ଅଙ୍ଗୁରୁ ନମିଳିଲେ ଖଟା
ଅଙ୍ଗୁରୁ ନମିଳିଲେ ଖଟା, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଦେବାଶିଷ ପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଅଙ୍ଗୁରୁ ନମିଳିଲେ ଖଟା | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
ପ୍ରଯୋଜକ | ଦେବାଶିଷ ପାତ୍ର |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଦେବାଶିଷ ପାତ୍ର |
କଳାକାର | ଦେବାଶିଷ ପାତ୍ର ଅଙ୍କିତା ମହାନ୍ତି ପୁପିନ୍ଦର ସିଂହ ପିଣ୍ଟୁ ନନ୍ଦ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଶରତ ନାୟକ |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୩୦ ଅଗଷ୍ଟ ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ ଅଙ୍କିତା ମହାନ୍ତି । ପୁପିନ୍ଦର ସିଂହ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ରାଜୀବ ମହାନ୍ତି, ଗୀତ ଜୈନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଅଗଷ୍ଟ ୩୦ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଗୀତିକାର ବିଜୟ ମଲ୍ଲ ଓ ଶରତ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ସଂଗ୍ରାମ, ଶରତ ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ତତେ ମୁଁ ଭଲ ପାଉଛି ଏତେ ।" |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଙ୍ଗୁରୁ ନମିଳିଲେ ଖଟା