ଉଇକିଡାଟା
ଉଇକିଡାଟା ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । [୨][୩] ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।[୪]
ୟୁ.ଆର.ଏଲ | www.wikidata.org |
---|---|
ବ୍ୟବସାୟିକ | No |
ସାଇଟର ପ୍ରକାର | |
ରେଜେଷ୍ଟ୍ରିକରଣ | Optional |
ମିଳୁଥିବା ଭାଷା | Multilingual |
ମାଲିକ | Wikimedia Foundation |
ତିଆରି କରିଥିଲେ | Wikimedia community |
ଆରମ୍ଭ କରାଯାଇଥିଲା | 30 ଅକ୍ଟୋବର 2012 |
ଆଲେକ୍ସା କ୍ରମାଙ୍କ | 19,615 (January 2016[update]) [୧] |
ଚିନ୍ତାକଳ୍ପ
ସମ୍ପାଦନାଉଇକିଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ଦ୍ୱାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ୱ କରେ ଓ ଏକ ଅଦ୍ୱୀତିୟ ସଂଖ୍ୟାଦ୍ୱାରା ଚିହ୍ନିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷର ବ୍ୟବହାର ହୋଇଥାଏ । ଉଦାହରଣ ସ୍ୱରୂପ :- "ଓଡ଼ିଆ ଭାଷା" ପ୍ରସଙ୍ଗ ପାଇଁ Q33810 ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟକୁ ଜାଣିବାର ସାମର୍ଥ୍ୟ ଦିଏ ।
ବିଷୟ ଉପରେ ତଥ୍ୟ ଯୋଡ଼ିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡ଼ିକ କି-ଭ୍ୟଲୁ ପେଆର୍"ର ରୂପ ନିଅନ୍ତି ଏବଂ ପ୍ରତ୍ୟେକ ଷ୍ଟେଟମେଣ୍ଟରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
ବିକାଶ ଇତିହାସ
ସମ୍ପାଦନାଏହି ପରିକଳ୍ପନାର ଉତ୍ପତ୍ତି ପାଇଁ ପାଣ୍ଠି ଯୋଗାଣ ଆଲେନ ଇନଷ୍ଟିଚ୍ୟୁଟ ଫର୍ ଆର୍ଟିଫିସିଆଲ ଇଣ୍ଟେଲ୍ଳିଜେନ୍ସ, ଗାର୍ଡନ ଆଣ୍ଡ ବେଟି ମୁର ଫାଉଣ୍ଡେସନ, ଗୁଗୁଲଇନ୍ସଦ୍ୱାରା ହେଇଥିଲା ଏବଂ ଏହାର ମୂଲ୍ୟ ୧.୩ଲକ୍ଷ ପାଉଣ୍ଡ ଥିଲା ।[୫][୬] ଏହି ପରିକଳ୍ପନାର ପ୍ରାରମ୍ଭିକ ବିକାଶ ଉଇକିମିଡ଼ିଆ ଡ଼ିଉତ୍ସେଲାଣ୍ଡଦ୍ୱାରା ପରିଚାଳିତ ହେଉଥିଲା ଓ ତିନୋଟି ଭାଗରେ ବିଭକ୍ତ ହୋଇଥିଲା[୭] :-
- ଇଣ୍ଟରଲାଙ୍ଗୁଏଜ୍ ଲିଙ୍କ ଗୁଡ଼ିକ କେନ୍ଦ୍ରୀକୃତ କରିବା - ପ୍ରତ୍ୟେକ ସମାନାନ୍ତର ବିଷୟ ଉପରେ ଲେଖା ହୋଇଥିବା ବିଭିନ୍ନ ଭାଷାରେ ଅନୁଚ୍ଛେଦ ଗୁଡ଼ିକ ଯୋଡ଼ିବା
- ପ୍ରତ୍ୟେକ ଉଇକିଆଳିଙ୍କ ଇନ୍ଫୋବକ୍ସ ପାଇଁ ଏକ କେନ୍ଦ୍ରୀୟ ସ୍ଥାନ ବନାଇବା
- ଉଇକିଡାଟାରେ ତଥ୍ୟ ନେଇ ଏକ ତାଲିକା ପ୍ରସ୍ତୁତ କରିବା
ପର୍ଯ୍ୟାୟ ୧
ସମ୍ପାଦନାଉଇକିଡାଟା ୩୦ ଅକ୍ଟୋବର ୨୦୧୨ ମସିହାରେ ପ୍ରଚାଳିତ ହେଇଥିଲା ଏବଂ ଉଇକିମିଡ଼ିଆ ଫାଉଣ୍ଡେସନର ୨୦୦୬ ପରଠାରୁ ପ୍ରଥମ ନୂତନ ଉଇକି ପରିକଳ୍ପନା ଥିଲା ।[୨][୮][୯] ଏହି ସମୟରେ ଏହା ପ୍ରଥମ ପର୍ଯ୍ୟାୟରେ ଥିଲା । ଏହା ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ପ୍ରତି କିଛି ସାଧାରଣ ତଥ୍ୟ ଯୋଡ଼ିବାର ସହଯୋଗ କରୁଥିଲା ଯେପରି ଏକ ନାମ, ଲେବଲ, କିଛି ବର୍ଣ୍ଣନା, ଅନ୍ୟ ପ୍ରସଙ୍ଗକୁ ଲିଙ୍କ ଇତ୍ୟାଦି ।
ପର୍ଯ୍ୟାୟ ୨
ସମ୍ପାଦନାଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକିଡାଟାରେ ବକ୍ତବ୍କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା । ପ୍ରଥମେ ଭ୍ୟାଲୁଗୁଡ଼ିକ ଲେଖିବାର ସୀମିତ ପ୍ରୟୋଗ ଆସିଥିଲା ଓ ପରେ ପରେ ଅଧିକ ପ୍ରକାର ଡାଟା ଲେଖିବାର ସାହାଯ୍ୟ ମଧ୍ୟ ମିଳିଥିଲା । ପ୍ରଥମ 'string' ଡାଟା ଟାଇପ ୬ ମାର୍ଚ୍ଚରେ ଦେଖିବାକୁ ମିଳିଲା ।[୧୦] ଉଇକିରେ ଥିବା ଅନ୍ୟାନ୍ୟ ଭାଷା ନିମନ୍ତେ ଉଇକିଡାଟା ୨୭ ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୧୩ ମଧ୍ୟରେ ଆରମ୍ଭ ହୋଇଥିଲା ।[୧୧][୧୨]
ପର୍ଯ୍ୟାୟ ୩
ସମ୍ପାଦନାତୃତୀୟ ପର୍ଯ୍ୟାୟରେ ତଥ୍ୟ ପ୍ରସ୍ତୁତ ଥିବା ବିଷୟ ପାଇଁ ତାଲିକା ତିଆରି, ଡାଟାବେଶ ବନାଇବା ଇତ୍ୟାଦି କାର୍ଯ୍ୟ ଗୁଡ଼ିକ ପରିଚାଳିତ ହେଲା ।[୭]
