ସାଇକୋସିସ

ବାସ୍ତବିକତାକୁ ମନ ଜାଣିପାରେନାହିଁ

ସାଇକୋସିସ (ଇଂରାଜୀ ଭାଷାରେ Psychosis) ଏକ ମାନସିକ ରୋଗ ଯେଉଁଥିରେ ମନ (mind) ବାସ୍ତବିକତାକୁ ଜାଣିପାରେନି ।[୪] ଏହି ରୋଗରେ ମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୪] ଅସଙ୍ଗତ ବାର୍ତ୍ତାଳାପ incoherent speech ଓ ବ୍ୟବ‌ହାର ଦେଖାଯାଏ ।[୪] ଏହା ସ‌ହିତ ନିଦ୍ରା ଅଭାବ (sleep deprivation), ସାମାଜିକ ଦୂରତା ରଖିବା, social withdrawal, ପ୍ରେରଣା ଅଭାବ ଓ ଦୈନ‌ନ୍ଦିନ କାର୍ଯ୍ୟ କରିବା ଅକ୍ଷମତା ଦେଖାଯାଇପାରେ ।[୪]

ସାଇକୋସିସ (Psychosis)
ସାଇକୋଟିକ ବ୍ରେକ (Psychotic break)
(Van Gogh's) (The Starry Night), ୧୮୮୯, ସାଇକୋସିସ ରୋଗରେ ଆଲୋକ ଓ ରଙ୍ଗର ପରିବର୍ତ୍ତନ ଦେଖାଯାଏ । [୧][୨][୩]
ବିଭାଗମାନସିକ ରୋଗ ବିଜ୍ଞାନ (Psychiatry), ମନୋବିଜ୍ଞାନ (psychology)
ଲକ୍ଷଣମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear), ଅସଙ୍ଗତ ବାର୍ତ୍ତାଳାପ [୪]
କାରଣମାନସିକ ବେମାରୀ (Mental illness) (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcoholcannabis)[୪]
ଚିକିତ୍ସାଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support)[୫]
Prognosisକାରଣ ଉପରେ ନିର୍ଭର କରେ । [୫]
ପୁନଃପୌନିକ୩% ଲୋକ (US)[୪]

ସାଇକୋସିସ ରୋଗର ଅନେକ କାରଣ ଥାଇପାରେ ।[୪] ଏହି କାରଣ ଗୁଡ଼ିକ ମାନସିକ ବେମାରୀ (Mental illness), (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcoholcannabis) ଇତ୍ୟାଦି ହୋଇପାରେ ।[୪] ପ୍ରସବ ପରେ ଏକ ପ୍ରକାର ପୋଷ୍ଟପାର୍ଟମ ସାଇକୋସିସ (postpartum psychosis) ମଧ୍ୟ ହୋଇପାରେ ।[୬] ନିଉରୋଟ୍ରାନ୍ସମିଟର (neurotransmitter) ଡୋପାମିନର dopamine ଭୂମିକା ମଧ୍ୟ ଥାଇପାରେ । [୭] ଆକ୍ୟୁଟ ସାଇକୋସିସ ରୋଗ ମାନସିକ ରୋଗ ପରେ ହେଲେ ତାହାକୁ ପ୍ରାଇମେରୀ ଓ ଶାରୀରିକ ରୋଗ ପରେ ହେଲେ ସେକେଣ୍ଡାରୀ କୁହାଯାଏ ।[୮] ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଉପସ୍ଥିତି ଦୂର କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୯] କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (central nervous system ରୋଗ, ବିଭିନ୍ନ ଟକ୍ସିନ (ଉଦ୍ଭିଦ ବା ପ୍ରାଣୀଜ ବିଷ) ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।[୧୦]

ଚିକିତ୍ସା ନିମନ୍ତେ ଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support) ଆବଶ୍ୟକ ହୋଇପାରେ ।[୪][୫] ଆରମ୍ଭରୁ ଚିକିତ୍ସା କଲେ ଫଳାଫଲ ଉନ୍ନତ ହୁଏ ।[୪] ଔଷଧ ଯୋଗୁ ମଧ୍ୟମ ଧରଣର ପ୍ରଭାବ ପଡ଼େ ।[୧୧][୧୨] Outcomes depend on the underlying cause.[୫] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୩% ଲୋକ ଏହି ରୋଗର ଶିକାର ହୁଅନ୍ତି ।[୪] ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀରେ (4th century BC) ହିପୋକ୍ରେଟସ ଏହି ରୋଗର ଅବତାରଣା କରିଥିଲେ ମଧ୍ୟ ଖ୍ରୀ:ପୂ: ୧୫୦୦ ଶତାବ୍ଦୀରେ ଇଜିପ୍ଟର ଏବର୍ସ ପାପିରସ (Egyptian Ebers Papyrus) ପୃଷ୍ଠାରେ ଏହି ବିଷୟରେ ଲେଖା ଥିବା ଜଣାଯାଏ ।[୧୩][୧୪]

