ଆଲୋଚନା:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା


ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ (Rated Start-class)
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ ଅନ୍ତର୍ଗତ । ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 Start  This Lua error in package.lua at line 80: module 'Module:Pagetype/setindex' not found. does not require a rating on the project's quality scale.
 

ପ୍ରସଙ୍ଗର ନାମ ସମ୍ପାଦନା

@Psubhashish: ଭାଇ.. କେନ୍ଦ୍ର ସାହିତ୍ୟ ଏକାଡେମୀ ବଦଳରେ କେନ୍ଦ୍ର ସାହିତ୍ୟ ଅକାଦେମୀ ବଦଳେଇବାର ଉଦ୍ଦେଶ୍ୟ ବୁଝି ପାରିଲିନି, ମୋ ମତରେ ବର୍ତ୍ତମାନର ପାଠ୍ୟ ପୁସ୍ତକ ଓ ସମସ୍ତ ସରକାରୀ ସ୍ତରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଲେଖାଯାଉଛି । --ଆଦିତ୍ୟ ମହାର (ଆଲୋଚନା) ୦୪:୩୬, ୧୮ ଜୁନ ୨୦୧୪ (UTC)

ଆଦିତ୍ୟ ଭାଇ, ଏ ବାବଦରେ ଆମେ ଆଲୋଚନା କରିପାରିବା । ତେବେ ତାଙ୍କର ସରକାରୀ ୱେବସାଇଟରେ ଓ ଇଂରାଜୀ ଉଇକିପିଡ଼ିଆ (en:Sahitya_Akademi)ରେ ଓ ବାକି ଉଇକିପିଡ଼ିଆରେ ଅକାଦେମୀ ବୋଲି ଲେଖାଯାଉଛି । ଏହା ଏକ ନାମ ହୋଇଥିବାରୁ ତାକୁ ବଦଳାଇବା କେତେ ଦୂର ଯଥାର୍ଥ ତାହା ଆମେମାନେ ଆଲୋଚନା କରି ସ୍ଥିର କରିପାରିବା । ତେବେ ଯଦି ଓଡ଼ିଆ ପାଠ୍ୟପୁସ୍ତକରେ ଏକାଡେମୀ ଲେଖାଯାଉଛି ତାହେଲେ ଆମେ ପୁଣି ଏହାକୁ ପଛକୁ ଫେରାଇବା । ତେବେ ବାକିମାନେ ସେମାନଙ୍କ ମତ ଦେଲା ପରେ :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୫:୦୨, ୧୮ ଜୁନ ୨୦୧୪ (UTC)
ଏକାଡେମୀ ଦ୍ଵାରା ପ୍ରକାଶିତ କିଛି ପୁସ୍ତକ ଗୁଗୁଲ ଇମେଜ ସର୍ଚ୍ଚରେ ମିଳେ । ସେଥିରେ ଏକାଡେମୀ ଲେଖାହୋଇଛି । ଲୋଗୋରେ ବି ଏକାଡେମୀ ହିଁ ଲେଖାଯାଇଛି । ଯଦିଓ ଅକାଦେମୀ ବି ବ୍ୟବହାର କରାଯାଏ, କିନ୍ତୁ ମୋ ମତରେ ଏକାଡେମୀ ସପକ୍ଷରେ
* ଲୋଗୋ http://www.orissadiary.com/CurrentNews.asp?id=38606
* http://www.google.co.in/imgres?imgurl=http%3A%2F%2Foaob.nitrkl.ac.in%2F85%2Fthumbnails%2F1%2Fpreview.png&imgrefurl=http%3A%2F%2Foaob.nitrkl.ac.in%2F85%2F&h=302&w=184&tbnid=TFcs7rw2Z4K6DM%3A&zoom=1&docid=09C42CnsQpcBcM&ei=8CuhU-COHsyIuATC-4LYCg&tbm=isch&client=firefox-a&ved=0CFAQMyhIMEg4rAI&iact=rc&uact=3&dur=549&page=14&start=349&ndsp=26&biw=1366&bih=657
