ଅର୍ବିଟାଲ ସେଲ୍ଲ୍ୟୁଲାଇଟିସ

ଏହି ରୋଗରେ ସାଧାରଣତଃ ଆଖି ସକେଟ୍ ବା କୋଟର ଭିତରେ ଥିବା ତନ୍ତୁରେ ପ୍ରଦାହ ହୁଏ ।

ଅର୍ବିଟାଲ ସେଲ୍ଲ୍ୟୁଲାଇଟିସ (ଇଂରାଜୀ ଭାଷାରେ Orbital cellulitis ବା ଓଏସ/OC ) ହେଉଛି ଏକ ରୋଗ ଯେଉଁଥିରେ ସାଧାରଣତଃ ଆଖି ସକେଟ୍ ବା କୋଟର ଭିତରେ ଥିବା ତନ୍ତୁରେ ପ୍ରଦାହ ହୁଏ । [] ରୋଗ ଲକ୍ଷଣଗୁଡ଼ିକ ମଧ୍ୟରେ ବିଶେଷତ ଆଖି ଡୋଳାର ଚଳନ ସମୟରେ ଯନ୍ତ୍ରଣା, ଦୈତ ଦୃଷ୍ଟି, ଦୃଷ୍ଟି ଶକ୍ତି ହ୍ରାସ, ଲାଲ ଆଖିପତା, ଫୁଲା ପତା, ଜ୍ୱର ଏବଂ ପ୍ରଭାବିତ ଆଖି ଫୁଲିଯାଏ ।[] [] ଜଟିଳତା ମଧ୍ୟରେ କାଭେରନସ ସାଇନସ ଥ୍ରୋମ୍ବୋସିସ, ମେନିଞ୍ଜାଇଟିସ୍ ଏବଂ ସେପ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[] []

Postseptal cellulitis[]
Orbital cellulitis of the right eye
ବିଭାଗOphthalmology
ଲକ୍ଷଣEyelid redness and swelling, fever, pain with eye movement, double vision, vision loss, bulging of the eye[][]
କାରଣComplication of bacterial sinusitis, local skin injury, tooth infection[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[]
ସଠିକ ରୋଗ ନିର୍ଣ୍ଣୟPreseptal cellulitis, retinoblastoma, leukemia, giant cell arteritis[][]
ଚିକିତ୍ସାIntravenous antibiotics, surgery[]
PrognosisGenerally good[]
ପୁନଃପୌନିକUncommon[]

ଏହା ସାଧାରଣତଃ କୋଟର (ସାଇନସ୍) ସଂକ୍ରମଣ ବିସ୍ତାର ହୋଇ ଘଟିଥାଏ; ଯଦିଓ ବେଳେବେଳେ ଚର୍ମ, କୋଟର ଭଗ୍ନ, ଦାନ୍ତରୁ କିମ୍ବା ରକ୍ତ ମାଧ୍ୟମରେ ଘଟିପାରେ ।[] [] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ନିର୍ଭର କରେ ଏବଂ ମେଡିକାଲ ଇମେଜିଙ୍ଗ ସ୍କାନ କିମ୍ବା ଏମଆରଆଇ ଦ୍ୱାରା ନିଶ୍ଚିତ କରାଯାଏ ।[] [] ପେରିଅରବିଟାଲ୍ ସେଲୁଲାଇଟିସ୍, ଯାହା ଆଣ୍ଟିରିଅର କକ୍ଷପଥ ପଟ/ସେପ୍ଟମର ସଂକ୍ରମଣ ଅଟେ, ଏକ ଭଳି ଦେଖାଯାଏ ।[] []

ଏହି ରୋଗର ଚିକିତ୍ସାରେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ୍ ଦିଆଯାଏ ଯେପରି ସେଫ‌ଟ୍ରାଇଆକ୍ସୋନ, ପିପେରାସିଲିନ/ଟାଜୋବ୍ୟାକ୍ଟମ, କିମ୍ବା ସେଫୋଟାକ୍ସିମ[] ଯଦି ଚର୍ମରେ ଆଘାତ ଲାଗିଥାଏ ଏବଂ MRSA ସାଧାରଣ ଭାଙ୍କୋମାଇସିନ ମଧ୍ୟ ବ୍ୟବହାର କରାଯାଇପାରେ ।[] ସାଧାରଣତଃ ଅସ୍ତ୍ରୋପଚାର ଆବଶ୍ୟକ ନୁହେଁ, ଯଦି କିଛି ଜଟିଳତା ଘଟେ ତେବେ ଏହା ଆବଶ୍ୟକ ହୋଇପାରେ ।[] [] ଫଳାଫଳ ସାଧାରଣତଃ ଭଲ; ଯଦିଓ କମ୍ ଦୃଷ୍ଟି ଶକ୍ତି ୧୦% ରୁ କମ୍ ରୋଗୀଙ୍କର ହୁଏ ।[] []

ଅର୍ବିଟାଲ୍ ସେଲ୍ଲ୍ୟୁଲାଇଟିସ ଏକ ଅସାଧାରଣ ରୋଗ ।[] [] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି (ବର୍ଷକୁ ଏକ ନିୟୁତ ମଧ୍ୟରୁ ଜଣକର) | [] ମହିଳାଙ୍କ ତୁଳନାରେ ପୁରୁଷମାନେ ସାମାନ୍ୟ ଅଧିକ ପ୍ରଭାବିତ ହୋଇପାରନ୍ତି ।[] ଏହା ଶୀତଦିନେ ଅଧିକ ହୁଏ ।[]

  1. ୧.୦ ୧.୧ Danishyar, A; Sergent, SR (January 2023). "Orbital Cellulitis". StatPearls. PMID 29939678.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Tsirouki, Theodora; Dastiridou, Anna I.; Ibánez flores, Nuria; Cerpa, Johnny Castellar; Moschos, Marilita M.; Brazitikos, Periklis; Androudi, Sofia (July 2018). "Orbital cellulitis". Survey of Ophthalmology. 63 (4): 534–553. doi:10.1016/j.survophthal.2017.12.001.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Preseptal and Orbital Cellulitis - Eye Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 1 December 2022. Retrieved 2 July 2023.
  4. ୪.୦ ୪.୧ Gordon, Abigail A.; Phelps, Paul O. (October 2020). "Management of preseptal and orbital cellulitis for the primary care physician". Disease-a-Month. 66 (10): 101044. doi:10.1016/j.disamonth.2020.101044. PMID 32622679.
  5. ୫.୦ ୫.୧ Pelletier, J; Koyfman, A; Long, B (June 2023). "High risk and low prevalence diseases: Orbital cellulitis". The American journal of emergency medicine. 68: 1–9. doi:10.1016/j.ajem.2023.02.024. PMID 36893591.
  6. Wong, Stephanie J.; Levi, Jessica (July 2018). "Management of pediatric orbital cellulitis: A systematic review". International Journal of Pediatric Otorhinolaryngology. 110: 123–129. doi:10.1016/j.ijporl.2018.05.006. PMID 29859573.