ରେଟିନୋବ୍ଲାଷ୍ଟୋମା

ଏହା ଆଖିରେ ଥିବା ରେଟିନାର ଏକ କର୍କଟ ରୋଗ ।
(Retinoblastomaରୁ ଲେଉଟି ଆସିଛି)

ରେଟିନୋବ୍ଲାଷ୍ଟୋମା (ଇଂରାଜୀ ଭାଷାରେ Retinoblastoma/ Rb) ହେଉଛି ଏକ ପ୍ରକାର କର୍କଟ ରୋଗ ଯାହା ଆଖିରେ ଥିବା ରେଟିନାରୁ ସୃଷ୍ଟି ହୁଏ ।[୨] ଏହାର ଲକ୍ଷଣ ମଧ୍ୟରେ ଏକ ଶ୍ୱେତ ପ୍ୟୁପିଲାରି ରିଫ୍ଲେକ୍ସ ବା ଲିଉକୋକୋରିଆ, କ୍ରସ୍ ଆଖି ବା ସ୍ଟ୍ରାବିସମସ, ଚକ୍ଷୁ ଲାଲ ଦେଖାଯିବା, ଏବଂ ଦୃଷ୍ଟି ଶକ୍ତି ହ୍ରାସ ହୋଇପାରେ ।[୧] ଆରମ୍ଭ ସାଧାରଣତଃ ଜୀବନର ପ୍ରଥମ ୩ ବର୍ଷ ମଧ୍ୟରେ ହୁଏ ।[୧] ଜଟିଳତା ଶରୀରର ଅନ୍ୟ ଅଞ୍ଚଳକୁ ବ୍ୟାପିପାରେ ।[୧]

Retinoblastoma
A retinoblastoma as seen in an fundoscopy
ବିଭାଗNeuro-oncology
ଲକ୍ଷଣWhite pupillary reflex, crossed eyes, redness of the eye, decreased vision[୧]
ଆକ୍ରାନ୍ତ ସମୟFirst 3 years of life[୧]
କାରଣMutations of the RB1 tumor suppressor gene[୧]
ରୋଗ ନିର୍ଣ୍ଣୟ ପଦ୍ଧତିEye exam, medical imaging[୨]
ସଠିକ ରୋଗ ନିର୍ଣ୍ଣୟCataract, retinopathy of prematurity, toxocariasis, choroidal coloboma, vitreous hemorrhage[୩]
ଚିକିତ୍ସାPhotocoagulation, cryotherapy, radiation therapy, chemotherapy, eye removal[୨]
PrognosisVariable[୨][୧]
ପୁନଃପୌନିକ1 in 18,000 children[୧]

କ୍ରୋମୋଜୋମ୍ ୧୩ ଲୋକସ୍ ୧୪ (୧୩ କ୍ୟୁ ୧୪)ରେ ମିଳୁଥିବା ଆରବି୧ ଦମନ‌କାରୀ ଜିନ ଗୁଡ଼ିକ୪ ପରିବର୍ତ୍ତନ ହେତୁ ଏହା ଘଟିଥାଏ ।[୧] ପ୍ରାୟ ୫% କ୍ଷେତ୍ରରେ ଗୋଟିଏ ଜିନର ପରିବର୍ତ୍ତନ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଆସିଥାଏ ହୋଇଥାଏ; ୯୫% କ୍ଷେତ୍ରରେ ଏହା ପ୍ରାରମ୍ଭିକ ବିକାଶ ସମୟରେ ଏକ ନୂତନ ପରିବର୍ତ୍ତନ ଭାବରେ ଘଟିଥାଏ ।[୧] ଜୀବନରେ ପରବର୍ତ୍ତୀ ସମୟରେ ଦ୍ୱିତୀୟ ଜିନର ପରିବର୍ତ୍ତନ ହୁଏ ।[୨] ପ୍ରାୟ ୪୦% କ୍ଷେତ୍ରରେ ନୂତନ ପରିବର୍ତ୍ତନ ଯୋଗୁ ଶିଶୁର ଡିମ୍ବାଣୁ ବା ଶୁକ୍ରାଣୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।[୧] ଚକ୍ଷୁ ପରୀକ୍ଷା ଏବଂ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ । [୨]