* http://www.google.co.in/imgres?imgurl=http%3A%2F%2Foaob.nitrkl.ac.in%2F92%2Fthumbnails%2F1%2Fpreview.png&imgrefurl=http%3A%2F%2Foaob.nitrkl.ac.in%2F92%2F&h=302&w=196&tbnid=HkVTkKt8VBKzuM%3A&zoom=1&docid=ltE5dz1YrFs_pM&ei=LCyhU_XwJdSfugSI0YH4Dg&tbm=isch&client=firefox-a&ved=0CDkQMygxMDE49AM&iact=rc&uact=3&dur=560&page=21&start=542&ndsp=29&biw=1366&bih=657
* http://www.google.co.in/imgres?imgurl=http%3A%2F%2Foaob.nitrkl.ac.in%2F57%2Fthumbnails%2F1%2Fpreview.png&imgrefurl=http%3A%2F%2Foaob.nitrkl.ac.in%2F57%2F&h=302&w=186&tbnid=45RJNE2wabmPqM%3A&zoom=1&docid=SPsBpZcE4IE_2M&ei=RSyhU8b3GMKXuATItoLYBA&tbm=isch&client=firefox-a&ved=0CD4QMyg2MDY42AQ&iact=rc&uact=3&dur=1712&page=25&start=653&ndsp=25&biw=1366&bih=657
* http://www.google.co.in/imgres?imgurl=http%3A%2F%2Foaob.nitrkl.ac.in%2F55%2Fthumbnails%2F1%2Fpreview.png&imgrefurl=http%3A%2F%2Foaob.nitrkl.ac.in%2F55%2F&h=302&w=187&tbnid=CfsdPW2H0BKoUM%3A&zoom=1&docid=CVtUJg4A11OFLM&ei=ZCyhU8HaOs6KuAT4z4KoDA&tbm=isch&client=firefox-a&ved=0CGgQMyhgMGA4vAU&iact=rc&uact=3&dur=1238&page=30&start=784&ndsp=24&biw=1366&bih=657 ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୧୪, ୧୮ ଜୁନ ୨୦୧୪ (UTC)
ମନୋଜ ଦାସ ଓ ଅନ୍ୟ କିଛି ପ୍ରତିଷ୍ଠିତ ଲେଖକ ଅଧିକାଂଶ (ସବୁ) ସମୟରେ ଅକାଦେମୀ ଲେଖିବା ଦେଖି, ଏହାକୁ ମୁଁ ବଦଳାଇବାକୁ ଭାବୁଥିଲି କିନ୍ତୁ ଅନ୍ୟ କେଉଁଠାରୁ ଅକାଦେମୀ ସପକ୍ଷରେ ଯଥେଷ୍ଟ ଆଧାର ନ ପାଇବାରୁ ବଦଳାଇନଥିଲି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୪, ୧୮ ଜୁନ ୨୦୧୪ (UTC)
ଭାଇମାନେ, ଓଡ଼ିଆ ସାହିତ୍ୟ ଏକାଡେମୀ ଠିକ । କିନ୍ତୁ ଏଠି କେନ୍ଦ୍ର ସାହିତ୍ୟ ଅକାଦେମୀ ହେବ ନା କେନ୍ଦ୍ର ସାହିତ୍ୟ ଅକାଦେମୀ ହେବ ସେକଥା କଥା ହେଉଛୁ ପରା! ମୁଁ ଉପରେ ତାଙ୍କ ୱେବସାଇଟ ଓ ବାକି ଭାଷାରେ ଥିବା ପ୍ରସଙ୍ଗର ଲିଙ୍କ ଦେଇଛି ଅଧିକ ଅବଗତି ନିମନ୍ତେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୪୪, ୧୮ ଜୁନ ୨୦୧୪ (UTC)
