ଅରବିନ୍ଦ ଢାଲି

ଓଡ଼ିଆ ରାଜନୀତିଜ୍ଞ

ଅରବିନ୍ଦ ଢାଲି ଜଣେ ଭାରତୀୟ ରାଜନୀତିଜ୍ଞ ତଥା ବିଜୁ ଜନତା ଦଳର ସଦସ୍ୟ । ଓଡ଼ିଶା ବିଧାନ ସଭାକୁ ସେ ଚାରିଥର ନିର୍ବାଚିତ ହୋଇଥିଲେ । ଏହି କ୍ରମରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ 1992ରୁ 2000 ମଧ୍ୟରେ ଦୁଇଥର ଏବଂ ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଗୋଟିଏ ଥର ପାଇଁଁ (୨୦୦୯ରୁ ୨୦୧୪) ନିର୍ବାଚିତ ହୋଇଥିଲେ ।[୧][୨] ତତ୍କାଳୀନ ଓଡ଼ିଶା ସରକାରଙ୍କ ବିଜେପି-ବିଜେଡି ମିଳିତ ସରକାରରେ ସେ ପରିବହନ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଇତିମଧ୍ୟରେ ୩୦ ଅପ୍ରେଲ ୨୦୦୬ରେ ସେ ବିଜେପି ଦଳ ଛାଡି ସେ ଭାରତୀୟ ଜନଶକ୍ତି ପାର୍ଟିରେ ଯୋଗ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।

ଆଧାର ସମ୍ପାଦନା

  1. "List of candidates for Malkangiri Constituency 2014". Retrieved 23 June 2017.
  2. "List of candidates for Jayadev Constituency 2014". Retrieved 23 June 2017.

ବାହାର ତଥ୍ୟ ସମ୍ପାଦନା