ଅନନ୍ତ ନାରାୟଣ ସିଂହ ଦେଓ

ଓଡ଼ିଆ ରାଜନୀତିଜ୍ଞ

ଅନନ୍ତ ନାରାୟଣ ସିଂହ ଦେଓ (୫ ସେପ୍ଟେମ୍ବର ୧୯୨୯ - ୧ ଡିସେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧, ୧୯୭୭ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ, ୭ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଅନନ୍ତ ନାରାୟଣ ସିଂହ ଦେଓ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଗନ୍ତାୟତ ସ୍ୱାଇଁ
ପର ଅଧିକାରୀଶାନ୍ତି ଦେବୀ
ନିର୍ବାଚନ ମଣ୍ଡଳୀସୋରଡ଼ା
ସାଂସଦ: ୯ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୧
ପୂର୍ବ ଅଧିକାରୀସୋମନାଥ ରଥ
ପର ଅଧିକାରୀରାମଚନ୍ଦ୍ର ରଥ
ନିର୍ବାଚନ ମଣ୍ଡଳୀଆସିକା
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଶରତ ଚନ୍ଦ୍ର ପଣ୍ଡା
ପର ଅଧିକାରୀଗନ୍ତାୟତ ସ୍ୱାଇଁ
ନିର୍ବାଚନ ମଣ୍ଡଳୀସୋରଡ଼ା
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀଅର୍ଜୁନ ନାଏକ
ପର ଅଧିକାରୀଶରତ ଚନ୍ଦ୍ର ପଣ୍ଡା
ନିର୍ବାଚନ ମଣ୍ଡଳୀସୋରଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-09-05)୫ ସେପ୍ଟେମ୍ବର ୧୯୨୯
ମୃତ୍ୟୁ୧ ଡିସେମ୍ବର ୨୦୦୩(2003-12-01) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି, ଜନତା ପାର୍ଟି
ଜୀବନ ସାଥୀଶାନ୍ତି ଦେବୀ
ସନ୍ତାନକିଶୋର ଚନ୍ଦ୍ର ସିଂହ ଦେଓ (ପୁଅ)
ବାପା/ବୋଉବ୍ରଜ କିଶୋର ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଅନନ୍ତ ନାରାୟଣ ସିଂହ ଦେଓ ୧୯୨୯ ମସିହାର ସେପ୍ଟେମ୍ବେର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜ କିଶୋର ସିଂହ ଦେଓ ଓ ପତ୍ନୀଙ୍କ ନାମ ଶାନ୍ତି ଦେବୀ[୧]

ରାଜନୈତିକ ଜୀବନ ସମ୍ପାଦନା

ଅନନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ସେ ୧୯୬୭ରୁ ୧୯୬୯, ୧୯୭୧ରୁ ୧୯୭୨ ଏବଂ ୧୯୮୦ ମସିହାରେ କିଛି ମାସ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ସୋରଡ଼ା ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ସୋରଡ଼ା ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ସୋରଡ଼ା ଜନତା ପାର୍ଟି
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ସୋରଡ଼ା ଭାରତୀୟ ଜନତା ପାର୍ଟି

ମୃତ୍ୟୁ ସମ୍ପାଦନା

ଅନନ୍ତ ୨୦୦୩ ମସିହାର ଡିସେମ୍ବର ୧ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Ananta Narayan Singh Deo". odishaassembly.nic.in. Odisha Assembly. Retrieved 18 February 2021.