ଆନନ୍ଦଚନ୍ଦ୍ର ପହି

ଓଡ଼ିଆ ନାଟ୍ୟକାର

ଆନନ୍ଦଚନ୍ଦ୍ର ପହି (ଜନ୍ମ: ୧୧ ଅପ୍ରେଲ ୧୯୪୬) ଜଣେ ଓଡ଼ିଆ ଗାଳ୍ପିକ, ଲେଖକ ଓ ନାଟ୍ୟକାର । ୧୯୯୮ ମସିହାରେ ତାଙ୍କୁ ତାଙ୍କ ରଚିତ ନାଟ୍ୟ ପୁସ୍ତକ ପ୍ରତୀକ୍ଷାରେ ପରୀକ୍ଷିତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଆନନ୍ଦଚନ୍ଦ୍ର ପହି
ଜନ୍ମ ଓ ଜନ୍ମସ୍ଥାନଆନନ୍ଦଚନ୍ଦ୍ର ପହି
(1946-04-11) ୧୧ ଅପ୍ରେଲ ୧୯୪୬ (ବୟସ ୭୮)
ନିହଲପ୍ରସାଦ, ଢେଙ୍କାନାଳ
ବୃତ୍ତିଗାଳ୍ପିକ, ଲେଖକ, ନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପ୍ରତୀକ୍ଷାରେ ପରୀକ୍ଷିତ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ଆନନ୍ଦଚନ୍ଦ୍ର ପହି ୧୯୪୬ ମସିହାର ଅପ୍ରେଲ ୧୧ ତାରିଖରେ ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାଟ୍ରିକ୍ ପାସ୍ କରିବା ପରେ ତାଙ୍କ ଗାଁରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହିଁ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ଅଧିକ ପାଠ ପଢ଼ିବାର ଇଚ୍ଛା ଯୋଗୁଁ ସେ ଘରୋଇ ଭାବରେ ସ୍ନାତକ ସମାପ୍ତ କରିଥିଲେ । ଏହାପରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ପରୀକ୍ଷା ଦେଇ ୧୯୭୦ ମସିହାରେ ଓଡ଼ିଶା ସଚିବାଳୟରେ କନିଷ୍ଠ ସହାୟକ ଭାବରେ ଯୋଗ ଦେଇଥିଲେ ଏବଂ ୨୦୦୪ ମସିହାରେ ଚାକିରୀରୁ ଅବସର ନେଇଥିଲେ ।[]

ରଚନାବଳୀ

ସମ୍ପାଦନା

ଗାଁରେ ଥିବାବେଳେ ସେ ମଞ୍ଚ ନାଟକ ଓ ବେତାର ନାଟକ ପ୍ରତି ଆକୃଷ୍ଟ ଥିଲେ ଏବଂ ଶିକ୍ଷକତା କରିବା ସମୟରେ କିଛି ନାଟକ ଲେଖି ସରସ୍ୱତୀ ପୂଜା ସମୟରେ ପିଲାମାନଙ୍କଦ୍ୱାରା ମଞ୍ଚସ୍ଥ କରାଉଥିଲେ । ୧୯୭୮ ମସିହାରେ ସେ ରମେଶ ଚନ୍ଦ୍ର ଧଳଙ୍କ ତ୍ରୟମାସିକ ସାହିତ୍ୟ ପତ୍ରିକା ଜନପଥର ପରିଚାଳନା ସମ୍ପାଦନା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।

ତାଙ୍କ ରଚିତ କିଛି କ୍ଷୁଦ୍ରଗଳ୍ପ ଗଳ୍ପଝର, ଜନପଥ, ଆସନ୍ତାକାଲି, ନବରବି, ଝଙ୍କାର ଆଦି ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କର କିଛି ନାଟକ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେବା ସହିତ କିଛି ନାଟକ ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା ।

