ଅଳତା ଏକ ପ୍ରକାର ତରଳ ନାଲି ରଙ୍ଗ । ଏହି ଦ୍ରବ୍ୟ ହାତପାପୁଲି ଏବଂ ପାଦକୁ ସଜାଇବା ପାଇଁ ବ୍ୟବହାର କରାଯାଏ । ଏହା କେବଳ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରାଏନାହିଁ ବରଂ ଶରୀରକୁ ଶୀତଳତା ମଧ୍ୟ ପ୍ରଦାନ କରିଥାଏ ।

ଗୃହପ୍ରବେଶ ସମୟରେ ନୂଆବୋହୁଟି ଅଳତା ଏବଂ କ୍ଷୀର ଥିବା ପାତ୍ରରେ ପାଦ ରଖିବା ଚିତ୍ର
ପାତ୍ରରେ ଅଳତା

ଉତ୍ପତ୍ତିସମ୍ପାଦନ କରନ୍ତୁ

ଯଦିଓ ଅଳତାର ଉତ୍ପତ୍ତି ସମ୍ପର୍କରେ ତଥ୍ୟ ବର୍ତ୍ତମାନ ଉପଲବ୍ଧ ନାହିଁ, ହିନ୍ଦୁ ଉପନିଷଦମାନଙ୍କ ଅନୁସାରେ ଭାରତୀୟ ବିବାହ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ।[୧] 'ଷୋହଳ ଶୃଙ୍ଗାର' ପ୍ରକ୍ରିୟାର ଅଳତା ଏକ ମୁଖ୍ୟ ପ୍ରସାଧନ ସାମଗ୍ରୀ । ଶ୍ରୀକୃଷ୍ଣ ରାଧାଙ୍କ ପାଦରେ ଅଳତା ଲଗାଇଦେଉଥିବାର ଦୃଶ୍ୟ ମଧ୍ୟ ପୌରାଣିକ ଆଖ୍ୟାନମାନଙ୍କରେ ବର୍ଣ୍ଣିତ ।

ଅଳତାର ରଙ୍ଗ ରକ୍ତର ରଙ୍ଗ ସହିତ ସମାନ, ଯାହାକି ପ୍ରଜନନ ଶକ୍ତି ଏବଂ ସମୃଦ୍ଧିର ସୂଚକ ଅଟେ । ଇସଲାମୀୟ ଶାସନ ପ୍ରଭାବରେ ପ୍ରସାଧନସାମଗ୍ରୀ ହିସାବରେ ମେହେନ୍ଦୀ କ୍ରମେ ଅଳତାର ସ୍ଥାନ ନେଇଥିଲା ।

ପ୍ରସ୍ତୁତି ପ୍ରଣାଳୀସମ୍ପାଦନ କରନ୍ତୁ

ପାରମ୍ପରିକ ଭାବେ ଅଳତା ପାନପତ୍ରରୁ ପ୍ରସ୍ତୁତ କରାଯାଏ । କିନ୍ତୁ ବର୍ତ୍ତମାନ ସିନ୍ଦୂର ଏବଂ କୁଙ୍କୁମର ମିଶ୍ରଣରେ କୃତ୍ରିମ ଅଳତା ପ୍ରସ୍ତୁତ କରାଯାଉଛି । ଏବେ ବଜ଼ାରରେ ଉପଲବ୍ଧ ଅଳତା ଲାଖ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥରେ ତିଆରି ।

ବ୍ୟବହାରସମ୍ପାଦନ କରନ୍ତୁ

ପର୍ବପର୍ବାଣି ଏବଂ ବିବାହରେସମ୍ପାଦନ କରନ୍ତୁ

ଓଡ଼ିଶାରେ ପ୍ରାୟ ସବୁ ପର୍ବପର୍ବାଣି ଓ ଉତ୍ସବରେ ସ୍ତ୍ରୀଲୋକମାନେ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରିଥାନ୍ତି । ବିବାହିତ ମହିଳାମାନେ ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ ପାଇଁ ଅଳତା ଲଗାଇଥାନ୍ତି । ବିବାହରେ ପ୍ରସାଧନ ଦ୍ରବ୍ୟ ବ୍ୟତୀତ ବିବାହ ପରବର୍ତ୍ତୀ ଏକ ନୀତିରେ ମଧ୍ୟ ଅଳତାର ବ୍ୟବହାର କରାଯାଇଥାଏ । ନବବଧୂ ନିଜ ଶାଶୁଘରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅଳତାଥିବା ଏକ ପାତ୍ରରେ ପାଦ ରଖନ୍ତି, ତା'ପରେ ଗୃହପ୍ରବେଶ କରନ୍ତି । ଏହାଦ୍ୱାରା ନୂଆବୋହୁଟିର ପାଦଚିହ୍ନ ଭୂମିରେ ପଡେ, ଯାହାକୁ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହେଲା ବୋଲି ଗ୍ରହଣ କରାଯାଏ ।

ନୃତ୍ୟଶିଳ୍ପୀମାନଙ୍କଦ୍ୱାରାସମ୍ପାଦନ କରନ୍ତୁ

ଶାସ୍ତ୍ରୀୟ ନୃତ୍ୟ ଯେପପରିକି ଓଡ଼ିଶୀ, ଭରତନାଟ୍ୟମ, କଥକ, ମୋହିନୀନାଟ୍ୟମ, ମଣିପୁରୀ ଆଦି ନୃତ୍ୟଶୈଳୀରେ ନୃତ୍ୟଶିଳ୍ପୀମାନେ ଅଳତାକୁ ପ୍ରସାଧନରେ ବ୍ୟବହାର କରିଥାନ୍ତି । ପାପୁଲିରେ ସୁନ୍ଦରଭାବେ ଅଳତା ଲଗେଇବାଦ୍ୱାରା ନୃତ୍ୟର ହସ୍ତମୁଦ୍ରାଗୁଡିକ ଚମତ୍କାର ଦେଖାଯାଏ ।

 
ପାପୁଲିରେ ଅଳତା ଲଗାଇ ନୃତ୍ୟ କରୁଥିବା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ

ଆଧାରସମ୍ପାଦନ କରନ୍ତୁ

  1. ଗଙ୍ଗାରାମ ଗାର୍ଗଙ୍କର https://books.google.co.in/books?id=WjDcd0cTFxQC&redir_esc=y, ପୃଷ୍ଠା ୩୪୮

ଆହୁରି ଦେଖିପାରିବେସମ୍ପାଦନ କରନ୍ତୁ

  1. http://odishasuntimes.com/rituals-that-make-odia-weddings-special/
  2. http://www.eleganteves.com/2015/07/the-aalta-allure.html
  3. http://www.downtoearth.org.in/blog/a-sacred-dye-to-return-46133
  4. https://www.revolvy.com/main/index.php?s=Alta+(dye)
  5. http://blog.dancecostumesandjewelry.com/2017/02/alta-in-indian-classical-dance.html