ଜୀବସାର 'କ' (English: Vitamin A: ଭିଟାମିନ ଏ) ଆକ୍ଷିରେ ଥିବା ରେଟିନା ନିମନ୍ତେ ଅତ୍ୟାବଶ୍ୟକୀୟ ପୋଷକ ଅଟେ । ଏହା ଉଭୟ କମ୍ ଆଲୋକରେ ଦେଖିବା ପାଇଁ ଓ ବର୍ଣ୍ଣ ଚିହ୍ନିବା(ରଙ୍ଗ ଚିହ୍ନିବା) ପାଇଁ ଆବଶ୍ୟକୀୟ ଅଟେ ।
ଜୀବ ଶରୀରରୁ ଜାତ ଖାଦ୍ୟରେ ଜୀବସାର 'କ' , ଇଷ୍ଟର ଅବସ୍ଥାରେ ମିଳେ ; ଯାହାକି ପରେ କ୍ଷୁଦ୍ରାନ୍ତରେ (small intestine) ରେଟିନୋଲରେ ବଦଳିଯାଏ । ରେଟିନୋଲ (Retinol) ରାସାୟନିକ ସଂରଚନା ଅନୁଯାୟୀ ଏକ ସୁରାସାର (Alcohol) ଅଟେ । ଏହି ରେଟିନୋଲ ଶରୀରରେ ସଞ୍ଚୟ ଅବସ୍ଥା ଅଟେ , ଯାହାକି ପରେ ଆ‌ଲ‌୍‌ଡିହା‌ଇ‌ଡ‌୍ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ : ରେଟିନାଲ
ସାଧାରଣତଃ ଖାଦ୍ୟ ପଦାର୍ଥରେ ଜୀବସାର 'କ' ଦୁଇ ପ୍ରକାର ଅବସ୍ଥାରେ ମିଳେ :

  • ରେଟିନୋଲ , ଭିଟାମିନ-ଏର ଏକ ଅବସ୍ଥା ଯାହାକି ପ୍ରାଣୀ ଶରୀରରୁ ଜାତ ଖାଦ୍ୟ ପଦାର୍ଥରୁ ମିଳିଥାଏ ।
  • କାରୋଟୀନଗୁଡ଼ିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
ଜୀବସାର କ
ରେଟିନୋଲର ରାସାୟନିକ ସଂରଚନା
Clinical data
Trade namesAquasola
AHFS/Drugs.commonograph
ATC code
Identifiers
  • (2E,4E,6E,8E)-3,7-Dimethyl-9-(2,6,6-trimethyl-1-cyclohexen-1-yl)-2,4,6,8-nonatetraen-1-ol (Retinol)
CAS Number
PubChem CID
DrugBank
ChemSpider
KEGG
ChEBI
ChEMBL
NIAID ChemDB
ECHA InfoCard100.031.195 Edit this at Wikidata
Chemical and physical data
FormulaC20H30O
Molar mass286.4516 g/mol
3D model (JSmol)
  • C\C(=C/CO)\C=C\C=C(/C)\C=C\C1=C(C)CCCC1(C)C
  • InChI=1S/C20H30O/c1-16(8-6-9-17(2)13-15-21)11-12-19-18(3)10-7-14-20(19,4)5/h6,8-9,11-13,21H,7,10,14-15H2,1-5H3/b9-6+,12-11+,16-8+,17-13+ checkY
  • Key:FPIPGXGPPPQFEQ-OVSJKPMPSA-N checkY
 ☒NcheckY (what is this?)  (verify)

ଇତିହାସ ସମ୍ପାଦନା

୧୯୦୬ରେ ଏହି ଜୀବସାର 'କ' ଆବିଷ୍କାର କରାଯାଇଥିଲା । ପୃଷ୍ଟିସାର , ସ୍ନେହସାରଶ୍ୱେତସାର ବ୍ୟତୀତ ଅନ୍ୟ କିଛି ଉପାଦାନ ମଧ୍ୟ ଆବଶ୍ୟକ ଥିଲା ଗୋରୁଗାଇମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ । ୧୯୧୭ରେ ଏହି ଉପାଦାନ ସବୁ ସ୍ୱାଧୀନ ଭାବେ ଆବିଷ୍କାର କରିଥିଲେ : ଏଲମର ମ୍ୟାକ କୋଲୁମ (Elmer McCollum ) ୱି‌ସ୍‌କୋ‌ନ୍‌ସି‌ନ୍-ମାଡିସନ ବିଶ୍ୱବିଦ୍ୟାଳୟରେ ଓ ଲାଫାୟେତ୍ତେ ମେଣ୍ଡେଲ (Lafayette Mendel) , ଥୋମାସ ବର ଓସବୋର୍ଣ୍ଣ (Thomas Burr Osborne) ୟେଲ ବିଶ୍ୱବିଦ୍ୟାଳୟରେ । David Adriaan van Dorp ଓ Jozef Ferdinand Arens ନାମକ ଦୁଇଜଣ ଡଚ ରସାୟନବିତ୍.ଏହାକୁ ପ୍ରଥମେ କୃତ୍ରିମ ଭାବେ ବନେଇ ଥିଲେ ।

ଦୈନିକ ଆବଶ୍ୟକତା ସମ୍ପାଦନା

ଜୀବସାର 'କ'ର ଦୈନିକ ଆବଶ୍ୟକତା[୧]
ଅଧିକ ଦେଖନ୍ତୁ: କେତେ ଆହାର ନେବା ଉଚିତ? (ଇଂରାଜୀ)