ଅଧିକ ପଢ଼ିବେ
ସମ୍ପାଦନା- Denny Vrandečić, Markus Krötzsch: Wikidata: A Free Collaborative Knowledge Base. Communications of the ACM. ACM. 2014 (preprint).
- Claudia Müller-Birn, Benjamin Karran, Janette Lehmann, Markus Luczak-Rösch: Peer-production system or collaborative ontology development effort: What is Wikidata? In, OpenSym 2015 - Conference on Open Collaboration, San Francisco, US, 19 - 21 Aug 2015 (preprint).
- Kolbe, Andreas (December 2, 2015), "Whither Wikidata?", Wikipedia Signpost, Wikimedia Foundation
{{citation}}
: Missing or empty|url=
(help)
ଆଧାର
ସମ୍ପାଦନା- ↑ "Wikidata.org Site Info". Alexa Internet. Archived from the original on 2017-09-03. Retrieved 2016-01-09.
- ↑ ୨.୦ ୨.୧ Wikidata( Archived 2012-09-18 at the Wayback Machine.)
- ↑ "Data Revolution for Wikipedia". Wikimedia Deutschland. March 30, 2012. Archived from the original on October 23, 2012. Retrieved September 11, 2012.
- ↑ Wikibase
- ↑ Dickinson, Boonsri (March 30, 2012). "Paul Allen Invests In A Massive Project To Make Wikipedia Better". Business Insider. Archived from the original on December 13, 2012. Retrieved September 11, 2012.
- ↑ Perez, Sarah (March 30, 2012). "Wikipedia's Next Big Thing: Wikidata, A Machine-Readable, User-Editable Database Funded By Google, Paul Allen And Others". TechCrunch. Archived from the original on October 5, 2012. Retrieved September 11, 2012.
- ↑ ୭.୦ ୭.୧ https://meta.wikimedia.org/wiki/Wikidata
- ↑ Pintscher, Lydia (October 30, 2012). "wikidata.org is live (with some caveats)". wikidata-l (Mailing list). Retrieved November 3, 2012.
{{cite mailing list}}
: Unknown parameter|mailinglist=
ignored (|mailing-list=
suggested) (help) - ↑ Roth, Matthew (March 30, 2012). "The Wikipedia data revolution". Wikimedia Foundation. Archived from the original on August 14, 2012. Retrieved September 11, 2012.
- ↑ Pintscher, Lydia. "Wikidata/Status updates/2013 03 01". Wikimedia Meta-Wiki. Wikimedia Foundation. Retrieved 3 March 2013.
- ↑ Pintscher, Lydia (27 March 2013). "You can have all the data!". Wikimedia Deutschland. Retrieved 28 March 2013.
- ↑ "Wikidata goes live worldwide". The H. 2013-04-25. Archived from the original on 2014-01-01. Retrieved 2016-01-14.
ଅଧିକ ତଥ୍ୟ
ସମ୍ପାଦନା- Official website
- ଟୁଇଟରରେ ଉଇକିଡାଟା
- meta:Wikidata – coordination page for the project at Meta-Wiki
- Demo system – lets the user try out the current development status
- Wikidata-l – Discussion list for the Wikidata project
- Wikidata-bugs – Bug reporting list for the Wikidata project