ଆଦିତ୍ୟ ମାଢ଼ୀ

ଓଡ଼ିଆ ରାଜନୀତିଜ୍ଞ

ଆଦିତ୍ୟ ମାଢ଼ୀ (୨୨ ଜୁଲାଇ ୧୯୭୪ – ୩ ଜୁଲାଇ ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଦିତ୍ୟ ମାଢ଼ୀ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀମାନସ ମାଡକାମୀ
ପର ଅଧିକାରୀନରସିଂହ ମାଡ଼କାମି
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1974-07-22)୨୨ ଜୁଲାଇ ୧୯୭୪
ମୃତ୍ୟୁ୩ ଜୁଲାଇ ୨୦୨୪(2024-07-03) (ବୟସ ୪୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀନନ୍ଦିନୀ ମାଢ଼ୀ
ସନ୍ତାନ
ବାପା/ବୋଉପଦ୍ମ ଚରଣ ମାଢ଼ୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ଆଦିତ୍ୟ ମାଢ଼ୀ ୧୯୭୪ ମସିହାର ଜୁଲାଇ ୨୨ ତାରିଖରେ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ବାପାନପାଲ୍ଲୀ ନିକଟ ରୋଦାନପାଲି ଗାଆଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଦ୍ମ ଚରଣ ମାଢ଼ୀ ଓ ପତ୍ନୀଙ୍କ ନାମ ନନ୍ଦିନୀ ମାଢ଼ୀ ।[୧] ବିଧାୟକ ହେବା ପୂର୍ବରୁ ସେ ଚାଷ କାମ ସହ ସରକାରୀ ବିଦ୍ୟାଳୟ‌ରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।[୨]

ରାଜନୈତିକ ଜୀବନ

ସମ୍ପାଦନା

ଆଦିତ୍ୟ ମାଢ଼ୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]

୨୦୦୯ ମସିହାରେ ଯେତେବେଳେ ବିଜେଡି ସହ ବିଜେପିର ମେଣ୍ଟ ଭାଙ୍ଗିଥିଲା, ସେତେବେଳେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ କିଏ ବିଜେପିରୁ ବିଧାୟକ ଭାବରେ ନିର୍ବାଚନ ଲଢ଼ିବେ, ସେନେଇ ଚର୍ଚ୍ଚା ଧରିଥିଲା । ସେହି ସମୟରେ ଯେତେବେଳେ କେହି ଆଗକୁ ଆସିନଥିଲେ, ଆଦିତ୍ୟ ମାଢ଼ୀ ଚାକିରି ଛାଡ଼ି ବିଧାୟକ ଭାବରେ ପାଇଁ ଲଢ଼ିଥିଲେ, ମାତ୍ର ପରାସ୍ତ ହୋଇଥିଲେ ।[୨]

୨୦୧୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ପୁଣି ଥରେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ପରାସ୍ତ ହୋଇଥିଲେ । ୨୦୧୯ ମସିହାର ନିର୍ବାଚନରେ, ସେ ମାଲକାନାଗିରିରୁ ଓଡ଼ିଶା ବିଧାନ ସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ।[୨]

ମୃତ୍ୟୁ

ସମ୍ପାଦନା

୨୦୨୪ ମସିହାର ଜୁଲାଇ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲା ଏବଂ ୨୦୨୦ ମସିହାରେ ପ୍ରଥମ କରୋନା ପୀଡ଼ିତ ହୋଇ ସୁସ୍ଥ ହୋଇଥିଲେ । ମାତ୍ର ଦ୍ୱିତୀୟ ଥର କରୋନା ହେବା ପରେ ତାଙ୍କର ଦୁଇଟି କିଡ୍‌ନୀ ଖରାପ ହୋଇଯାଇଥିଲା । ଏହାପରେ ଅସ୍ତ୍ରୋପଚାର କରାଯାଇ ଗୋଟିଏ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଥିଲା । କିନ୍ତୁ ପୂର୍ବ ଭଳି ସେ ଆଉ ସୁସ୍ଥ ହୋଇପାରିନଥିଲେ ଏବଂ ଦୀର୍ଘ ଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା ।[୨]

  1. ୧.୦ ୧.୧ "Shri Aditya Madhi". odishaassembly.nic.in. Odisha Assembly. Retrieved 15 April 2022.
  2. ୨.୦ ୨.୧ ୨.୨ ୨.୩ "ଆଉ ନାହାନ୍ତି ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି, ୫୧ ବର୍ଷ ବୟସରେ ପରଲୋକ". ସମ୍ବାଦ. 3 July 2024. Archived from the original on 6 July 2024. Retrieved 6 July 2024.

ବାହାର ଆଧାର

ସମ୍ପାଦନା
  •   ଉଇକିମିଡ଼ିଆ କମନ୍ସରେ Aditya Madhi-ସମ୍ପର୍କିତ ମିଡ଼ିଆ