ମୁଖ୍ୟ ସୂଚୀ ଦେଖିବେ

ଆଇଜାକ ସାନ୍ତ୍ରା

ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ

ଆଇଜାକ ସାନ୍ତ୍ରା (୩ ନଭେମ୍ବର ୧୮୯୨ - ୨୯ ଅଗଷ୍ଟ ୧୯୬୮) ଜଣେ ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ ଥିଲେ ।[୧] ଭାରତରୁ କୁଷ୍ଠ ରୋଗର ମୂଳତ୍ପାଟନ ଦିଗରେ ସେ କାର୍ଯ୍ୟ କରିଥିଲେ ।[୨][୩] ୧୯୫୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୪]

ଆଇଜାକ ସାନ୍ତ୍ରା
ଜନ୍ମ ଓ ଜନ୍ମସ୍ଥାନ୩ ନଭେମ୍ବର ୧୮୯୨(1892-11-03)
ମୃତ୍ୟୁ୨୯ ଅଗଷ୍ଟ ୧୯୬୮ (୭୫ ବର୍ଷ)
ସମ୍ବଲପୁର
ସମାଧି  ସ୍ଥଳ21°28′N 83°58′E / 21.47°N 83.97°E / 21.47; 83.97
ଜୀବିକାPhysician
ପ୍ରସିଦ୍ଧିକୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟ
ଜୀବନସାଥିରାଜକୁମାରୀ ଦାସ
ସନ୍ତାନଦିଲ୍ଲୀପ କୁମାର ଦାସ
ପୁରସ୍କାରପଦ୍ମଶ୍ରୀ
ରାଏ ସାହେବ

ଜୀବନୀସମ୍ପାଦନ କରନ୍ତୁ

ଆଇଜାକ ସାନ୍ତ୍ରା ୧୯୮୨ ମସିହା ନଭେମ୍ବର ୩ତାରିଖରେ [୫] ସମ୍ବଲପୁରର ଏକ ଗରିବ ପାଦ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । [୧] ପିତାଙ୍କ ଇଚ୍ଛା ଥିଲା ଆଇଜାକ ପାଦ୍ରୀ ହୁଅନ୍ତୁ,[୫] ଆଇଜାକ କିନ୍ତୁ ସମ୍ବଲପୁରରେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କରି, ୧୯୧୯ମସିହାରେ ଡାକ୍ତରୀ ପଢିବା ପାଇଁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଡାକ୍ତରୀ ପଢିବା ବେଳର ଅଭିଜ୍ଞତା ତଥା କୁଷ୍ଠ ରୋଗକୁ ନେଇ ସମାଜରେ ପ୍ରଚଳିତ କଳଙ୍କ, ତାଙ୍କୁ କୃଷ୍ଠ ନିରାକରଣ ଦିଗରେ କାର୍ଯ୍ୟକରିବାକୁ ପ୍ରେରିତ କରିଥିଲା ।[୧]ଆଇଜାକ ଶିକ୍ଷା ସମାପ୍ତ କରି ସରକାରୀ ଚାକିରିରେ ଯୋଗଦେଇଥିଲେ । ୧୯୨୭-୩୧ ମଧ୍ୟରେ "ଲେପ୍ରସି ସର୍ଭେ ଅଫ ଇଣ୍ଡିଆ"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୩୨ ମସିହାରେ ସେ "ଲେପ୍ରସି ପ୍ରିଭେନସନ ସୋସାଇଟି ଅଫ ଗ୍ରେଟ ବ୍ରିଟେନ"ର ସଭ୍ୟ ଭାବରେ ମନୋନୀତ ହୋଇ, ୧୯୪୭ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ । [୧] "ଇଣ୍ଟରନେସନାଲ ଲେପ୍ରସି ଆସୋସିଏସନ"ର ବିଶେଷଜ୍ଞ ଭାବରେ ସେ ଜାପାନ ଓ ନାଇଜେରିଆ ଆଦି ରାଷ୍ଟ୍ରରେ ମଧ୍ୟ କାମ କରିଥିଲେ ।[୬] "ନୋଟସ ଅନ ଲେପ୍ରସିଇନ୍ ଜାପାନ" ନାମକ ଏକ ପୁସ୍ତକ ରଚନା କରିଥିଲେ । [୭]