ଆଗେ ଆପଣରୁ ତମେ କି ତୁ କୁ ଓହ୍ଲାଅ ତା' ପରେ ଯାଇ କଥା :) କଥା ହେଉଛି "ଅକାଦେମୀ" ଶବ୍ଦଟା ଏକେବାର ଭୁଲ । ହେଲେ ହିନ୍ଦୀରେ ସେମାନେ ଅନେକ ଶବ୍ଦକୁ ଏମିତି ନିଜ ଢଙ୍ଗରେ ଗଢ଼ିଛନ୍ତି । ଡକ୍ଟର - ଡାକ୍ତର, ଟେକନିକ - ତକନୀକୀ ଆଦି । ଆମେ ଓଡ଼ିଆରେ ଯଥାରୀତି ବ୍ୟବହାର କରୁ, ବଦଳ କଲେ ବି ଏମିତି ଅନାବଶ୍ୟକ ବଦଳ କରୁନା । ସେଥିପାଇଁ ଆମ "ଓଡ଼ିଆ ସାହିତ୍ୟ ଏକାଡେମୀ" ସରକାରୀ ୱେବସାଇଟରେ ମଧ୍ୟ ସେହିଭଳି ଲେଖା ହୋଇଛି । ତେବେ କଥା ସେଠି ନାହିଁ । ଯେମିତି ଆମ ମାନକ ଖବରକାଗଜ ଆଉ ପାଠ୍ୟପୁସ୍ତକରେ "(ନରେନ୍ଦ୍ର) ମୋଦୀ" ବଦଳରେ "ମୋଦି" ଲେଖାଯାଉଛି ସେମିତି "ଓଡ଼ିଆ ସାହିତ୍ୟ ଏକାଡେମି/ଏକାଡେମୀ" ଲେଖାହେଲା ବେଳେ "କେନ୍ଦ୍ର ସାହିତ୍ୟ ଅକାଦେମୀ" ଲେଖାଯାଉଛି । ଉଇକିପିଡ଼ିଆରେ ନୂଆ ବନାନ ତିଆରି ନ କରି ପ୍ରଚଳିତ ଓ ସବୁଠାରୁ ଅଧିକ ଗୃହୀତ ବନାନ ବ୍ୟବହାର କରିବା ହେଉଛି ପ୍ରଥମ ନୀତି । ଆରମ୍ଭରେ ମୁଁ ନିଜେ ଯେ ଅନେକ ବନାନ ମାନକ ବନାନରୁ ଓହରି ଅଲଗା ଭାବେ ଲେଖିଛି ତାହା କହିବା ବାହୁଲ୍ୟ । ତେବେ ମୁଁ ଏବେ ଜଣେ ଉଇକିଆଳି ଭାବେ ଯୁକ୍ତି କରୁଛି କି ଆମେ ମୂଳ ଉଇକିପିଡ଼ିଆ ନୀତିରୁ ନ ବାହାରିବା ଟା ଠିକ । ହେଲେ ଦିଟା ଯାକ ଠିକ, ବରଞ୍ଚ ଏକାଡେମୀ (ତମର ମତ) ଅକାଦେମୀ ଠାରୁ ଠିକ । ଆଉ ଖୋଲାଖୋଲି କହିଲେ ମୁଁ ବ୍ୟକ୍ତିଗତ ଭାବେ ଏ ହିନ୍ଦୀ ବନାନର ସମ୍ପୂର୍ଣ୍ଣ ବିରୋଧରେ । କିନ୍ତୁ ସବୁ ଜାଗାରେ କେନ୍ଦ୍ର ପାଇଁ "ଅକାଦେମୀ" ଲେଖାଯାଇଛି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୯:୧୯, ୨୧ ଜୁଲାଇ ୨୦୧୪ (UTC)
ଯଦି ଆମେ ଉପୋରକ୍ତ କେତୋଟି ଲିଙ୍କକୁ ଯିବା ତାହେଲେ ସବୁ ଆଡେ ଏକାଡେମୀହି ଲେଖା ହେଇଛି । ଆଉ ତା ଛଡା ସ୍କୁଲ କଲେଜ ସବୁଆଡେ ଏକାଡମୀ ହିଁ ଲେଖା ହେଇଛି । ଏଥିରେ , ଏଇ ଲୋଗୋରେ, ପୂର୍ଣଚନ୍ଦ୍ର ଭାଷକୋଷରେ ସବୁ ଆଡେ ଏକାଡେମୀ ହିଁ ଲେଖା ହେଇଛି । ଯୁକ୍ତିତର୍କ କଲେ ବହୁତ ଦିଗ ବାହାରିବ । ଯଦି ଆମେ ସାଧାରଣ ଭାବେ ଦେଖିବା ଏବଂ ଓଡିଶାରେ ଯାହାକୁ ବି ପଚାରିବା ସେମାନେ academy କୁ ଏକାଡେମୀ ହିଁ କହିବେ । ଏହି ପୃଷ୍ଠାଟିକୁ ଘୁଞ୍ଚାଇବା ଅନାବଶ୍ୟକ ଥିଲା । ଅଣଓଡିଆ ଭଳି ଲାଗୁଛି । ତେଣୁ ଲେଖାଟିର ନାଁ ଏକାଡେମୀ କରିବାକୁ ଅନୁରୋଧ । ପରିଚାଳକ ଭାଇ ମାନେ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୪୪, ୧୧ ସେପ୍ଟେମ୍ବର ୨୦୧୫ (UTC)

