ଶିଶୁ ଅନନ୍ତ ଦାସ

ଓଡ଼ିଆ ସନ୍ଥ ଓ କବି
(ଅନନ୍ତ ଦାସରୁ ଲେଉଟି ଆସିଛି)

ଶିଶୁ ଅନନ୍ତ ଦାସ (ଜନ୍ମନାମ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ ।

ଶିଶୁ

ଅନନ୍ତ ଦାସ
ଶିଶୁ ଅନନ୍ତ.jpg
ଶିଶୁ ଅନନ୍ତଙ୍କ ଗାଦି ପ୍ରତିମା
ଜନ୍ମ ଓ ଜନ୍ମସ୍ଥାନଅନନ୍ତ ମହାନ୍ତି[୧]
୧୪୮୬[୨] (ଅନ୍ୟମତେ ୧୪୭୨)
ବାଲିପାଟଣା
ବୃତ୍ତିକବି
ଭାଷାଓଡ଼ିଆ
ସମୟପଞ୍ଚସଖା ଯୁଗ
ସାହିତ୍ୟ କୃତିହେତୂଦୟ ଭାଗବତ
ଜ୍ଞାତି କୁଟୁମ୍ବକପିଳ ମହାନ୍ତି (ପିତା)
ଗୌରୀ (ମାତା)

ମହାପୁରୁଷ ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ । ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତଙ୍କ ସହିତ ଅନନ୍ତ ଥିଲେ ଯୋଗଜ୍ଞାନ ଉପରେ ଆଧାରିତ ଉତ୍କଳୀୟ ବୈଷ୍ଣବ ମତବାଦର ଜଣେ ପରିପୋଷକ ସନ୍ଥ ।

ଜୀବନସମ୍ପାଦନ କରନ୍ତୁ

ଶିଶୁଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ । ତାଙ୍କ ଜନ୍ମ ‘ବାଲିପାଟଣା’ ଅଞ୍ଚଳରେ । ଗବେଷକ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ ଶିଶୁ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୨୫ ଅଙ୍କରେ ଖ୍ରୀଷ୍ଟାବ୍ଦ ୧୪୮୬ରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ'ରୁ ଜଣାଯାଏ । ଅନ୍ୟମତେ ଅନନ୍ତ ଦାସଙ୍କ ଜନ୍ମ ୧୪୭୨ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।

'ଶିଶୁ' ଉପାଧିସମ୍ପାଦନ କରନ୍ତୁ

ତାଙ୍କ ନାମ କାହିଁକି ଶିଶୁ ଅନନ୍ତ ହେଲା ଏ ବିଷୟରେ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ତିର୍ତ୍ତୋଲ ଥାନା ଅରିଲୋ ଗ୍ରାମ ଅବସ୍ଥିତ । ଏହି ଗ୍ରାମଟି ପାଇକା ଓ ମୁକୁପାଇକା ନଦୀର ମଧ୍ୟସ୍ଥଳରେ ରହିଛି । ସେହି ଗାଁ ପାଖ ଗହୀର ଜମି ରାଧାକାନ୍ତ ଠାକୁରଙ୍କର । ସେହି ଜମି ମଧ୍ୟରେ ଏକ ଉଇହୁଙ୍କା ଥିଲା । ଗ୍ରାମର ପୁରୁଖା ଲୋକ ଓ ବୁଢ଼ୀମାନେ କହନ୍ତି, କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କୁ ମନାସୁଥିବା ଭୋଗ ନପାଇ ପାରିଲେ ଏହି ରାଧାକାନ୍ତ ହୁଙ୍କା ପାଖରେ ସମର୍ପଣ କରିଦିଆଯାଏ । ଏହି ହୁଙ୍କାଟି କଣ୍ଟକିତ ଗୁଳ୍ମଦ୍ୱାରା ଆଚ୍ଛାଦିତ । ବହୁ ସର୍ପଙ୍କର ବାସସ୍ଥଳୀ । ମୁଖ୍ୟ ସର୍ପଟି ଅତି ଭୟଙ୍କର । ୧୯୬୨ରେ ଏଇ ହୁଙ୍କା ମଧ୍ୟରେ ଶିଶୁ ଅନନ୍ତଙ୍କ ଆଭାସ ଉଦ୍ଭାସିତ ହୋଇଥିବାର ଜଣାଯାଏ ।

ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପାଖଡ଼ ଗ୍ରାମର ସତ୍ୟାନନ୍ଦ ସାହୁ ସେହି ହୁଙ୍କାବାଟେ ଯାଉଥିଲେ । ହୁଙ୍କାପାଖ ହିଡମୁଣ୍ଡରୁ ଜଣେ ବାବାଜୀ ତାଙ୍କୁ ଡାକିଲେ । ତାଙ୍କଠାରୁ ପାଚିଲା କଦଳୀ ଖାଇବାକୁ ମାଗିଲେ । ନାମ ପଚାରିବାରୁ କହିଲେ ‘ ମୁଁ, ଶିଶୁ ଅନନ୍ତ’ । କଦଳୀ ଖାଇ ସେ ଅଦୃଶ୍ୟ ହୋଇଗଲେ । ସେହିଦିନଠାରୁ ଶିଶୁ ଅନନ୍ତଙ୍କ ନାମ ପ୍ରଚାରିତ ହେଲା ।

ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ । ପରବର୍ତ୍ତୀ କାଳରେ 'ଶିଶୁ' ଗୋଷ୍ଠୀର କବିମାନେ ଉପାଧି ଧାରଣ କରିଥିବା ଜଣାଯାଏ, ଯେପରି- ଶିଶୁ ଅର୍ଜୁନ ଦାସ (କଳ୍ପଲତା, ରାମବିଭା), ଶିଶୁ ବନମାଳି ଦାସ (ରାସ), ଶିଶୁ ଶଙ୍କର ଦାସ (ଉଷାଭିଳାଷ), ଶିଶୁ ପ୍ରତାପରାୟ (ଶଶିସେଣା) ଓ ଶିଶୁ ଦୟାନିଧି ଦାସ (ଅଶ୍ୱମେଧ ଯାଗ) ।[୩]

ସାହିତ୍ୟିକ କୃତିସମ୍ପାଦନ କରନ୍ତୁ

 
ବାଲିପାଟଣାରେ ଅନନ୍ତଙ୍କ ପ୍ରତିମୂର୍ତ୍ତି


  • ଗୁପ୍ତବାଣୀ
  • ଉଦେବାଖର
  • କଳି ମାଳିକା
  • କଳି ଭାଗବତ
  • ଗୁପ୍ତ ବ୍ରହ୍ମତତ୍ତ୍ୱ ଦର୍ଶନ
  • ତତ୍ତ୍ୱପୂର୍ଣ୍ଣ ଗୀତା
  • ତାଣ୍ଡବ ରାସ
  • ପଦକଳ୍ପତରୁ
  • ପଦ ପୋଥି
  • ପଦ୍ମବନ ରାସ
  • ବ୍ରହ୍ମପାର୍ଥିବ ତତ୍ତ୍ୱସାର ଗୀତା
  • ଭବିଷ୍ୟ ତତ୍ତ୍ୱ ଲେଖନ
  • ମୋହକଳ୍ପ ତତ୍ତ୍ୱଟୀକା
  • ଶବ୍ଦବ୍ରହ୍ମ ବା ସୁପ୍ରକାଶ
  • ଜ୍ଞାନଲହରୀ
  • ଶୂନ୍ୟନାମ ଭେଦ
  • ଶୂନ୍ୟରାଦ ଓ ସନ୍ଧିଜ୍ଞାନ
  • ସଂସାର ତତ୍ତ୍ୱବୋଧ ଲେଖନ
  • ହେତୁ ଉଦୟ ଭାଗବତ
  • ଗରୁଡ଼ କେଶବ (ସମ୍ବାଦ) ଚଉତିଶା
  • ଭବିଷ୍ୟ ପୁରାଣ
  • ଚୁମ୍ବକ ଆଗତ ଭବିଷ୍ୟ ମାଳିକା[୪]
  • ଅର୍ଥତାରେଣୀ
  • ପ୍ରଶ୍ନୋତ୍ତର
  • ଅଣାକାର ଶବଦ
  • ଭକ୍ତିମୁକ୍ତିଦାୟକ ଗୀତା[୩]

ମୁଦ୍ରଣସମ୍ପାଦନ କରନ୍ତୁ

ଶିଶୁ ଅନନ୍ତଙ୍କର ଗ୍ରନ୍ଥଗୁଡ଼ିକ ମୁଦ୍ରିତ ନ ହୋଇଥିବାରୁ ସେଗୁଡ଼ିକ ସମ୍ବନ୍ଧରେ ବିଶେଷ କିଛି ଜାଣିବାର ସୁବିଧା ନାହିଁ । ଭୁବନେଶ୍ୱରରେ ଥିବା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଗ୍ରନ୍ଥାଗାରରେ ତାଙ୍କର କେତୋଟି ଗ୍ରନ୍ଥର ପାଣ୍ଡୁଲିପି ଥିବା ଶିଶୁ ଅର୍ଜୁନ ଦାସଙ୍କ କଳ୍ପଲତା କାବ୍ୟର ମୁଖବନ୍ଧରେ ଶ୍ରୀ କେଦାରନାଥ ମହାପାତ୍ର ଲେଖିଛନ୍ତି । ଏହି ଗ୍ରନ୍ଥଗୁଡ଼ିକରେ ଶିଶୁ ଅନନ୍ତଙ୍କ ଭଣିତା ରହିଛି ।[୩]

