ଅନନ୍ତ ମହାପାତ୍ର
ଅନନ୍ତ ମହାପାତ୍ର (ଜନ୍ମ : ୧୫ ଜୁନ ୧୯୩୬) ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ।[୧] ୧୯୫୦ ଦଶକରୁ ସେ ମଞ୍ଚ, ବେତାର, ଟେଲିଭିଜନ ନାଟକ ସହିତ ସକ୍ରିୟ । ସେ ୧୦୦ରୁ ଅଧିକ ନାଟକର ନିର୍ଦ୍ଦେଶନା କରିଛନ୍ତି । ତାଙ୍କୁ ୨୦୧୯ ମସିହା ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୨]
ଅନନ୍ତ ମହାପାତ୍ର | |
---|---|
ଜନ୍ମ | ୧୫ ଜୁନ ୧୯୩୬ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି(ସମୂହ) | ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା |
ପିତାମାତା(s) | ଜଷ୍ଟିସ ହରିହର ମହାପାତ୍ର , ହରିପ୍ରିୟା ଦେବୀ |
ପୁରସ୍କାର | କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦତ୍ତ) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅନନ୍ତଙ୍କ ଜନ୍ମ କଟକ ସହରରେ ହୋଇଥିଲା । ଜଷ୍ଟିସ ହରିହର ମହାପାତ୍ର ଥିଲେ ତାଙ୍କର ପିତା । ତାଙ୍କ ମାତାଙ୍କ ନାମ ଥିଲା ହରିପ୍ରିୟା ଦେବୀ । ପିଲାବେଳରୁ ସେ ହକି, ଫୁଟବଲ ଓ ଭଲିବଲ ଖେଳପ୍ରତି ଆଗ୍ରହୀ ଥିଲେ । ଅଭିନୟ ପ୍ରତି ମଧ୍ୟ ସେ ପିଲାଦିନରୁ ଆଗ୍ରହୀ ଥିଲେ ଓ ୧୯୫୦ ମସିହାରେ ଆକାଶବାଣୀ କଟକରୁ ପ୍ରସାରିତ ହେଉଥିବା ଶିଶୁ ସଂସାର କାର୍ଯ୍ୟକ୍ରମ ତାଙ୍କୁ ଅଭିନୟ ପ୍ରତି ଅଧିକ ଆକର୍ଷିତ କରିଥିଲା । ୧୯୫୨ ମସିହାରେ ସେ ଆହ୍ଲାବାଦଠାରେ ପାଠ ପଢ଼ୁଥିବା ସମୟରେ ନର୍ଥ ଇଣ୍ଡିଆନ ଥିଏଟର ସଂସ୍ପର୍ଶରେ ଆସିଥିଲେ ଓ ଏହା ନାଟକ ପାଇଁ ତାଙ୍କୁ ବାଟ କଢ଼େଇଥିଲା ।
ନାଟକ ଓ ଚଳଚ୍ଚିତ୍ର ଜୀବନ
ସମ୍ପାଦନାଅନନ୍ତ ମହାପାତ୍ର ୧୦୦ରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା କରିଛନ୍ତି । ୧୯୫୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ନାଟ୍ୟକାର ବିଶ୍ୱଜିତ ଦାସଙ୍କ ନାଟକରେ ତାଙ୍କୁ ଅଭିନୟ ଓ ନିର୍ଦ୍ଦେଶନା କରିବାର ସୁଯୋଗ ମିଳିଥିଲା । ଏହି ନାଟକଟି ଲୋକପ୍ରିୟ ହୋଇଥିଲା ଓ ତାଙ୍କ ନାଟ୍ୟଯାତ୍ରାର ମୂଳଦୁଆ ପକାଇଥିଲା । ସେ ଅଖିଳ ମୋହନ ପଟ୍ଟନାୟକ, ପାରମିତା ଶତପଥୀ, ପ୍ରସନ୍ନ ହୋତା, ଯଶୋଧାରା ମିଶ୍ର ଆଦିଙ୍କ ଗପକୁ ନାଟ୍ୟରୂପ ଦେଇଛନ୍ତି । ସେ ସବୁ ମଞ୍ଚ ଓ ଟେଲିଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି । ୧୯୮୨ ମସିହାରେ ସେ ଫକୀର ମୋହନ ସେନାପତିଙ୍କ ମାମୁକୁ ଟେଲିଫିଲ୍ମ ରୂପ ଦେଇଥିଲେ । ସେହିପରି ୧୯୯୫ ମସିହାରେ ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନ ଉପନ୍ୟାସକୁ ରେଡ଼ିଓରେ ଦଶଟି ଅଧ୍ୟାୟରେ ପଢ଼ିଥିଲେ ।
୧୯୬୪ ମସିହାରେ ସେ ନାଟ୍ୟସଂସ୍ଥା ସୃଜନୀ ଓ ୧୯୭୦ ଦଶକରେ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ ।[୩] ଥିଏଟର ଇନ ମୋସନ ନାମରେ ସେ ଅନ୍ୟ ଏକ ନାଟ୍ୟ ସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଥିଲେ ।
୧୯୭୫ ମସିହାରେ ସେ ବତୀଘର ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ।
ରଚିତ/ନିର୍ଦ୍ଦେଶିତ ନାଟକ
ସମ୍ପାଦନା- ସାଗର ମନ୍ଥନ
- ମାଣିକ ଯୋଡ଼ି
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୨୧ (୨୦୧୯ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦତ୍ତ)[୪]
- ଡକ୍ଟରେଟ - ୨୦୧୯ (ରେଭେନ୍ସା ବିଶ୍ୱବିଦ୍ୟାଳୟ)[୫]
- ବିଶ୍ୱ ନାଟ୍ୟ କଂଗ୍ରେସ, ଲଣ୍ଡନ ତରଫରୁ ସମ୍ମାନୀତ
- ନାଟ୍ୟ ସୌଧ ସଂସ୍ଥାନ, କଲିକତା ତରଫରୁ ସମ୍ମାନୀତ
- ଆଇ.ଆଇ.ଏ.ଏସ, ସିମଲା ତରଫରୁ ସମ୍ମାନୀତ
- ଇନଟାକ, ଭୁବନେଶ୍ୱର ତରଫରୁ ସମ୍ମାନୀତ[୬]
ଆଧାର
ସମ୍ପାଦନା- ↑ "Theatre in Odisha & Anant Mahapatra". www.orissadiary.com. orissa diary. Archived from the original on 31 August 2021. Retrieved 31 August 2021.
{{cite web}}
:|archive-date=
/|archive-url=
timestamp mismatch; 21 ଜାନୁଆରୀ 2021 suggested (help) - ↑ "ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୩୧/୦୮/୨୦୨୧ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. 31 August 2021. Archived from the original on 31 August 2021. Retrieved 31 August 2021.
- ↑ "Anant Mohapatra and Kumkum Mohanty to receive the Odisha Sangeet Natak Akademi highest honour". www.odishanewstimes.com. odisha news times. Archived from the original on 31 August 2021. Retrieved 31 August 2021.
- ↑ "Odisha Sangeet Natak Akademi Awards Announced For 2019 & 2020". www.pragativadi.com. pragativadi. Archived from the original on 31 August 2021. Retrieved 31 August 2021.
- ↑ "Silence Speaks a lot". www.orissapost.com. orissapost. Archived from the original on 31 August 2021. Retrieved 31 August 2021.
- ↑ "ବ୍ୟକ୍ତିତ୍ୱ". ଧରିତ୍ରୀ ଛୁଟିଦିନ ଡିସେମ୍ବର ୧୨-୧୮, ୨୦୨୧ ପୃଷ୍ଠା ୬. ଧରିତ୍ରୀ. Archived from the original on 13 December 2021. Retrieved 13 December 2021.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନନ୍ତ ମହାପାତ୍ର