ଅଇଁଠୁ ସାହୁ

ଓଡ଼ିଆ ରାଜନୀତିଜ୍ଞ
(ଅଇଣ୍ଠୁ ସାହୁରୁ ଲେଉଟି ଆସିଛି)

ଅଇଁଠୁ ସାହୁ‌ (୨୪ ଅପ୍ରେଲ ୧୯୨୪ - ୨୮ ନଭେମ୍ବର ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ଓ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ, ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଇଁଠୁ ସାହୁ‌
Ainthu Sahoo.jpg
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୭
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ପର ଅଧିକାରୀବିବେକାନନ୍ଦ ମେହେର
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ପର ଅଧିକାରୀବିବେକାନନ୍ଦ ମେହେର
ନିର୍ବାଚନ ମଣ୍ଡଳୀସଇଁତଳା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଅର୍ଜୁନ ଦାସ, ଗଣେଶ ରାମ ବରିହା
ପର ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୪ ଅପ୍ରେଲ ୧୯୨୪(1924-04-24)
ମୃତ୍ୟୁ୨୮ ନଭେମ୍ବର ୨୦୧୩(2013-11-28) (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପୌର୍ଣ୍ଣମାସୀ ଦେବୀ
ବାପା/ବୋଉଭଗବାନ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ଅଇଁଠୁ ସାହୁ‌ ୧୯୨୪ ମସିହାର ଅପ୍ରେଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ସାହୁ ଓ ପତ୍ନୀଙ୍କ ନାମ ପୌର୍ଣ୍ଣମାସୀ ଦେବୀ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ଅଇଁଠୁ ସାହୁ‌ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଓ ପରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ସେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ସଇଁତଳା ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି

ମୃତ୍ୟୁସମ୍ପାଦନ କରନ୍ତୁ

ଅଇଁଠୁ ସାହୁ ୨୦୧୩ ମସିହାର ନଭେମ୍ବର ୨୮ ତାରିଖରେ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Shri Ainthu Sahoo". odishaassembly.nic.in. Odisha Assembly. Retrieved 23 September 2021.