ଆଧାର ସମ୍ପାଦନା

  1. Kelly, Evelyn B. (2001). Coping with schizophrenia (1st ed.). New York: Rosen Pub. p. 25. ISBN 978-0-8239-2853-8.
  2. Maio, Dr Vincent Di; Franscell, Ron (2016). Morgue: A Life in Death. St. Martin's Press. p. 236. ISBN 978-1-4668-7506-7. {{cite book}}: Unknown parameter |name-list-format= ignored (|name-list-style= suggested) (help)
  3. Bogousslavsky, Julien; Boller, François (2005). Neurological Disorders in Famous Artists (in ଇଂରାଜୀ). Karger Medical and Scientific Publishers. p. 125. ISBN 978-3-8055-7914-8. {{cite book}}: Unknown parameter |name-list-format= ignored (|name-list-style= suggested) (help)
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ "RAISE Questions and Answers". NIMH (in ଇଂରାଜୀ). Retrieved 23 January 2018.
  5. ୫.୦ ୫.୧ ୫.୨ ୫.୩ "Psychosis". NHS. 23 December 2016. Retrieved 24 January 2018.
  6. "Psychosis Symptoms". NHS. Retrieved 24 January 2018.
  7. "Psychosis Causes". NHS. Retrieved 24 January 2018.
  8. Griswold KS, Del Regno PA, Berger RC (June 2015). "Recognition and Differential Diagnosis of Psychosis in Primary Care". American Family Physician. 91 (12): 856–63. PMID 26131945.
  9. Cardinal, Rudolf N.; Bullmore, Edward T. (2011). The Diagnosis of Psychosis (in ଇଂରାଜୀ). Cambridge University Press. p. 279. ISBN 978-1-139-49790-9. {{cite book}}: Unknown parameter |name-list-format= ignored (|name-list-style= suggested) (help)
  10. Foster, Norman L. (2011). The American Psychiatric Publishing Textbook of Geriatric Neuropsychiatry (in ଇଂରାଜୀ). American Psychiatric Pub. p. 523. ISBN 978-1-58562-952-7.
  11. Leucht S, Arbter D, Engel RR, Kissling W, Davis JM (April 2009). "How effective are second-generation antipsychotic drugs? A meta-analysis of placebo-controlled trials" (PDF). Molecular Psychiatry. 14 (4): 429–47. doi:10.1038/sj.mp.4002136. PMID 18180760.
  12. Rattehalli RD, Jayaram MB, Smith M (May 2010). "Risperidone versus placebo for schizophrenia". Schizophrenia Bulletin. 36 (3): 448–9. doi:10.1093/schbul/sbq030. PMC 2879694. PMID 20368309.
  13. Gibbs, Ronald S. (2008). Danforth's Obstetrics and Gynecology. Lippincott Williams & Wilkins. p. 508. ISBN 978-0-7817-6937-2.
  14. Giddens, Jean Foret (2015). Concepts for Nursing Practice - E-Book. Elsevier Health Sciences. p. 348. ISBN 978-0-323-38946-4.

ଅଧିକ ପଢ଼ନ୍ତୁ ସମ୍ପାଦନା

  • Sims A (2002). Symptoms in the mind: An introduction to descriptive psychopathology (3rd ed.). Edinburgh: Elsevier Science Ltd. ISBN 978-0-7020-2627-0.
  • Murray ED, Buttner N, Price BH (April 2012). "Depression and Psychosis in Neurological Practice". In Bradley WG, Daroff RB, Fenichel GM, Jankovic J (eds.). Neurology in Clinical Practice (6th ed.). Butterworth Heinemann. ISBN 978-1-4377-0434-1.{{cite book}}: CS1 maint: date and year (link)
  • Williams, Paris (2012). Rethinking Madness: Towards a Paradigm Shift In Our Understanding and Treatment of Psychosis. Sky’s Edge Publishing. ISBN 978-0-9849867-0-5. {{cite book}}: Unknown parameter |name-list-format= ignored (|name-list-style= suggested) (help)
Personal accounts

External links ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