ଟେନିପୋସାଇଡ
ଟେନିପୋସାଇଡ (ଇଂରାଜୀ ଭାଷାରେ Teniposide), ଭୁମୋନ ଏହାର ଏକ ବେପାର ନାମ, ହେଉଛି ଏକ କେମୋଥେରାପି ଔଷଧ ଯାହା ପିଲାମାନଙ୍କର ତୀବ୍ର ଲିମ୍ଫୋସାଇଟିକ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[୧] ଅନ୍ୟାନ୍ୟ ବ୍ୟବହାରରେ ଛୋଟ ଜୀବକୋଷ ଫୁସଫୁସ କର୍କଟ ଏବଂ ଲିମ୍ଫୋମା ହୋଇପାରେ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | Vumon |
Synonyms | VM-26 |
AHFS/Drugs.com | monograph |
MedlinePlus | a692045 |
Pregnancy category | |
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | N/A |
Protein binding | >99% |
Metabolism | Liver (CYP2C19-mediated) |
Elimination half-life | 5 hours |
Excretion | Kidney and fecal |
Identifiers | |
| |
ECHA InfoCard | 100.045.286 |
Chemical and physical data | |
Formula | C32H32O13S |
Molar mass | ୬୫୬.୬୬ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲାଲ ରକ୍ତ କଣିକା, କମ୍ ପ୍ଲାଟେଲେଟ୍, ପାଟିରେ ପ୍ରଦାହ, ବାନ୍ତି, କେଶହାନୀ, ରକ୍ତସ୍ରାବ, ଜ୍ୱର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ୟ ପ୍ରକାର କର୍କଟ, ଇଞ୍ଜେକସନ ସ୍ଥାନରେ ତନ୍ତୁ ମୃତ୍ୟୁ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଯାହାକି ପୋଡୋଫାଇଲୋଟକ୍ସିନ୍ ବ୍ୟୁତ୍ପାଦିତ ଔଷଧ ଶ୍ରେଣୀରେ ଅଛି ଏବଂ ଡିଏନଏ ଉତ୍ପାଦନରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ବୋଲି ବିଶ୍ୱାସ କରାଯାଏ ।[୧]
୧୯୯୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରର ବ୍ୟବହାର କରିବା ପାଇଁ ଟେନିପୋସାଇଡ ଅନୁମୋଦିତ ହୋଇଥିଲା [୧] ଏହା ୧୯୬୭ରୁ ୟୁରୋପରେ ଏବଂ ୧୯୮୪ରୁ କାନାଡାରେ ବିକ୍ରି ହୋଇଆସୁଛି । [୨] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦ ମିଗ୍ରା ମାତ୍ରା ପିଛା ପ୍ରାୟ ୨୧୦୦ ଡଲାର ଖର୍ଚ୍ଚ ହେଉଥିଲା । [୪] ଏହା ଆଉ କାନାଡ଼ାରେ ବ୍ୟବସାୟିକ ଭାବରେ ଅଦ୍ୟାପି ଉପଲବ୍ଧ ନୁହେଁ ।[୩]
ସନ୍ଦର୍ଭ
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Teniposide Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 25 September 2021.
- ↑ ୨.୦ ୨.୧ Ravina, Enrique (18 April 2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 156. ISBN 978-3-527-32669-3. Archived from the original on 25 September 2021. Retrieved 25 September 2021.
- ↑ ୩.୦ ୩.୧ Government of Canada, Health Canada (25 April 2012). "Drug Product Database Online Query". health-products.canada.ca. Archived from the original on 27 September 2021. Retrieved 26 September 2021.
- ↑ "Teniposide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 25 September 2021.