ଇଣ୍ଟରନେଟ

କୋମ୍ପୁଟର ମାନଙ୍କ ଅନ୍ତର୍ଜାତିକ ମେଳଣ

ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ଇଣ୍ଟରନେଟ‎
ଇଣ୍ଟରନେଟ‎

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ୱବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।[୧]

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୂଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ୱରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଜ୍ଞାନକୌଶଳ

ସମ୍ପାଦନା

ଇଣ୍ଟରନେଟରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ । ସର୍ଭରଗୁଡ଼ିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭର ବା ମୁଖ୍ୟ କମ୍ପ୍ୟୁଟରରେ ଡାଟା ସବୁ ସାଇତି ରଖା ଯାଇଥାଏ । ପ୍ରତ୍ୟେକ ସର୍ଭରର ସ୍ୱତନ୍ତ୍ର ନାମ ଏବଂ ଆଡ୍ରେସ ରହିଥାଏ । ଆମେ ଯେତେବେଳେ ଆମ କମ୍ପ୍ୟୁଟରରେ ୱେବସାଇଟ ଖୋଳୁଛୁ, ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭରରୁ ସମ୍ପୃକ୍ତ ପ୍ରୁଷ୍ଠାକୁ ଆମ କମ୍ପ୍ୟୁଟରରେ ଦେଖେଇ ଥାଏ ଏବଂ ଆମେ ଆମ କାମ କରିଥାଉ ।

ଶିଷ୍ଟ୍ୟଗୁଡିକ:

ସମ୍ପାଦନା

ସୂଚନା ପ୍ରଦାନ କରେ: ଇଣ୍ଟରନେଟ ହେଉଛି ସୂଚନାର ସବୁଠାରୁ ବଡ଼ ଏନସାଇକ୍ଲୋପିଡିଆ। ଏଠାରେ ୱେବସାଇଟ, ଡିଜିଟାଲ ଲାଇବ୍ରେରୀ, ବୈଜ୍ଞାନିକ ଗବେଷଣା ପତ୍ର ଏବଂ ପ୍ରବନ୍ଧ ମାଧ୍ୟମରେ ଏକ ବିଶାଳ ସୂଚନା ସମୃଦ୍ଧି ରହେ।

ସୂଚନା ବିନିମୟ: ଏହା ଏକ ମଞ୍ଚ ଭାବେ କାମ କରେ ଯେଉଁଠାରେ ଜଗତର ଯେକୌଣସି ସ୍ଥାନର ଲୋକମାନେ ସୂଚନା ବିନିମୟ କରିପାରନ୍ତି।

ନେଟୱାର୍କିଂରେ ସାହାଯ୍ୟ କରେ: ଇଣ୍ଟରନେଟ ଏମିତିକି ଏକ ପ୍ଲାଟଫର୍ମ ଦିଏ ଯେଉଁଠାରେ ଲୋକମାନେ ଅନ୍ୟ ଲୋକଙ୍କ ସହିତ ଯୋଗାଯୋଗ ଏବଂ ନେଟୱାର୍କିଂ କରିପାରନ୍ତି। ଏହା ଫଳରେ ନେଟୱାର୍କ ତିଆରି ହେବ ଏବଂ ସାମାଜିକ ଭାବେ ମିଶିପାରିବାରେ ସାହାଯ୍ୟ ମିଳେ।

ଶିକ୍ଷା ଏବଂ ଶିକ୍ଷାର ସୁବିଧା: ଇଣ୍ଟରନେଟ ଜଗତର ଭିନ୍ନ ଭିନ୍ନ ଶିକ୍ଷା ସମ୍ପଦ ଏବଂ ଅନଲାଇନ୍ କୋର୍ସ ପ୍ରଦାନ କରେ। ଏଥିପାଇଁ ଏହା ଅନଲାଇନ୍ କ୍ଲାସ, ଇ-ଲେର୍ନିଂ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷାକୁ ଉପଲବ୍ଧ କରେ।

ବ୍ୟବସାୟ ଏବଂ ବ୍ୟବସାୟ ଉନ୍ନତି: ଇଣ୍ଟରନେଟ ବ୍ୟବସାୟକୁ ଗୋଲକିୟ ବଜାର ସହିତ ପ୍ରତିସ୍ପର୍ଦ୍ଧା କରିବାକୁ ସାହାଯ୍ୟ କରେ। ଇ-କମର୍ସ ୱେବସାଇଟ, ଡିଜିଟାଲ ମାର୍କେଟିଂ, ଏବଂ ଅନଲାଇନ୍ ବିଜ୍ଞାପନ ମାଧ୍ୟମରେ ବ୍ୟବସାୟ ଅଧିକ ଗ୍ରାହକଙ୍କୁ ପହଞ୍ଚିପାରେ।

ମନୋରଞ୍ଜନ ଏବଂ ସୃଜନଶୀଳତା: ଇଣ୍ଟରନେଟ ଏକ ବଡ଼ ମାଧ୍ୟମ ମନୋରଞ୍ଜନ ଏବଂ ସୃଜନଶୀଳତା ପାଇଁ। ଲୋକମାନେ ଅନଲାଇନ୍ ଗେମିଂ, ଷ୍ଟ୍ରିମିଂ ସେବାଗୁଡ଼ିକ, ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ନିଜର ସୃଜନଶୀଳତା ପ୍ରକାଶ କରିପାରନ୍ତି।

ସମାଚାର ଏବଂ ଯୋଗାଯୋଗ: ଇଣ୍ଟରନେଟ ଲୋକମାନେ ସମାଚାର ସହିତ ଅପଡେଟ୍ ରହିବାକୁ ଏବଂ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାକୁ ସାହାଯ୍ୟ କରେ। ବ୍ଲଗ, ସମାଚାର ୱେବସାଇଟ, ଏବଂ ସୋସିଆଲ ମିଡିଆ ଭିନ୍ନ ଖବର ଏବଂ ମତାମତ ପ୍ରଦାନ କରେ।

  1. "Internet | Description, History, Uses, & Facts | Britannica". www.britannica.com (in ଇଂରାଜୀ). Retrieved 6 February 2022.