ଆଟେନୋଲୋଲ/କ୍ଲୋରଥାଲିଡୋନ

ଉଚ୍ଚ ରକ୍ତଚାପ ରୋଗରେ ଦିଆଯାଏ ।

ଆଟେନୋଲୋଲ/କ୍ଲୋରଥାଲିଡୋନ, ଯାହା କୋ-ଟେନିଡୋନ୍ ଭାବରେ ମଧ୍ୟ ଜଣାଶୁଣା, ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରିତ ଔଷଧ । [୨] [୩] ଏହା ଆଟେନୋଲଲ୍, ଏକ ବିଟା-ବ୍ଲକର୍ ଏବଂ କ୍ଲୋରଥାଲିଡୋନ, ଏକ ଡାଇୟୁରେଟକଦ୍ୱାରା ଗଠିତ । [୪] ଏହା ପ୍ରାରମ୍ଭିକ ଚିକିତ୍ସା ଭାବରେ ସୁପାରିଶ କରାଯାଏ ନାହିଁ କିନ୍ତୁ ଯେଉଁମାନେ ଆଟେନୋଲଲ୍ ଏବଂ କ୍ଲୋରଥାଲିଡୋନ ଗ୍ରହଣ କରୁଛନ୍ତି ସେମାନଙ୍କୁ ଏହା ଦିଆଯାଇପାରେ । [୫] ଏହା ପାଟିରେ ଦିନିଆଯାଏ । [୬]

ଆଟେନୋଲୋଲ/କ୍ଲୋରଥାଲିଡୋନ
Combination of
AtenololBeta blocker
ChlortalidoneDiuretic
Clinical data
Trade namesTenoretic, Tenoret, others
AHFS/Drugs.comFDA Professional Drug Information
data
Routes of
administration
By mouth
Legal status
Legal status

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାକ-ଅନ୍ତନଳୀ ସମସ୍ୟା, ଏବଂ ଗାଉଟ୍ ହୋଇପାରେ । [୩] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ପାନକ୍ର୍ରିୟାଇଟିସ୍ ଏବଂ ସାଇକୋସିସ୍ ହୋଇପାରେ। [୭] ଗର୍ଭାବସ୍ଥାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ । [୭] ସ୍ତନ୍ୟପାନ ସମୟରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ହୃତ୍‌ପିଣ୍ଡରେ β1- ଆଡ୍ରେନର୍ଜିକ ରିସେପ୍ଟର ଅବରୋଧ କରି ଆଟେନୋଲୋଲ୍ କାମ କରେ, ଯାହାଦ୍ୱାରା ହୃଦୟର ଗତି ଏବଂ କାର୍ଯ୍ୟ ଭାର କମିଯାଏ । [୭] ବୃକ୍‌କରେ ନଷ୍ଟ ହୋଇଥିବା ସୋଡିୟମର ପରିମାଣ ବୃଦ୍ଧି କରି କ୍ଲୋର୍ଥାଲିଡୋନ୍ କାମ କରେ । [୬]

୧୯୮୪ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା । [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ରେ ୨ £ରୁ କମ ଖର୍ଚ୍ଚ ଥାଏ । [୩] [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ $ ୧୨.୩୦ । [୮] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୯୫ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା । [୯] [୧୦]

ଆଧାର ସମ୍ପାଦନା

  1. "Tenoret 50 mg/12.5 mg film coated tablets - Summary of Product Characteristics (SmPC)". (emc). 29 November 2019. Archived from the original on 22 September 2020. Retrieved 4 May 2020.
  2. ୨.୦ ୨.୧ "DailyMed - atenolol and chlorthalidone tablet". dailymed.nlm.nih.gov. Archived from the original on 18 September 2015. Retrieved 18 April 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 153. ISBN 9780857113382.
  4. ୪.୦ ୪.୧ "Atenolol and Chlorthalidone Tablets - FDA prescribing information, side effects and uses". Drugs.com (in ଇଂରାଜୀ). Archived from the original on 18 April 2019. Retrieved 18 April 2019.
  5. "Atenolol Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 18 April 2019. Retrieved 18 April 2019.
  6. ୬.୦ ୬.୧ "DailyMed - atenolol and chlorthalidone tablet". dailymed.nlm.nih.gov. Archived from the original on 18 September 2015. Retrieved 18 April 2019.
  7. ୭.୦ ୭.୧ ୭.୨ ୭.୩ British national formulary : BNF 76 (76 ed.). Pharmaceutical Press. 2018. p. 153. ISBN 9780857113382.
  8. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 6 March 2019. Retrieved 3 March 2019.
  9. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  10. "Atenolol; Chlorthalidone - Drug Usage Statistics". ClinCalc. Archived from the original on 11 April 2020. Retrieved 11 April 2020.