ଧର୍ମତତ୍ତ୍ୱସମ୍ପାଦନ କରନ୍ତୁ

ବଳିଆ ବାବା କହନ୍ତି, ଶିଶୁ ଅନନ୍ତ ହେଉଛନ୍ତି ସତ୍ୟର ଶେଷଦେବ ନୃସିଂହ, ତ୍ରେତୟାର ରାମ ଲକ୍ଷ୍ମଣ, ଦ୍ୱାପରର କୃଷ୍ଣ ବଳରାମ, ଜଗନ୍ନାଥ ଚେତନାର ଜଗନ୍ନାଥ ବଳଦେବ ଓ ବୈଷ୍ଣବୀୟ ଦର୍ଶନର ଗୌର ନିତାଇ । ଶିଶୁ ଅନନ୍ତ ଜଣେ ପ୍ରସିଦ୍ଧ ଯୋଗସାଧକ ଥିଲେ । ସେ ସ୍ୱକୀୟ ଯୋଗ ବଳରେ ଜଗତର ପିତାମାତା ଲକ୍ଷ୍ମୀନାରାୟଣଙ୍କର କୋଳରେ ଶିଶୁ ପ୍ରଦ୍ୟୁମ୍ନଙ୍କ ରୂପରେ ଖେଳିଥିଲେ । ତାଙ୍କ ନାମରେ ଅନେକ ଗ୍ରନ୍ଥମାନ ରଚିତ ହୋଇଛି । ଶିଶୁ ଅନନ୍ତଙ୍କ ତତ୍ତ୍ୱଜ୍ଞାନ ସମ୍ବଳିତ ରଚନା ଅପେକ୍ଷା ତାଙ୍କ ଭବିଷ୍ୟବାଣୀ ମାଳିକା ଅଧିକ ଲୋକପ୍ରିୟ ।[୫]

ଅନନ୍ତଙ୍କ ରଚନାଗୁଡ଼ିକ ଓଡ଼ିଶାରେ ଏକଦା ପ୍ରସିଦ୍ଧ ନାଥ ସମ୍ପ୍ରଦାୟର ଧାରାରେ ରଚିତ ବୋଲି ଗବେଷକମାନେ କୁହନ୍ତି ।[୬]

ଅନନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ଓ ସେମାନଙ୍କ କାଳରେ ଅନେକ ଓଡ଼ିଆ ଭକ୍ତି ସାହିତ୍ୟର ସୃଷ୍ଟି ହୋଇଥିଲା ।[୭][୮][୯][୧୦][୧୧]

ଆଧାରସମ୍ପାଦନ କରନ୍ତୁ

  1. Studies in medieval religion and literature of Orissa, Chittaranjan Das Visva-Bharati, 1951
  2. The Orissa Historical Research Journal, Volume 34, Superintendent of Research and Museum, 1988 - Odisha (India)
  3. ୩.୦ ୩.୧ ୩.୨ ଓଡ଼ିଆ ସାହିତ୍ୟର ଇତିହାସ - ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ । ଗ୍ରନ୍ଥ ମନ୍ଦିର, କଟକ, ବ୍ରହ୍ମପୁର । ୧୯୬୭, ଦ୍ୱିତୀୟ ମୁଦ୍ରଣ ।
  4. ''Medieval India: Essays in medieval Indian history and culture'', Shahabuddin Iraqi, Manohar, 01-Jan-2008, 322 pages
  5. ପ୍ରମେୟ ରବିବାର, ପୃଷ୍ଠା- ୨, ୩.୨.୨୦୧୩
  6. ''Medieval Indian Literature: Surveys and selections'' edited by Ayyappappanikkar. Sahitya Akademi, 1997. ISBN 9788126003655
  7. ATIBADI JAGANNATHA DAS, POET THE GREAT
  8. Oriya literature
  9. Heinz Kloss, Grant D. McConnell. The Written languages of the world: a survey of the degree ..., Volume 2, Book 1.ISBN 978-2-7637-7186-1
  10. Atibadi Jagannath Das
  11. Bijoy Misra. Oriya Language and Literature. April 11, 2009