ସେବା ନିବୃତ ହେବା ପରେ, ଆଇଜାକ ୧୯୫୧ମସିହାରେ ଓଡ଼ିଶାପଶ୍ଚିମ ବଙ୍ଗ ସୀମାରେ ଥିବା ଛୋଟ ଗ୍ରାମ ହାତିବାଡ଼ିଠାରେ, "ହାତିବାଡ଼ି କୁଷ୍ଠାଶ୍ରମ" ପ୍ରତିଷ୍ଠା କରିଥିଲେ[୩][୫] । ଡାପ୍‌ସୋନ ଔଷଧର ପ୍ରଚଳନ ଆରମ୍ଭ ହେବା ପୂର୍ବରୁ ହାତିବାଡ଼ି କୁଷ୍ଠାଶ୍ରମଠାରେ, ଆଇଜାକ "ସୁଶ୍ରୁତ ସଂହିତା" ଅନୁଯାୟୀ "ଚାଲମଗଜ"ରୁ ପ୍ରସ୍ତୁତ ଏକ ଔଷଧ ଦ୍ୱାରା କୁଷ୍ଠ ରୋଗର ଚିକିତ୍ସା କରିବା ଆରମ୍ଭ କରିଥିଲେ । [୧] ଆଇଜାକ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହାତିବାଡି କୁଷ୍ଠାଶ୍ରମରେ କାର୍ଯ୍ୟ କରିଥିଲେ ।  ପରେ ଏହି ଅନୁଷ୍ଠାନଟି "ହିନ୍ଦ୍ କୁଷ୍ଠ ନିବାରିଣୀ ସଂଘଦ୍ୱାରା ପରିଚାଳିତ ହୋଇଥିଲା ଓ କ୍ରମେ ଓଡ଼ିଶା ସରକାରଙ୍କ ଅଧିନକୁ ଆସିଥିଲା ।[୨]

ଆଇଜାକ, ରାଜକୁମାରୀ ଦାସଙ୍କୁ ବିବାହ କରିଥିଲେ ।[୮]ଦିଲ୍ଲୀପ କୁମାର ଦାସ ତାଙ୍କର ପୁତ୍ର ।[୧] ୧୯୬୮ ମସିହା ଅଗଷ୍ଟ ୨୯ ତାରିଖରେ ସମ୍ବଲପୁରଠାରେ ଆଇଜାକଙ୍କର ତିରୋଧାନ ଘଟିଥିଲା । [୧]

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  •  ରାୟ ସାହେବ ଉପାଧୀ (ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ) - ୧୯୩୮[୧]
  • ପଦ୍ମଶ୍ରୀ - ୧୯୫୬[୪]
  • ସମ୍ବଲପୁରରେ ତାଙ୍କ ପୈତୃକ ଗ୍ରାମରେ ଏକ ଅନୁଷ୍ଠାନ ତାଙ୍କ ନାମରେ ନାମିତ[୩][୯]
  • ସ୍ମାଇଲ ଫାଉଣ୍ଡେସନଦ୍ୱାରା ତାଙ୍କ ନାମରେ ଏକ ବାଳ ନିକେତନ ନାମିତ [୧୦]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Hindustan Times".
  2. ୨.୦ ୨.୧ "Biswa".
  3. ୩.୦ ୩.୧ ୩.୨ Laksha P. Swain (2006). Migration and Adjustment. Northern Book Centre. p. 109. ISBN 9788172112110.
  4. ୪.୦ ୪.୧ "Padma Shri" (PDF).
  5. ୫.୦ ୫.୧ ୫.୨ "Native Planet".
  6. "ILA" (PDF).
  7. Dr Sarah Ferber, Ms Sally Wilde (2013). The Body Divided: Human Beings and Human 'Material' in Modern Medical History. Ashgate Publishing. p. 264. ISBN 9781409482840.
  8. "Geni".
  9. "Isaac Santra Institute of Social Work".
  10. "Smile Foundation India".