ଲିଉକେମିଆ
ଲିଉକେମିଆ (ଆମେରିକିୟ ଇଂରାଜୀରେ Leukemia ଓ ଇଂଲିସ ଇଂରାଜୀରେ leukaemia) ଏକ କର୍କଟ ଦଳର ନାମ ଯାହା ଅସ୍ଥିମଜ୍ଜାରେ ଆରମ୍ଭ ହୁଏ ଓ ଏହା ଯୋଗୁ ଶ୍ୱେତ ରକ୍ତ କଣିକା ସଂଖ୍ୟ ବଢ଼ିଯାଏ । [୧] ଏହି ରକ୍ତ କଣିକାଗୁଡ଼ିକ ସମ୍ପୁର୍ଣ୍ଣଭାବେ ତିଆରି ହୋଇ ନ ଥାଆନ୍ତି, ତେଣୁ ଏମାନଙ୍କର ନାମ ପ୍ରିକର୍ସର ଜୀବକୋଷ ବା ବ୍ଲାଷ୍ଟ ଜୀବକୋଷ ବା ଲିଉକେମିଆ ଜୀବକୋଷ ଦିଆଯାଇଥାଏ ।[୨] ରକ୍ତସ୍ରାବ ଅସୁବିଧା, ଥକ୍କାଣ ଓ ଜ୍ୱର ହୁଏ ତଥା ସଂକ୍ରମଣ ସଂକଟ ଅଧିକ ରହେ । [୨] ସାଧାରଣ ରକ୍ତ କଣିକା ଅଭାବ ହେତୁ ଏହ ଲକ୍ଷଣ ସମୂହ ପ୍ରକାଶ ପାଏ । [୨] ରକ୍ତ ପରୀକ୍ଷା ଓ ଅସ୍ଥି ମଜ୍ଜା ବାୟୋପ୍ସିଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ । [୨]
ଲିଉକେମିଆ | |
---|---|
ବିଭାଗ | hematology[*] |
ଆଇସିଡ଼ି-୧୦ | C91.-C95. |
ଆଇସିଡ଼ି-୯-ସିଏମ୍ | 208.9 |
ଆଇସିଡ଼ି-ଓ | 9800-9940 |
ରୋଗ ଡାଟାବେସ | 7431 |
ମେଡ଼ିସିନ-ପ୍ଲସ | 001299 |
MeSH | D007938 |
ଲିଉକେମିଆର ନିର୍ଦ୍ଦିଷ୍ଟ କାରଣ ଅଜଣା ଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ଏହା ହେବା ବିଶ୍ୱାସ କରାଯାଏ ।[୩] ଏହାର ସଙ୍କଟ ସୃଷ୍ଟିକାରୀ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଆୟୋନାଇଜିଙ୍ଗ ରାଡିଏସନ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ବେଞ୍ଜିନ, ପୂର୍ବ ପ୍ରଦତ୍ତ କେମୋଥେରାପି ଓ ଡାଉନ ସିଣ୍ଡ୍ରୋମ ଉଲ୍ଲେଖ୍ଯୋଗ୍ୟ ।[୩][୪] ଲିଉକେମିଆ ଇତିହାସ ଥିବା ପରିବାରର ସଦସ୍ୟମାନଙ୍କର ଅଧିକ ସଙ୍କଟ ଥାଏ ।[୪] ମୂଖ୍ୟତଃ ଚାରି ପ୍ରକାର ଲିଉକେମିଆ ଦେଖାଯାଏ; ଆକ୍ୟୁଟ ଲୋମ୍ଫୋବ୍ଳାସ୍ଟିକ ଲିଉକେମିଆ ବା ଏ.ଏଲ.ଏଲ., ଆକ୍ୟୁଟ ମାୟେଲଏଡ ଲିଉକେମିଆ ବା ଏ.ଏମ.ଏଲ., କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ ସି.ଏଲ.ଏଲ. ଓ କ୍ରନିକ ମାୟେଲଏଡ ଲିଉକେମିଆ ବା ସି.ଏମ.ଏଲ. ସହିତ କେତେକ ବିରଲ ଟାଇପର ଲିଉକେମିଆ ମଧ୍ୟ ଦେଖାଯାଏ ।[୪][୫] ଲିଉକେମିଆ ଏକ ବଡ଼ ଅର୍ବୁଦ ଦଳର ଏକ ଅଂଶ ଯାହା ରକ୍ତ, ଅସ୍ଥି ମଜ୍ଜା, ଲିମ୍ଫାଟିକ ସିସ୍ଟମକୁ ନେଇ ଗଢ଼ା ଓ ଯାହାର ନାମ ହେମାଟୋପଏଟିକ ଓ ଲିମ୍ଫଏଡ ସିସ୍ଟମ ।[୬][୭]
କେମୋଥେରାପି, ରାଡିଏସନ ଥେରାପି, ଟାର୍ଗେଟେଡ ଥେରାପି ଓ ଅସ୍ଥି ମଜ୍ଜା ଟ୍ରାନ୍ସପ୍ଲାଣ୍ଟର ମିଳିତ ପଦ୍ଧତିକୁ ନେଇ ଏହାର ଚିକିତ୍ସା କରାଯାଏ । ଅଳ୍ପ କେତେକ ଲିଉକେମିଆରେ 'ଦେଖା ଓ ଅପେକ୍ଷା' ଚିକିତ୍ସା କରାଯାଏ । [୪] ରକ୍ତ କିମ୍ବା ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସହ ଯନ୍ତ୍ରଣା ଚିକିତ୍ସା ଆବଶ୍ୟକ ହୁଏ । [୨] ପାଲିଏଟିଭ ଯତ୍ନ ସହ ବା ବିହୁନେ ଅନ୍ୟ ଚିକିତ୍ସା ଦରକାର ହୋଇପାରେ । [୮] ରୋଗୀର ବୟସ ଓ ଲିଉକେମିଆ ଟାଇପ ଉପରେ ଚିକିତ୍ସା ସଫଳତା ନିର୍ଭର କରେ । ବିକଶିତ ଦେଶମାନଙ୍କରେ ଫଳାଫଳ ଉନ୍ନତି କରୁଛି । [୫] ହାରାହାରି ପାଞ୍ଚବର୍ଷିଆ ଆୟୁଷ ହାର ଆମେରିକାରେ ୫୭ % । [୯] ପନ୍ଦର ବର୍ଷରୁ କମ ପିଲାଙ୍କର ପାଞ୍ଚବର୍ଷିଆ ଆୟୁଷ ହାର ଲିଉକେମିଆର ଟାଇପ ନେଇ ୬୦ରୁ ୮୫ %ରୁ ଅଧିକ ହୋଇପାରେ । [୧୦] ଆକ୍ୟୁଟ ଲିଉକେମିଆରୁ ଲୋକ ପାଞ୍ଚ ବର୍ଷ ରୋଗମୁକ୍ତ ହୋଇଥିଲେ ଏହା ଆଉଥରେ ହେବା ସମ୍ଭାବନା କମ ।[୧୦]