ଜୀବନର ଅବସ୍ଥା ଦୈନିକ ଆହାର
(Adequate intakes)

μg/day

ଊର୍ଦ୍ଧ୍ୱ ସୀମା

μg/day

ଶିଶୁ

୦–୬ ମାସ
୭–୧୨ ମାସ


୪୦୦*
୫୦୦*

୬୦୦
୬୦୦
ବାଳୁତ

୧–୩ ବର୍ଷ
୪–୮ ବର୍ଷ


୩୦୦
୪୦୦

୬୦୦
୯୦୦
ପୁରୁଷ

୯–୧୩ ବର୍ଷ
୧୪–୧୮ ବର୍ଷ
୧୯ – >୭୦ ବର୍ଷ


୬୦୦
୯୦୦
୯୦୦

୧୭୦୦
୨୮୦୦
୩୦୦୦
ସ୍ତ୍ରୀ

୯–୧୩ ବର୍ଷ
୧୪–୧୮ ବର୍ଷ
୧୯ – >୭୦ ବର୍ଷ


୬୦୦
୭୦୦
୭୦୦

୧୭୦୦
୨୮୦୦
୩୦୦୦
ଗର୍ଭାବସ୍ଥା

<୧୯ ବର୍ଷ
୧୯ – >୫୦ ବର୍ଷ


୭୫୦
୭୭୦

୨୮୦୦
୩୦୦୦
ସ୍ତନ୍ୟପାନ

<୧୯ ବର୍ଷ
୧୯ – >୫୦ ବର୍ଷ


୧୨୦୦
୧୩୦୦

୨୮୦୦
୩୦୦୦

ଖାଦ୍ୟ ଉତ୍ସ ସମ୍ପାଦନା

 
ଗାଜର

ସାଧାରଣତଃ ଜୀବସାର କ ଅନେକ ଗୁଡିଏ ଖାଦ୍ୟ ପଦାର୍ଥରୁ ମିଳିଥାଏ:

  • ପ୍ରାଣୀଙ୍କ ଯକୃତ (ଗୋମାଂସ, ଘୁଷୁରି ମାଂସ, କୁକୁଡା ମାଂସ, ଟର୍କୀ, ମାଛ) (୬୫୦୦ μg ୭୨୨%) ଓ କଡ଼ ମାଛର ଯକୃତରୁ ବାହାରୁଥିବା ତୈଳ ।
  • dandelion greens (୫୫୮୮ IU ୧୧୨%)[୨]
  • ଗାଜର (୮୩୫ μg ୯୩%)
  • broccoli ପତ୍ର (୮୦୦ μg ୮୯%) – USDA database Archived 2015-03-03 at the Wayback Machine. ଅନୁଯାୟୀ broccoli floretsରେ ଏହାର ପରିମାଣ ବହୁତ କମ । [୩]
  • କନ୍ଦମୂଳ (709 μg 79%)
  • ଲହୁଣୀ (684 μg 76%)
  • ବନ୍ଧାକୋବି (681 μg 76%)
  • ଖଡା ଶାଗ (୪୬୯ μg ୫୨%)
  • କଖାରୁ (୪୦୦ μg ୪୧%)
  • collard greens (333 μg 37%)
  • Cheddar cheese (265 μg 29%)
  • ତରଭୁଜ (169 μg 19%)
  • ଅଣ୍ଡା (୧୪୦ μg ୧୬%)
  • apricot (୯୬ μg ୧୧%)
  • ଅମୃତ ଭଣ୍ଡା (୫୫ μg ୬%)
  • ଆମ୍ବ (୩୮ μg ୪%)
  • ମଟର ଚଣା (୩୮ μg ୪%)
  • broccoli (୩୧ μg ୩%)
  • କ୍ଷୀର (୨୮ μg ୩%)

ବି.ଦ୍ର : ଏହି ତଥ୍ୟ ସବୁ USDA databaseରୁ Archived 2015-03-03 at the Wayback Machine. ନିଆଯାଇଛି ଏବଂ ବନ୍ଧନୀ ମଧ୍ୟରେ ଥିବା ତଥ୍ୟ ହେଉଛି, ୧୦୦ ଗ୍ରାମ ଖାଦ୍ୟ ପ୍ରତି retinol activity equivalences (RAEs)ଓ ବୟସ୍କ ପୁରୁଷ ପାଇଁ ଦୈନିକ ଆହାର ଆବଶ୍ୟକତାର ପ୍ରତିଶତ ମୂଲ୍ୟ ।

ପାଚନ ପ୍ରକ୍ରିୟା ସମ୍ପାଦନା

ଅଭାବ ଜନିତ ରୋଗ ସମ୍ପାଦନା

ଆଧିକ୍ୟ ଜନିତ ରୋଗ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "ଦୈନିକ ଖାଦ୍ୟ ଆବଶ୍ୟକତା: ଭିଟାମିନ". Archived from the original on 2011-10-02. Retrieved 2012-10-08.
  2. Dandelion greens, raw. NutritionData.Self.com.
  3. The RAE value in the USDA data for broccoli leaves is similar to the IU value for broccoli florets, which implies that the leaves have about 20 times as much beta-carotene.

ଅଧିକ ପଢନ୍ତୁ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା