ଆନନ୍ଦଚନ୍ଦ୍ର ପହି
ଆନନ୍ଦଚନ୍ଦ୍ର ପହି (ଜନ୍ମ: ୧୧ ଅପ୍ରେଲ ୧୯୪୬) ଜଣେ ଓଡ଼ିଆ ଗାଳ୍ପିକ, ଲେଖକ ଓ ନାଟ୍ୟକାର । ୧୯୯୮ ମସିହାରେ ତାଙ୍କୁ ତାଙ୍କ ରଚିତ ନାଟ୍ୟ ପୁସ୍ତକ ପ୍ରତୀକ୍ଷାରେ ପରୀକ୍ଷିତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଆନନ୍ଦଚନ୍ଦ୍ର ପହି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଆନନ୍ଦଚନ୍ଦ୍ର ପହି ୧୧ ଅପ୍ରେଲ ୧୯୪୬ ନିହଲପ୍ରସାଦ, ଢେଙ୍କାନାଳ |
ବୃତ୍ତି | ଗାଳ୍ପିକ, ଲେଖକ, ନାଟ୍ୟକାର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ପ୍ରତୀକ୍ଷାରେ ପରୀକ୍ଷିତ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଆନନ୍ଦଚନ୍ଦ୍ର ପହି ୧୯୪୬ ମସିହାର ଅପ୍ରେଲ ୧୧ ତାରିଖରେ ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାଟ୍ରିକ୍ ପାସ୍ କରିବା ପରେ ତାଙ୍କ ଗାଁରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହିଁ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ଅଧିକ ପାଠ ପଢ଼ିବାର ଇଚ୍ଛା ଯୋଗୁଁ ସେ ଘରୋଇ ଭାବରେ ସ୍ନାତକ ସମାପ୍ତ କରିଥିଲେ । ଏହାପରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ପରୀକ୍ଷା ଦେଇ ୧୯୭୦ ମସିହାରେ ଓଡ଼ିଶା ସଚିବାଳୟରେ କନିଷ୍ଠ ସହାୟକ ଭାବରେ ଯୋଗ ଦେଇଥିଲେ ଏବଂ ୨୦୦୪ ମସିହାରେ ଚାକିରୀରୁ ଅବସର ନେଇଥିଲେ ।[୧]
ରଚନାବଳୀ
ସମ୍ପାଦନାଗାଁରେ ଥିବାବେଳେ ସେ ମଞ୍ଚ ନାଟକ ଓ ବେତାର ନାଟକ ପ୍ରତି ଆକୃଷ୍ଟ ଥିଲେ ଏବଂ ଶିକ୍ଷକତା କରିବା ସମୟରେ କିଛି ନାଟକ ଲେଖି ସରସ୍ୱତୀ ପୂଜା ସମୟରେ ପିଲାମାନଙ୍କଦ୍ୱାରା ମଞ୍ଚସ୍ଥ କରାଉଥିଲେ । ୧୯୭୮ ମସିହାରେ ସେ ରମେଶ ଚନ୍ଦ୍ର ଧଳଙ୍କ ତ୍ରୟମାସିକ ସାହିତ୍ୟ ପତ୍ରିକା ଜନପଥର ପରିଚାଳନା ସମ୍ପାଦନା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।
ତାଙ୍କ ରଚିତ କିଛି କ୍ଷୁଦ୍ରଗଳ୍ପ ଗଳ୍ପଝର, ଜନପଥ, ଆସନ୍ତାକାଲି, ନବରବି, ଝଙ୍କାର ଆଦି ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କର କିଛି ନାଟକ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେବା ସହିତ କିଛି ନାଟକ ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା ।
