାର
ସମ୍ପାଦନା- ↑ "Goitre - NHS Choices". NHS Choices (in ଇଂରାଜୀ). 2017-10-19. Archived from the original on 2017-07-05. Retrieved 2021-07-11.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Stat2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Can, AS; Rehman, A (January 2020). "Goiter". PMID 32965832.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ "Goitre - Treatment". nhs.uk (in ଇଂରାଜୀ). 19 October 2017. Retrieved 19 December 2020.
- ↑ ୫.୦ ୫.୧ ୫.୨ Sharma, Manoj; Atri, Ashutosh. Essentials of International Health (in ଇଂରାଜୀ). Jones & Bartlett Learning. p. 206. ISBN 978-0-7637-6529-3.
- ↑ ୬.୦ ୬.୧ ୬.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NHS2019
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Ferri, Fred F. (2020). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1548. ISBN 978-0-323-67977-0.
- ↑ Welbourn, Richard Burkewood; Friesen, Stanley R.; Johnston, Ivan D. A.; Sellwood, Ronald A. (1990). The History of Endocrine Surgery (in ଇଂରାଜୀ). Greenwood Publishing Group. p. 19. ISBN 978-0-275-92586-4.
- ↑ Bland, Kirby I.; Sarr, Michael G.; Büchler, Markus W.; Csendes, Attila; Garden, Oliver James; Wong, John (2008). General Surgery: Principles and International Practice (in ଇଂରାଜୀ). Springer Science & Business Media. p. 1632. ISBN 978-1-84628-832-6.