ରଚନାବଳୀ

ସମ୍ପାଦନା

ନାଟକ/ଏକାଙ୍କିକା

  • ପ୍ରତୀକ୍ଷାରେ ପରୀକ୍ଷିତ ୧୯୯୭
  • ଦୁଇ ଦିଗନ୍ତ ୧୯୮୧ (ଏକାଙ୍କିକା)
  • ରେଖାଚିତ୍ର ୧୯୯୩
  • ହଜିଯାଇଥିବା ମଣିଷ ୧୯୯୬
  • ଆକାଶର ରଙ୍ଗ ୧୯୯୮
  • ଡର ୧୯୯୯
  • ଖାଲି ହାତର ଛବି ୨୦୦୦
  • ଭାଙ୍ଗି ପଡ଼ୁଥିବା ଭୂମି ୨୦୦୦
  • ସମ୍ପର୍କର ତିନିଗାର ୨୦୦୪
  • ଅନ୍ତର୍ଦାହ ୨୦୦୬
  • ଛିନ୍ନ ପତ୍ର ୧୯୮୧ (ମୂଳ ରଚନା: ରମେଶ ଚନ୍ଦ୍ର ଧଳ)
  • ଅନ୍ୟ ଏକ ସିଦ୍ଧାର୍ଥ ୨୦୦୩
  • ଖାଉଟି ସୁରକ୍ଷା ନାଟକ ୧୯୯୯
  • ଆଖି ଫିଟିଲା ୧୯୮୬
  • ଫୁଲ୍ ଟେନ୍‌ସନ୍ ଓ ଅନ୍ୟାନ୍ୟ ନାଟକ ୨୦୧୧
  • ଆନନ୍ଦ ପହିଙ୍କ ଶ୍ରେଷ୍ଠ ନାଟକ ୨୦୧୭

ଗଳ୍ପ

  • ଧୂଳିଝଡ଼ ୧୯୮୦, ୧୯୮୨
  • ଅନେକ ମୁହଁ ୧୯୮୨
  • ଷ୍ଟାଚ୍ୟୁ ୧୯୮୫
  • ମୁହଁ ସଞ୍ଜ ଓ ଅନ୍ୟାନ୍ୟ ଗଳ୍ପ ୧୯୮୭
  • ଅନ୍ୟ ଅରଣ୍ୟ ୧୯୯୨, ୧୯୯୭
  • ଚରିତ୍ରର ଚିତ୍କାର ୧୯୯୬
  • ମୁଦ୍ରିତା ଲୋପାମୁଦ୍ରା ୨୦୦୧
  • ଏବଂ ଈଶ୍ୱରଙ୍କୁ ଇ-ମେଲ୍ ୨୦୦୭
  • ଗଳ୍ପ ଆଜିର ୨୦୧୮

ଶିଶୁ ସାହିତ୍ୟ

  • ମାଙ୍କଡ଼ର ଧରମ ପୁଅ
  • ପଶୁ ରାଇଜର କଥା
  • ଶିଶୁ ରାଇଜ କଥା
  • ପିଲାଙ୍କ ଗପଝୁଡ଼ି ୧୯୮୯
  • ଶିଶୁ କଥା କବିତା ୧୯୮୨
  • ଅକଲ ମକଲ ଟକଲ ଟିଆଁ ୧୯୫୯
  • ତମ ପାଇଁ ଚମ୍ ଚମ୍
  • ବୁଢ଼ୀ ଅସୁରୁଣୀ ଓ ଛେଳି ପିଲା
  • ଗରିବଙ୍କ ପାଇଁ ଆଇନ ସାହାଯ୍ୟ ୧୯୮୭
  • ମହାପାତ୍ରେ ବୁଦ୍ଧି ଶିଖିଲେ ୨ୟ ସଂ ୧୯୮୮
  • ମେଙ୍କୀ ଡାହାଣୀ ୧୯୮୭
  • ଆମେ ଭାଇ ଭାଇ ୧୯୮୭
  • ତୁମ ଦିନକାଳ ଆସୁଛି ୧୯୮୮
  • ଶିଶୁବଳି ୧୯୮୮

ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮[] 'ପ୍ରତୀକ୍ଷାରେ ପରୀକ୍ଷିତ' ନାଟକ ପାଇଁ
  • ସର୍ବଭାରତୀୟ ବେତାର ନାଟକ ପୁରସ୍କାର
  • ୨୦୦୨ରେ 'ଅନ୍ୟ ଏକ ସିଦ୍ଧାର୍ଥ' ନାଟକ ପାଇଁ ପ୍ରଜାତନ୍ତ୍ର ବିଷୁବ ମିଳନରେ ''ଜଷ୍ଟିସ୍ ହରିହର ମହାପାତ୍ର ସ୍ମୃତି'' ପୁରସ୍କାର
  1. ସୌରୀବନ୍ଧୁ କର (3 March 2019). "ମୋ ଜୀବନ ଏକ ନାଟକ". ପ୍ରମେୟ. Archived from the original on 3 March 2019. Retrieved 26 January 2023.
  2. "୧୯୯୫, ୧୯୯୬ ଓ ୧୯୯୭ ମସିହାରେ ପ୍ରକାଶିତ ୧୯୯୮ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 22 September 2022. Retrieved 26 January 2023.