ମୂଳ ଇଂରାଜୀ ACADEMY ରୁ ଯେଉଁ ଭାଷା ଯାହା ଲେଖିଲେ ଆମେ କଣ ସେଇଆ ଲେଖିବା? ଓଡ଼ିଆରେ ତ ବିଦ୍ୟାପୀଠ ସାହିତ୍ୟିକ ମାନେ କେମିତି ଇଂରାଜୀ ନାମକୁ ସିଧା ଗ୍ରହଣ କରିନେଲେ କେଜାଣି..ହିନ୍ଦୀରେ ଏମିତି ବିକୃତି ଅନେକ ସ୍ଥାନରେ ଦେଖିବାକୁ ମିଳେ । ସେ ଯାହା ହେଉ ପଛେ ଏକାଡେମୀକୁ ମୋର ସମର୍ଥନ । -- ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୫:୪୦, ୨୫ ସେପ୍ଟେମ୍ବର ୨୦୧୫ (UTC)

ପ୍ରସଙ୍ଗର ନାମକରଣ ବଦଳ ସମ୍ପାଦନା

ଏ ପ୍ରସଙ୍ଗର ନାମକରଣ ବାବଦରେ ଆମ ପୁରୁଣା ଆଲୋଚନା (ଉପରେ) ଏବେ ବି ଗୋଟିଏ ଦିଗ ଉପରେ ବିଶେଷ ଗୁରୁତ୍ତ୍ୱ ଦେଇନାହିଁ ତେଣୁ ଆଲୋଚନାଟି ଆଉଥରେ ଆରମ୍ଭ କରୁଛି । ଆଗରୁ ଏ ଆଲୋଚନାରେ ଭାଗ ନେଇଥିବା ପୁରୁଖା ଉଇକିଆଳି ଓ ବାକି ସମସ୍ତଙ୍କୁ ଅନୁରୋଧ ତଳେ ନିଜ ମତ ଦେବା ପାଇଁ ।

    • ଉଇକିପିଡ଼ିଆରେ ବହୁଳ ଭାବେ ବ୍ୟବହୃତ ନାମକୁ ଅଗ୍ରାଧିକାର ଦିଆଯାଏ । ସରକାରୀ ଭାବେ ପ୍ରଚଳିତ (ଯଥା ସରକାରୀ ନଥିପତ୍ର ଓ ପାଠ୍ୟପୁସ୍ତକ) ନାମକୁ ମଧ୍ୟ ଅଗ୍ରାଧୀକାର ଦିଆଯାଏ । ଏହି ଦୃଷ୍ଟିରୁ ଉଭୟ ସରକାରୀ ୱେବସାଇଟ (http://sahitya-akademi.gov.in) ଓ ଅନ୍ୟାନ୍ୟ ବିଶ୍ୱସନୀୟ ସ୍ଥାନରେ (ଏଠାରେ ସ୍ଥାନୀତ ଆଧାରଗୁଡ଼ିକ ଦେଖିବେ) "Akademi" ବୋଲି ଲେଖାଯାଇଛି ।
    • ଯଦିଓ [ଓଡ଼ିଶା ସାହିତ୍ୟ ଏକାଡ଼େମୀ http://www.orissaculture.gov.in/osa.asp] ତାଙ୍କ ୱେବସାଇଟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ବୋଲି ଲେଖୁଛନ୍ତି ତାହା ଏକ ସ୍ୱତନ୍ତ୍ର ଓ ଭିନ୍ନ ଅନୁଷ୍ଠାନ ।
    • proper noun ବା ନାମବାଚକ ବିଶେଷ୍ୟ କ୍ଷେତ୍ରରେ ନାମକୁ ବଦଳାଯାଏ ନାହିଁ । ଅର୍ଥାତ ଓଡ଼ିଶାରେ ସାଧାରଣତଃ "ଏକାଡ଼େମୀ" ବୋଲି ପ୍ରଚଳିତ ଥିଲେ ହେଁ "Kendra Sahitya Akademi" ଏକ ନାମ ଓ ସେ କ୍ଷେତ୍ରରେ ବଦଳାଇବା ଅନାବଶ୍ୟକ ।

ଏସବୁକୁ ଭିତ୍ତି କରି (ଆଉ ମୁଁ କିଛି ଛାଡ଼ିଯାଇଥିଲେ ତାକୁ ଯୋଡ଼ିବାକୁ ଅନୁରୋଧ) ଦୟାକରି ଏ ପୃଷ୍ଠାର ନାମ "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା‌"ରୁ"କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା‌" ଓ ସମ୍ବନ୍ଧିତ ସ୍ଥାନରେ "କେନ୍ଦ୍ର ସାହିତ୍ୟ ଏକାଡେମୀ"ରୁ "କେନ୍ଦ୍ର ସାହିତ୍ୟ ଅକାଦେମୀ" କରିବା ପାଇଁ ନିଜ ମତ ଦେବେ । --ସୁଭ (ଆଳାପ) ୧୧:୪୫, ୨୭ ଜାନୁଆରୀ ୨୦୨୦ (IST)Reply

ସହମତି ସମ୍ପାଦନା

ଭିନ୍ନ ମତ ସମ୍ପାଦନା

Return to "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା" page.