ସନ ୨୦୧୨ରେ ୩୫୨,୦୦୦ ଲୋକଙ୍କୁ ଲିଉକେମିଆ ହୋଇ ୨୬୫,୦୦୦ ମୃତ୍ୟୁ ହୋଇଥିଲା ।[୫] ପିଲାଙ୍କର କର୍କଟ ମଧ୍ୟରେ ଏହା ଅତି ସାଧାରଣ ଓ ଦୁଇ ତୃତୀୟାଂସ ପିଲା ଏ.ଏଲ.ଏଲ. ଅନ୍ତର୍ଭୁକ୍ତ । [୪] ସମୁଦାୟ ଲିଉକେମିଆର ୯୦ % ବଡ଼ମାନଙ୍କୁ ହୁଏ ତଥା ସେଥିରେ ଏ.ଏମ.ଏଲ. ଓ ସି.ଏଲ.ଏଲ. ସଂଖ୍ୟା ଅଧିକ ।[୪] ବିକଶିତ ଦେଶମାନଙ୍କରେ ଏହା ଅଧିକ ହୁଏ । [୫]
ଆଧାର
ସମ୍ପାଦନା- ↑ "Leukemia". NCI. Retrieved 13 June 2014.
- ↑ ୨.୦ ୨.୧ ୨.୨ ୨.୩ ୨.୪ "What You Need To Know About™ Leukemia". National Cancer Institute. 2013-12-23. Retrieved 18 June 2014.
- ↑ ୩.୦ ୩.୧ Hutter, JJ (Jun 2010). "Childhood leukemia". Pediatrics in review / American Academy of Pediatrics. 31 (6): 234–41. doi:10.1542/pir.31-6-234. PMID 20516235.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "A Snapshot of Leukemia". NCI. Retrieved 18 June 2014.
- ↑ ୫.୦ ୫.୧ ୫.୨ ୫.୩ World Cancer Report 2014. World Health Organization. 2014. pp. Chapter 5.13. ISBN 9283204298.
- ↑ Vardiman, JW; Thiele, J; Arber, DA; Brunning, RD; Borowitz, MJ; Porwit, A; Harris, NL; Le Beau, MM; Hellström-Lindberg, E; Tefferi, A; Bloomfield, CD (Jul 30, 2009). "The 2008 revision of the World Health Organization (WHO) classification of myeloid neoplasms and acute leukemia: rationale and important changes". Blood. 114 (5): 937–51. doi:10.1182/blood-2009-03-209262. PMID 19357394.
- ↑ Cătoi, AlecsandruIoan Baba, Cornel (2007). Comparative oncology. Bucharest: The Publishing House of the Romanian Academy. p. Chapter 17. ISBN 973-27-1457-3.
{{cite book}}
: CS1 maint: multiple names: authors list (link) - ↑ Hesdorffer, Candis Morrison, Charles S. [i.e. L.?] (2011). Johns Hopkins patients' guide to leukemia. Sudbury, Mass.: Jones and Bartlett Learning. p. 109. ISBN 9781449618896.
{{cite book}}
: CS1 maint: multiple names: authors list (link) - ↑ "SEER Stat Fact Sheets: Leukemia". National Cancer Institute. 2011.
- ↑ ୧୦.୦ ୧୦.୧ American Cancer Society (02/03/2014). "Survival rates for childhood leukemia".
{{cite web}}
: Check date values in:|date=
(help)