କିଶୋର ଚନ୍ଦ୍ର ସିଂହ ଦେଓ

ଓଡ଼ିଆ ରାଜନୀତିଜ୍ଞ

କିଶୋର ଚନ୍ଦ୍ର ସିଂହ ଦେଓ (୨ ଜୁଲାଇ ୧୯୬୧ - ୨୮ ମଇ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କିଶୋର ଚନ୍ଦ୍ର ସିଂହ ଦେଓ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଉଷାରାଣୀ ପଣ୍ଡା
ପର ଅଧିକାରୀପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ନିର୍ବାଚନ ମଣ୍ଡଳୀସୋରଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1961-07-27)୨୭ ଜୁଲାଇ ୧୯୬୧
ମୃତ୍ୟୁ୨୮ ମଇ ୨୦୧୦(2010-05-28) (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀନନ୍ଦୀନି ଦେବୀ
ବାପା/ବୋଉଅନନ୍ତ ନାରାୟଣ ସିଂହ ଦେଓ (ବାପା)
ଶାନ୍ତି ଦେବୀ (ମାଆ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କିଶୋର ଚନ୍ଦ୍ର ସିଂହ ଦେଓ ୧୯୬୧ ମସିହାର ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ନାରାୟଣ ସିଂହ ଦେଓ ଓ ମାତାଙ୍କ ନାମ ଶାନ୍ତି ଦେବୀ ଏବଂ ତାଙ୍କ ପତ୍ନୀଙ୍କ ନାମ ନନ୍ଦୀନି ଦେବୀ ।[୧] ତାଙ୍କ ବାପା ଜଣେ ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

କିଶୋର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

କିଶୋର ୨୦୧୦ ମସିହାର ମଇ ୨୮ ତାରିଖରେ ୪୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Kishore Chandra Singh Deo". odishaassembly.nic.in. Odisha Assembly. Retrieved 16 February 2021.
  2. "Orissa ex-royals in fray". Hindustan Times (in ଇଂରାଜୀ). 9 April 2004. Retrieved 16 February 2021.