ରଚନାବଳୀ
ସମ୍ପାଦନାନାଟକ/ଏକାଙ୍କିକା
- ପ୍ରତୀକ୍ଷାରେ ପରୀକ୍ଷିତ ୧୯୯୭
- ଦୁଇ ଦିଗନ୍ତ ୧୯୮୧ (ଏକାଙ୍କିକା)
- ରେଖାଚିତ୍ର ୧୯୯୩
- ହଜିଯାଇଥିବା ମଣିଷ ୧୯୯୬
- ଆକାଶର ରଙ୍ଗ ୧୯୯୮
- ଡର ୧୯୯୯
- ଖାଲି ହାତର ଛବି ୨୦୦୦
- ଭାଙ୍ଗି ପଡ଼ୁଥିବା ଭୂମି ୨୦୦୦
- ସମ୍ପର୍କର ତିନିଗାର ୨୦୦୪
- ଅନ୍ତର୍ଦାହ ୨୦୦୬
- ଛିନ୍ନ ପତ୍ର ୧୯୮୧ (ମୂଳ ରଚନା: ରମେଶ ଚନ୍ଦ୍ର ଧଳ)
- ଅନ୍ୟ ଏକ ସିଦ୍ଧାର୍ଥ ୨୦୦୩
- ଖାଉଟି ସୁରକ୍ଷା ନାଟକ ୧୯୯୯
- ଆଖି ଫିଟିଲା ୧୯୮୬
- ଫୁଲ୍ ଟେନ୍ସନ୍ ଓ ଅନ୍ୟାନ୍ୟ ନାଟକ ୨୦୧୧
- ଆନନ୍ଦ ପହିଙ୍କ ଶ୍ରେଷ୍ଠ ନାଟକ ୨୦୧୭
ଗଳ୍ପ
- ଧୂଳିଝଡ଼ ୧୯୮୦, ୧୯୮୨
- ଅନେକ ମୁହଁ ୧୯୮୨
- ଷ୍ଟାଚ୍ୟୁ ୧୯୮୫
- ମୁହଁ ସଞ୍ଜ ଓ ଅନ୍ୟାନ୍ୟ ଗଳ୍ପ ୧୯୮୭
- ଅନ୍ୟ ଅରଣ୍ୟ ୧୯୯୨, ୧୯୯୭
- ଚରିତ୍ରର ଚିତ୍କାର ୧୯୯୬
- ମୁଦ୍ରିତା ଲୋପାମୁଦ୍ରା ୨୦୦୧
- ଏବଂ ଈଶ୍ୱରଙ୍କୁ ଇ-ମେଲ୍ ୨୦୦୭
- ଗଳ୍ପ ଆଜିର ୨୦୧୮
ଶିଶୁ ସାହିତ୍ୟ
- ମାଙ୍କଡ଼ର ଧରମ ପୁଅ
- ପଶୁ ରାଇଜର କଥା
- ଶିଶୁ ରାଇଜ କଥା
- ପିଲାଙ୍କ ଗପଝୁଡ଼ି ୧୯୮୯
- ଶିଶୁ କଥା କବିତା ୧୯୮୨
- ଅକଲ ମକଲ ଟକଲ ଟିଆଁ ୧୯୫୯
- ତମ ପାଇଁ ଚମ୍ ଚମ୍
- ବୁଢ଼ୀ ଅସୁରୁଣୀ ଓ ଛେଳି ପିଲା
- ଗରିବଙ୍କ ପାଇଁ ଆଇନ ସାହାଯ୍ୟ ୧୯୮୭
- ମହାପାତ୍ରେ ବୁଦ୍ଧି ଶିଖିଲେ ୨ୟ ସଂ ୧୯୮୮
- ମେଙ୍କୀ ଡାହାଣୀ ୧୯୮୭
- ଆମେ ଭାଇ ଭାଇ ୧୯୮୭
- ତୁମ ଦିନକାଳ ଆସୁଛି ୧୯୮୮
- ଶିଶୁବଳି ୧୯୮୮
ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮[୨] 'ପ୍ରତୀକ୍ଷାରେ ପରୀକ୍ଷିତ' ନାଟକ ପାଇଁ
- ସର୍ବଭାରତୀୟ ବେତାର ନାଟକ ପୁରସ୍କାର
- ୨୦୦୨ରେ 'ଅନ୍ୟ ଏକ ସିଦ୍ଧାର୍ଥ' ନାଟକ ପାଇଁ ପ୍ରଜାତନ୍ତ୍ର ବିଷୁବ ମିଳନରେ ''ଜଷ୍ଟିସ୍ ହରିହର ମହାପାତ୍ର ସ୍ମୃତି'' ପୁରସ୍କାର
ଆଧାର
ସମ୍ପାଦନା- ↑ ସୌରୀବନ୍ଧୁ କର (3 March 2019). "ମୋ ଜୀବନ ଏକ ନାଟକ". ପ୍ରମେୟ. Archived from the original on 3 March 2019. Retrieved 26 January 2023.
- ↑ "୧୯୯୫, ୧୯୯୬ ଓ ୧୯୯୭ ମସିହାରେ ପ୍ରକାଶିତ ୧୯୯୮ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 22 September 2022. Retrieved 26 January 2023.