ଅଅଁଳା ନବମୀ
କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଅଁଳା ନବମୀ ଭାବେ ପାଳନ କରାଯାଏ ।[୨] ଏହି ଦିନ ଅଅଁଳା ଗଛକୁ ପୂଜା କରାଯାଏ । ଓଡ଼ିଶାର ଧର୍ମ ସଂସ୍କୃତିରେ ଅଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି । ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଅଁଳାର ସୃଷ୍ଟି । ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହେଇଥିବା ବିଶ୍ୱାସ କରାଯାଏ ।[୩]
ଅଅଁଳା ନବମୀ | |
---|---|
ଅନ୍ୟ ନାମ | ଅକ୍ଷୟ ନବମୀ, ଧାତ୍ରୀ ନବମୀ |
ପାଳନକାରୀ | ହିନ୍ଦୁ |
ପ୍ରକାର | ଧାର୍ମିକ |
ପର୍ବ ପାଳନ | ପୂଜା, ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ |
ତାରିଖ | କାର୍ତ୍ତିକ ଶୁକ୍ଳ ନବମୀ |
୨୦୨୪ ତାରିଖ | ୧୦ ନଭେମ୍ବର, (ରବିବାର) |
ସମ୍ପର୍କିତ | ଅଅଁଳା |
କିମ୍ବଦନ୍ତୀ
ସମ୍ପାଦନାଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛାକଲେ । କ’ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଚକ୍ଷୁରୁ ଏକସଙ୍ଗେ ଲୁହ ଝରିଲା । ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଅଁଳାଗଛ ସୃଷ୍ଟିହେଲା । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ । କିନ୍ତୁ ଅସୁବିଧା ଥିଲା ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନ ଥିଲା । ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର କିମ୍ବା ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନ ଥିଲା । ଦୁହେଁ ଭାବିବାକୁ ଲାଗିଲେ କିପରି ଏ ସମସ୍ୟାର ଆଶୁ ସମାଧାନ ହେବ । ଠିକ୍ ସେତିକିବେଳେ ନାରଦ ମୁନି ସେଠାରେ ପହଞ୍ଚି ସମସ୍ୟାଟି ଶୁଣି ଅଅଁଳା; ବିଲ୍ୱ ଓ ତୁଳସୀ ସମାହାର ବୋଲି ସେମାନଙ୍କୁ କହିବାରୁ, ସେ ଦୁହେଁ ଅଅଁଳାଗଛ ନିକଟରେ ପୂଜାକାର୍ଯ୍ୟ ସମାପନ କଲେ । ସେଇଥି ପାଇଁ ଅଅଁଳା ଶିବ ଓ ବିଷ୍ଣୁଙ୍କର ପ୍ରିୟବୃକ୍ଷ ।
ଓଡ଼ିଶାରେ ପୂଜାବିଧି
ସମ୍ପାଦନାଅଅଁଳା ନବମୀରେ ଅଅଁଳା ଗଛ ତଳେ ବଟା ଅଅଁଳାରେ ଭଗବାନ୍ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ ।[୪] ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ ଅଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ । ହବିଷିଆଳୀମାନେ ଏହିଦିନ ଅଅଁଳାଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷଣ କରିଥାନ୍ତି ।[୫]
ଆଧାର
ସମ୍ପାଦନା- ↑ "2015 Akshaya Navami". DrikPanchang. Retrieved 2 November 2014.
- ↑ "ଆର୍କାଇଭ୍ କପି". Archived from the original on 2012-11-28. Retrieved 2012-11-24.
{{cite web}}
: Cite has empty unknown parameter:|1=
(help) - ↑ "Significance of Akshaya Navami". AstroSpeak.com. Times Internet Limited. Retrieved 2 November 2014.
- ↑ "ଆର୍କାଇଭ୍ କପି". Archived from the original on 2012-10-16. Retrieved 2012-11-24.
{{cite web}}
: Cite has empty unknown parameter:|1=
(help) - ↑ ସମ୍ବାଦ, ପୃଷ୍ଠା-୨, ୨୨.୧୧.୨୦୧୨
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |