ଅଖିଳ ମୋହନ ପଟ୍ଟନାୟକ

ଓଡ଼ିଆ ଗାଳ୍ପିକ

ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।

ଅଖିଳ ମୋହନ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1927-12-18)୧୮ ଡିସେମ୍ବର ୧୯୨୭
ମୃତ୍ୟୁ୨୯ ନଭେମ୍ବର ୧୯୮୨(1982-11-29) (ବୟସ ୫୪)
ବୃତ୍ତିଓକିଲାତି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓ ଅନ୍ଧଗଳି
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଜ୍ଞାନଦା ପଟ୍ଟନାୟକ
ସନ୍ତାନତିମିର ବରଣ ପଟ୍ଟନାୟକ, ଜୀମୂତ ବରଣ ପଟ୍ଟନାୟକ

ଅଖିଳମୋହନଙ୍କ ସମସାମୟିକ ସାହିତ୍ୟିକମାନେ ଗ୍ରାମାଞ୍ଚଳର ଜୀବନ ଆଧାରରେ ସେମାନଙ୍କ ସାହିତ୍ୟ ସୃଷ୍ଟି କରୁଥିଲା ବେଳେ ତାଙ୍କ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା ସହରୀ ଜୀବନ । ୧୯୪୮ ମସିହାରେ, ତାଙ୍କର ପ୍ରଥମ ଗଳ୍ପ "ସପନ" ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୮୧ ମସିହାରେ ଓ ଅନ୍ଧଗଳି ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[] ତାଙ୍କ ଲିଖିତ ପୁସ୍ତକ ଗୁଡ଼ିକ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇସାରିଛି ।[] ଅଖିଳ ମୋହନ ଅଭିନୟରେ ମଧ୍ୟ ରୁଚି ରଖୁଥିଲେ । "ଜନତା ରଙ୍ଗମଞ୍ଚ"ର ପୁନରୁଦ୍ଧାର ଦିଗରେ, ସେ କାର୍ଯ୍ୟ କରିଥିଲେ । []

ଅଖିଳ ମୋହନଙ୍କ ସ୍ମୃତିରେ ପ୍ରତିବର୍ଷ ତାଙ୍କ ଜନ୍ମବାର୍ଷିକି ୧୮ଡିସେମ୍ବର ଦିନ "ଅଖିଳ ଉତ୍ସବ" ପାଳନ କରାଯାଏ ।[]

ସାହିତ୍ୟ ସର୍ଜନା

ସମ୍ପାଦନା
  • ଓ ଅନ୍ଧଗଳି (ଗଳ୍ପ ସଂକଳନ)[] ୧୯୭୯
  • ଝଡ଼ର ଇଗଲ ଓ ଧରଣିର କୃଷ୍ଣସାର (ଗଳ୍ପ ସଂକଳନ)- ୧୯୬୪
  • ଅଖିଳାୟନ - ୧୯୯୮
  • ନଦୀର ନାମ ଗଣତନ୍ତ୍ର (ଗଳ୍ପ ସଂକଳନ) - ୧୯୮୪
  • ପ୍ରଥମ ଓ ଶେଷ (ଗଳ୍ପ ସଂକଳନ) - ୧୯୯୦
  • ଅନ୍ୟଦେଶ (ଭ୍ରମଣ ବୃତ୍ତାନ୍ତ)[] ୧୯୮୪
  • ଅନାଗତ ଫାଲ୍‌ଗୁନ (ଚିଠି ସଂକଳନ)
  • ବାଘରାଣୀ ଖଇରୀ (ଜୀବନୀ ସଂକଳନ) ୧୯୮୯

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧(ଓ ଅନ୍ଧଗଳି ପାଇଁ)[]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  1. ସଂଚାର, ୧୮ ଡିସେମ୍ବର ୨୦୧୪, ପୃଷ୍ଠା:୮
  2. "Sahitya Academy Awards : Oriya Books & Authors". indiapicks.com. 2009. Archived from the original on 23 April 2014. Retrieved 19 December 2014. SAHITYA ACADEMY AWARDEES - ORIYA
  3. Surendra Mahanty; Oḍiśā Sāhitya Ekāḍemī (1982). Souvenir, Orissa Sahitya Akademi Silver Jubilee, 1982. The Akademi.
  4. Akhiḷa Mohana Paṭṭanāẏaka (1 January 2006). O Andha Gali. Sahitya Akademi. pp. 176–. ISBN 978-81-260-1792-8.
  5. http://www.thehindu.com/todays-paper/tp-national/tp-otherstates/literary-awards-conferred-on-prusty-biyotprajna-tripathy/article119224.ece
  6. Akhil Mohan Patnaik (2009). Andhi gali. Sahitya Academy. ISBN 978-81-7201-676-0.
  7. "ଅଖିଳ ମୋହନଙ୍କ ପରି ତାଙ୍କ ଅନ୍ୟଦେଶ ମଧ୍ୟ ଅନନ୍ୟ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୧୫. Archived from the original on 19 December 2020. Retrieved 19 December 2020.
  8. http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)