ଗନ୍ତାୟତ ସ୍ୱାଇଁ

ଓଡ଼ିଆ ରାଜନୀତିଜ୍ଞ

ଗନ୍ତାୟତ ସ୍ୱାଇଁ (୧ ଜୁଲାଇ ୧୯୨୯ - ୩୧ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଗନ୍ତାୟତ ସ୍ୱାଇଁ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଅନନ୍ତ ନାରାୟଣ ସିଂହ ଦେଓ
ପର ଅଧିକାରୀଶରତ ଚନ୍ଦ୍ର ପଣ୍ଡା
ନିର୍ବାଚନ ମଣ୍ଡଳୀସୋରଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-07-01)୧ ଜୁଲାଇ ୧୯୨୯
ମୃତ୍ୟୁ୩୧ ଜାନୁଆରୀ ୨୦୦୩(2003-01-31) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ (ଇ)
ଜୀବନ ସାଥୀଭଗବତୀ ସ୍ୱାଇଁ
ବାପା/ବୋଉକାନ୍ଧା ସ୍ୱାଇଁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଗନ୍ତାୟତ ସ୍ୱାଇଁ ୧୯୨୯ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାନ୍ଧା ସ୍ୱାଇଁ ଓ ପତ୍ନୀଙ୍କ ନାମ ଭଗବତୀ ସ୍ୱାଇଁ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଗନ୍ତାୟତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଗନ୍ତାୟତ ୨୦୦୩ ମସିହାର ଜାନୁଆରୀ ୩୧ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Gantayat Swain". odishaassembly.nic.in. Odisha Assembly. Retrieved 15 February 2021.