କର୍କଟ ରୋଗର ଆକାର ଉପରେ ଚିକିତ୍ସା ନିର୍ଭର କରେ ।[୨] ଫୋଟୋକୋଆଗୁଲେସନ୍, କ୍ରାୟୋଥେରାପି ଏବଂ ବିକିରଣ ଚିକିତ୍ସା ସାହାଯ୍ୟରେ ଛୋଟ କର୍କଟଗୁଡିକ ପରିଚାଳିତ ହୋଇପାରେ; ବଡ଼ କର୍କଟ ହୋଇଥିଲେ ଆଖି ବାହାର କରିଦିଆଯାଏ । [୨] କେମୋଥେରାପି ମଧ୍ୟ ବ୍ୟବହୃତ ହୋଇପାରେ ।[୨] ପ୍ରାରମ୍ଭିକ ଚିକିତ୍ସା ସହିତ ୯୦%ରୁ ଅଧିକ ମାମଲା ଆରୋଗ୍ୟ ହେବା ସମ୍ଭାବନା ରହିଥାଏ ଓ ଅଧିକାଂଶ ଲୋକଙ୍କର ଦେଖିବାର କ୍ଷମତା ଥାଏ ।[୨][୧] ବ୍ୟାପିଯାଇଥିବା କର୍କଟ ପାଇଁ ଫଳାଫଳ ଖରାପ ଅଟେ । [୨]

ରେଟିନୋବ୍ଲାସ୍ଟୋମା ପ୍ରାୟ ୧୫,୦୦୦ରୁ ୩୦,୦୦୦ ଲୋକଙ୍କୁ (ବିଶ୍ୱ ସ୍ତରରେ ବର୍ଷକୁ ୫୦୦୦ରୁ ୮,୦୦୦ମାମଲା) ପ୍ରଭାବିତ କରିଥାଏ ।[୨][୪] ଏହା ମଧ୍ୟରେ ପ୍ରାୟ ୩% ଶିଶୁ କର୍କଟ ଥାଏ ।[୧] ପ୍ରଥମ ଆଧୁନିକ ବର୍ଣ୍ଣନା ପିଟର ପାଉଙ୍କଦ୍ୱାରା ୧୫୯୭ ହୋଇଥିଲା; ଯଦିଓ ପେରୁରେ ଥିବା ଏହି ରୋଗର ଏକ ମୂର୍ତ୍ତି ପ୍ରାୟ ୨୦୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ ।[୪] ୧୮୦୯ ମସିହାରେ ଏହି ରୋଗ ରେଟିନାରୁ ବାହାରୁଥିବା କଥା ଜେମସ୍ ୱାର୍ଡ୍ରୋପ ପ୍ରଥମେ ଚିହ୍ନଟ କରିଥିଲେ ।[୫]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Ishaq, H; Patel, BC (January 2022). "Retinoblastoma". PMID 31424860. {{cite journal}}: Cite journal requires |journal= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Retinoblastoma - Pediatrics". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 2 February 2022. Retrieved 15 July 2022.
  3. "Retinoblastoma - EyeWiki". eyewiki.aao.org (in ଇଂରାଜୀ). Archived from the original on 15 June 2022. Retrieved 18 July 2022.
  4. ୪.୦ ୪.୧ Merchant, Thomas E.; Kortmann, Rolf-Dieter (1 March 2018). Pediatric Radiation Oncology (in ଇଂରାଜୀ). Springer. p. 132. ISBN 978-3-319-43545-9. Archived from the original on 29 July 2022. Retrieved 18 July 2022.
  5. Ramasubramanian, Aparna; Shields, Carol L. (31 July 2012). Retinoblastoma (in ଇଂରାଜୀ). JP Medical Ltd. p. PR29. ISBN 978-93-5025-784-5. Archived from the original on 29 July 2022. Retrieved 18 July 2022.