କାଭେରନସ ସାଇନସ ଥ୍ରୋମ୍ବୋସିସ
କାଭେରନସ ସାଇନସ ଥ୍ରୋମ୍ବୋସିସ ( CST ) ରୋଗରେ ମସ୍ତିଷ୍କର ନିମ୍ନ ଭାଗରେ ଥିବା କାଭେରନସ ସାଇନସରେ ରକ୍ତ ଜମାଟ ବାନ୍ଧିଥାଏ ଯେଉଁଠାରୁ ରକ୍ତ ନିଷ୍କାସିତ ହୋଇ ପୁନଃ ହୃତ୍ପିଣ୍ଡକୁ ଫେରିଯାଏ । [୧] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଆଖି ଯନ୍ତ୍ରଣା, ଏକ୍ସୋଫଥାଲମସ, ଜ୍ୱର ଏବଂ ଦୈତ ଦୃଷ୍ଟି ହୋଇପାରେ । [୧] ପ୍ରାୟ ଗୋଟିଏ ଆଖି ପ୍ରାରମ୍ଭରେ ଜଡିତ ହୋଇଥାଏ ଓ ପରବର୍ତ୍ତୀ ସମୟରେ ଅନ୍ୟ ଆଖି ପ୍ରଭାବିତ ହୋଇଥାଏ । [୨] ଜଟିଳତା ମଧ୍ୟରେ ମେନିଞ୍ଜାଇଟିସ୍, ମସ୍ତିଷ୍କ ଆବସେସ୍ ଏବଂ ପିଟୁଇଟାରି ଅଭାବ ହୋଇପାରେ। [୩]
Cavernous sinus thrombosis | |
---|---|
ବିଭାଗ | Neurology |
ଲକ୍ଷଣ | Headache, eye pain, bulging eyes, fever, double vision[୧] |
ବିପଦ କାରକ | Boil of the nose, sinusitis, dental infection, injury, surgery, easy blood clot formation[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | CT scan or MRI[୩] |
ସଠିକ ରୋଗ ନିର୍ଣ୍ଣୟ | Carotid cavernous fistula, meningioma, orbital cellulitis[୨] |
ଚିକିତ୍ସା | Antibiotics, heparin, corticosteroids, surgery[୧] |
ପୁନଃପୌନିକ | Rare[୧] |
ମୃତ୍ୟୁ ସାନ୍ଦ୍ରତା | Up to 30% die[୧] |
ଏହା ଦୁଇ ପ୍ରକାର ଦେଖାଯାଏ - ସେପ୍ଟିକ୍ (ସଂକ୍ରମଣ) ଏବଂ ଆସେପ୍ଟିକ୍ (ଅଣସଂକ୍ରମଣ) | [୨] ମୁହଁ ସଂକ୍ରମଣ, ନାକ ଉପରେ ବଥ, ସାଇନୁସାଇଟିସ୍ ଏବଂ ଦାନ୍ତ ସଂକ୍ରମଣ ଭଳି ରୋଗମାନ ଏହି ରୋଗର ବିପଦ ସଙ୍କଟ ଅଟନ୍ତି । [୩] ସାଧାରଣତଃ ଷ୍ଟାଫିଲୋକୋକସ୍ ଆରିଅସ୍ ଏବଂ ଷ୍ଟ୍ରେପଟୋକୋକସ୍ ବ୍ୟାକ୍ଟେରିଆ ଯୋଗୁ ଏହି ରୋଗ ହୋଇଥାଏ ।। [୩] ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ଆଘାତ, ଅସ୍ତ୍ରୋପଚାର ଏବଂ ସହଜ ରକ୍ତ ଜମାଟ ବାନ୍ଧିବା ହୋଇପାରେ। [୨] ରୋଗ ନିର୍ଣ୍ଣୟ ସାଧାରଣତ ସିଟି ସ୍କାନ୍ କିମ୍ବା ଏମଆରଆଇ ଉପରେ ଆଧାରିତ ହୁଏ । [୩] ଏହା ଏକ ପ୍ରକାର ମସ୍ତିଷ୍କ ଭେନସ୍ ସାଇନସ୍ ଥ୍ରୋମ୍ବୋସିସ୍ । [୨]
ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । [୧] ଚିକିତ୍ସାରେ ଆଣ୍ଟିବାୟୋଟିକ୍, ହେପାରିନ୍ ଏବଂ କର୍ଟିକୋଷ୍ଟେରଏଡ ଦିଆଯାଏ । [୧] ଏହି ଅବସ୍ଥାରେ ଆବସେସ୍ ଥିଲେ ନିଷ୍କାସନ ପାଇଁ ବେଳେବେଳେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । [୧] [୨] ଚିକିତ୍ସା ସତ୍ତ୍ୱେ ୩୦% ଲୋକ ମୃତ୍ୟୁ ବରଣ କରନ୍ତି। [୧] ବଞ୍ଚିଯାଇଥିବା ଲୋକଙ୍କର ଦୃଷ୍ଟିହାନୀ ଏବଂ ବାତ ହୋଇପାରେ । [୧] ଗୁମ୍ଫା ସାଇନସ୍ ଥ୍ରୋମ୍ବୋସିସ୍ ରୋଗ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୦.୨ରୁ ୧.। ଲୋକଙ୍କୁ ପ୍ରଭାବିତ କରିଥାଏ । [୧] [୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Cavernous sinus thrombosis". nhs.uk (in ଇଂରାଜୀ). 14 May 2018. Archived from the original on 10 October 2017. Retrieved 7 April 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Plewa, MC; Tadi, P; Gupta, M (January 2022). "Cavernous Sinus Thrombosis". PMID 28846357.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Cavernous Sinus Thrombosis - Eye Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 7 April 2022.