ଅନାଦି ଚରଣ ଦାସ

ଭାରତୀୟ ରାଜନୀତିଜ୍ଞ
(ଅନାଦୀ ଚରଣ ଦାସରୁ ଲେଉଟି ଆସିଛି)

ଅନାଦି ଚରଣ ଦାସ (ଜନ୍ମ: ୪ ଜାନୁଆରୀ ୧୯୩୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଅନାଦି ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୭୧, ୧୯୮୦, ୧୯୮୪, ୧୯୮୯, ଓ ୧୯୯୧ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ, ୮ମ, ୯ମ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଅନାଦି ଚରଣ ଦାସ
ସାଂସଦ: ୭ମ, ୮ମ, ୯ମ, ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୬
ନିର୍ବାଚନ ମଣ୍ଡଳୀଯାଜପୁର
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1935-01-04) ୪ ଜାନୁଆରୀ ୧୯୩୫ (ବୟସ ୮୯)
ବିଜିପୁର, କଟକ, ବ୍ରିଟିଶ ଭାରତ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀନେତ୍ରମଣି ଦାସ
ସନ୍ତାନ୪ ପୁଅ, ୧ ଝିଅ
ବାପା/ବୋଉମାୟାଧର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଅନାଦି ଚରଣ ଦାସ ୧୯୩୫ ମସିହାର ଜାନୁଅରୀ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାୟାଧର ଦାସ ଏବଂ ପତ୍ନୀଙ୍କ ନାମ ନେତ୍ରମଣି ଦାସ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଅନାଦି ଚରଣ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ୫ଥର କାର୍ଯ୍ୟ କରିଛନ୍ତି ।[୧]

ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧ ଭାବରେ ୧୯୭୧, ୧୦୮୦ ଓ ୧୯୮୪ ମସିହାରେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୮୯ ଓ ୧୯୯୧ ମସିହାରେ ଜନତା ଦଳର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ, ମାତ୍ର ୧୯୯୩ ମସିହାରେ ପି. ଭି. ନରସିଂହ ରାଓଙ୍କ ସରକାରରେ ସୃଷ୍ଟି ହୋଇଥିବା ବିବାଦ ସମୟରେ ସେ ୨୮ ଜୁଲାଇ ୧୯୯୩ ମସିହାରେ ପୁଣିଥରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।[୨][୩][୪]

ଲୋକ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୭ ସଭ୍ୟ, ୫ମ ଲୋକ ସଭା ଯାଜପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୪ ସଭ୍ୟ, ୭ମ ଲୋକ ସଭା ଯାଜପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୮୪ ୧୯୮୯ ସଭ୍ୟ, ୮ମ ଲୋକ ସଭା ଯାଜପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୮୯ ୧୯୯୧ ସଭ୍ୟ, ୯ମ ଲୋକ ସଭା ଯାଜପୁର ଜନତା ଦଳ
୧୯୯୧ ୧୯୯୬ ସଭ୍ୟ, ୧୦ମ ଲୋକ ସଭା ଯାଜପୁର ଜନତା ଦଳ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Anadi Charan Das". odishaassembly.nic.in. Odisha Assembly. Retrieved 24 November 2019.
  2. "Partywise Comparison since 1977 Jajpur Parliamentary Constituency". Election Commission of India. Retrieved 24 October 2015.
  3. "Former Mp Sent To Jail For Threatening Jmm Case Witness". Business Standard. 13 February 1997. Retrieved 28 October 2015.
  4. "Chronology of the JMM MPs' bribery case". Rediff. 29 September 2000. Retrieved 28 October 2015.

ବାହାର ଆଧାର ସମ୍ପାଦନା